ଆସୁଛି ସବୁଠୁ ଭୟଙ୍କର ଲଘୁଚାପ ! ବର୍ଷା ହେବ, ବାତ୍ୟା ଆସିବ !

ଭୁବନେଶ୍ୱର, ୧୮/୦୯: ଓଡ଼ିଶାରେ ପୁଣି ଦେଖାଦେଇପାରେ ବର୍ଷାର ପ୍ରକୋପ। ଆସନ୍ତା ୨୨-୨୩ ତାରିଖରୁ ୨୫ ତାରିଖ ଯାଏଁ ରାଜ୍ୟର ଅନେକ ଅଞ୍ଚଳରେ ଲଗାଣ ବର୍ଷା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବିଶେଷକରି ଉପକୂଳ, ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷାର ପ୍ରଭାବ ଅଧିକ ରହିବା ନେଇ ବିଭିନ୍ନ ପାଣିପାଗ ମଡେଲ୍‌ରୁ ସଙ୍କେତ ମିଳୁଛି।

ବଙ୍ଗୋପସାଗରରେ ଘନୀଭୂତ ହେବ ଲଘୁଚାପ

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଉତ୍ତର ଥାଇଲାଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ଗତି କରିବ। ଏହା ପରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସେହି ଅଞ୍ଚଳରେ ଲଘୁଚାପ ରୂପ ନେଇପାରେ।

୨୧-୨୨ ତାରିଖ ବେଳକୁ ଏହି ଲଘୁଚାପ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୩-୪ ଦିନରେ ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ଦିଗକୁ ଗତି କରିପାରେ।

ଓଡ଼ିଶା ଦେଇ ଛତିଶଗଡ଼ ମୁହାଁଇପାରେ

ସିଷ୍ଟମ୍‌ଟି ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ଛତିଶଗଡ଼ ଆଡ଼କୁ ଯିବାର ସମ୍ଭାବନା ରହିଛି। ଏହା ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ପୂର୍ବ ଉତ୍ତରପ୍ରଦେଶ ଓ ବିହାର ଆଡ଼କୁ ମୁହାଁଇପାରେ।

ଗଭୀର ଅବପାତ ହେବାର ସମ୍ଭାବନା

ସୋଆ ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁସାରେ, ଲଘୁଚାପ ଧୀରେ ଧୀରେ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇପାରେ। ଏହା ଗଞ୍ଜାମ, ପୁରୀ ଓ ଜଗତସିଂହପୁର ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ଆକଳନ କରାଯାଉଛି।

ସ୍ଥଳଭାଗ ଛୁଇଁବା ପରେ ଏହା ଓଡ଼ିଶା ଦେଇ ଛତିଶଗଡ଼ ଆଡ଼କୁ ଗତି କରିପାରେ।

ବାତ୍ୟା ନେଇ ମଧ୍ୟ ରହିଛି ଆଶଙ୍କା

ପରିବେଶ ଅନୁକୂଳ ରହିଲେ ଏହି ସିଷ୍ଟମ୍‌ ବାତ୍ୟାର ରୂପ ନେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନାହିଁ। ତେବେ ଏହା ବାତ୍ୟାରେ ପରିଣତ ହେବ କି ନାହିଁ, ତାହା ଆଗାମୀ ଦିନର ପାଣିପାଗ ପରିସ୍ଥିତି ଉପରେ ନିର୍ଭର କରିବ।

୨୩ ରାତିରୁ ବଢ଼ିପାରେ ବର୍ଷା

ଆକଳନ ଅନୁଯାୟୀ, ୨୩ ତାରିଖ ରାତିରୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ। ୨୫ ତାରିଖ ଯାଏଁ ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତେବେ ଲଘୁଚାପର ଗତିପଥ ଓ ତୀବ୍ରତାରେ ପରିବର୍ତ୍ତନ ହୋଇପାରୁଥିବାରୁ ଆଗାମୀ ପାଣିପାଗ ଅପଡେଟ୍‌ ଉପରେ ନଜର ରଖିବା ଜରୁରୀ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ