21.5 C
Odisha
Saturday, March 7, 2026

ଜୁଲାଇ ୧୬ରୁ ଚମକିବେ ଏବି ରାଶି

ସୂର୍ଯ୍ୟଙ୍କ କର୍କଟ ରାଶିରେ ଚଳନ ୧୬ ଜୁଲାଇ ୨୦୨୩ ଭୋର ୪ଟା ୫୯ ମିନିଟରେ ରେ ପ୍ରବେଶ ହେଉଛି । ଯାହା ୧୭ ଅଗଷ୍ଟ ୨୦୨୩ ଦ୍ୱିପ୍ରହର ଗୋଟେ ୨୭ ମିନିଟ ଯାଏଁ ରହିବ ଏହି ରାଶିରେ । ସୂର୍ଯ୍ୟ ଦ୍ୱିତୀୟ ରାଶିରେ ଯିବା ପୂର୍ବରୁ ପ୍ରତ୍ୟେକ ରାଶିରେ ପ୍ରାୟ ୧ ମାସ ଯାଏ ରୁହନ୍ତି । ଚନ୍ଦ୍ରମାର ୩ୟ, ୬ଷ୍ଠ ଓ ଏକାଦଶ ଘରେ ରହୁଥିବାରୁ ଗ୍ରହ ଜାତକଗୁଡିକ ପାଇଁ ପଜିଟିଭ ଫଳାଫଳ ଆଣିବ । କର୍କଟ ରାଶି ଉପରେ ରହିଚି ଚନ୍ଦ୍ରର ଶାସନ ଏବଂ ଏହାକୁ ସୂର୍ଯ୍ୟଙ୍କ ମିତ୍ର ବୋଲି ମଧ୍ୟ କୁହାଯାଏ । ତେବେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରୁତିବାରୁ ଆଉ କିଛି ରାଶିର ଜାତକରେ ଆସିବ ଅନେକ ସୁଧାର ।
ତାହେଲେ ଏହାଦ୍ୱାରା କେଉଁସବୁ ଲାଭ ମିଳିବ ଆସନ୍ତୁ ଜାଣିବା ।
କର୍କଟ ରାଶିରେ ସୂର୍ଯ୍ୟଙ୍କ ଗୋଚର ଜାତକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ ସାବ୍ୟସ୍ତ ହୋଇପାରେ । ମେଷ ରାଶିରେ ରହିଛି ମଙ୍ଗଳର ଶାସନ । ଏହି ଗୋଚର ମେଷ ରାଶି ଜାତକ ପାଇଁ ଆଣିପାରେ ଭଲ ବା ଶୁଭ ଖବର । ପଦୋନ୍ନତିର ବି ସମ୍ଭାବନା ରହିଛି ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ । ସରକାରୀ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ଅତିରିକ୍ତ ପ୍ରଗତି ବି ମିଳିବ ଓ ଘରୋଉ ଚାକିରୀରେ ଉଚ୍ଚ ପଦ ପ୍ରାପ୍ତ ହେବାର ରହିଛି ଅଧିକ ସମ୍ଭାବନା । ଏହାବାଦ ପାଠପଢୁଥିବା ଛାତ୍ରଛାତ୍ରୀ ବି ପଢାରେ ଭଲ କରିବେ ଏବଂ ରେଜଲ୍ଟ ମଧ୍ୟ ଭଲ ହେବାର ସମ୍ଭାବନା ରହିଛି ।
ଓୂର୍ଯ୍ୟ କର୍କଟ ରାଶିରେ ଯିବା ମାତ୍ରେ ଜାତକ ଗୁଡିକର ସମୟ ଧିରେ ଧିରେ ଶୁଭ ହେବାକୁ ଲାଗିବ । ଗ୍ରହ ଚଳନ ଯୋଗୁଁ ରାଶିଗୁଡିକୁ ଶୁଭ ପରିଣାମ ମିଳିବ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ବି ରହିବ ନିୟନ୍ତ୍ରଣରେ । ଏହାବାଦ ବିବାହରେ ଆସୁଥିବା ସମସ୍ୟା ଦୂର ହେବ ଏବଂ ବେପାରବଣିଜରେ ଦେଖିବାକୁ ମିଳି ସକରାତ୍ମକ ପ୍ରଭାବ । ତେବେ କିଚି ଜଣଙ୍କ ପାଇଁ ଚାକିରୀ ବଦଳାଇବାର ହେବ ନୂଆ ଅବସର ଏବମ ସେମାନେ ନିଜ ଚାକିରୀରେ ପଦୋନ୍ନତି ସହ ଉଚିତ ଦରମା ପାଇଁ ଆଶା ରଖିବେ ।

୍ଣସହିପରି ତୁଳା ରାଶିର ଜାତକ ପାଇଁ ସୂର୍ଯ୍ୟ ହେଉଛନ୍ତି ଏକାଦଶ ଘରର ସ୍ୱାମୀ । ଏହାର ପ୍ରଭାବ ଜାତକର କ୍ୟାରିଅର ଉପରେ ପଡିଥାଏ ଏବଂ ବେତନ ବୃଦ୍ଧିର ସମ୍ଭାବନା ରହିଥାଏ ସକରାତ୍ମକ । ଲୋକଙ୍କୁ ନିଜ ବ୍ୟବସାୟରେ ଆଗକୁ ନେବାରେ ସହାୟକ ହୋଇଥାଆନ୍ତି ସୂର୍ଯ୍ୟ । ଏଗୁଡିକ ଜାତକର ପ୍ରତିଷ୍ଠା ବଢାଇବା ଏବଂ କାର୍ଯ୍ୟକୁ ଆତ୍ମବିଶ୍ୱାସ ସହକାରେ ପୁରା କରିବାରେ ସାହାଯ୍ୟ କରେ । ପରିବାର ସହ ସଂପର୍କରେ ସୁଧାର ଆସିବାର ରହିଥାଏ ସମ୍ଭାବନା । ନୂଆ ଗାଡି କିଣିବାର ବି ରହିଥାଏ ସୁଯୋଗ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ