23.3 C
Odisha
Friday, March 6, 2026

ରାମ ପରେ ଏବେ ବିଷ୍ଣୁ ହେବେ ପ୍ରଭାସ

ପ୍ରଭାସଙ୍କ ଫିଲ୍ମ ଆଦିପୁରୁଷ ଗତମାସ ୧୬ ତାରିଖରେ ବଡ ପରଦାରେ ମୁକ୍ତିଲାଭ କରିଥିଲା । ବକ୍ସ ଅଫିସରେ କିଭଳି ପ୍ରଦର୍ଶନ କଲା ଏହି ସିନେମା ତାହା ସମସ୍ତଙ୍କୁ ଜଣା । ଚାରିଆଡୁ ବିବାଦ ଘେରରେ ଛନ୍ଦି ହୋଇପଡିଥିଲା ଆଦିପୁରୁଷ । କେତେବେଲେ କଷ୍ଟ୍ୟୁମକୁ ନେଇ ତ କେତେବେଲେ ଭିଏଫଏକ୍ସ, ଶେଷରେ ଡାଏଲଗସକୁ ନେଇ ଦର୍ଶକେ ନାପସନ୍ଦ କରିଥିଲେ ଏହି ସିନେମାଟିକୁ । ଫିଲ୍ମ ଉପରେ ବ୍ୟାନ ଲଗାଇବାକୁ ଦାବି ହୋଇଥିଲା । ପ୍ରଧାନମନ୍ତ୍ରୀ ଏହା ଉପରେ ରୋକ ଲଗାଇବା ଦରକାର ବୋଲି କୁହାଯାଇଥିଲା । ଏମିତିକି ଫିଲ୍ମର ନିର୍ଦେଶକ ଓ ଲେଖକଙ୍କୁ ଗିରଫ କରାଯାଉ ବୋଲି ଲୋକେ ହଙ୍ଗାମା କରିଥିଲେ ।
ଏହି ପ୍ୟାନ ଇଣ୍ଡିଆ ମୁଭିର ଅସଫଳତା ପରେ ଫ୍ୟାନ୍ସଙ୍କ ନଜର ବାହୁବଳୀ ଷ୍ଟାର ଙ୍କ ଆଗାମୀ ଫିଲ୍ମ ସାଲାର ଓ ପ୍ରୋଜେକ୍ଟ କେ ଉପରେ ରହିଛି । ସାଲାର ଚଳିତବର୍ଷ ସେପ୍ଟେମ୍ବର ମାସରେ ରିଲିଜ ହେବାକୁ ଯାଉଛି । ହେଲେ ଏବେ ପ୍ରୋଜେକ୍ଟ କେ କୁ ନେଇ ଏମିତି ଖବର ସାମ୍ନାକୁ ଆସୁଛି, ଯାହା ବଢାଇଛି ଦର୍ଶକଙ୍କ ଟେନସନ । ଆଦିପୁରୁଷ ସ୍କ୍ରିନ ରେ ରାମ ହୋଇ ପ୍ରଭାସ ଦର୍ଶକଙ୍କ୍‌ୁ ଇମ୍ପ୍ରେସ କରିପାରିଲେ ନାହିଁ । ହେଲେ ସେପଟେ ପ୍ରଭାସ ବନିବାକୁ ଯାଉଛନ୍ତି ଭଗବାନ ବିଷ୍ଣୁ । ହଁ ଦର୍ଶକବନ୍ଧୁ ମିଳିଥିବା ରିପୋର୍ଟ ହିସାବରେ, ପ୍ରୋଜେକ୍ଟ କେ ର କାହାଣୀ ଲିକ ହୋଇଛି, ଯାହାକୁ ଶୁଣିବା ପରେ ଚକିତ ହୋଇଛନ୍ତି ସିନେପ୍ରେମୀ ।
ସବୁଆଡୁ ଖରାପ ମନ୍ତବ୍ୟ ମିଳିବା ପରେ ବି ଆଦିପୁରୁଷ ସହ ନିଜର ପ୍ୟାନ ଇଣ୍ଡିଆ ପ୍ରଭାବ ଦେଖେଇଲେ ପ୍ରଭାସ । ମାତ୍ର ଏବେ ସମସ୍ତଙ୍କ ନଜର ରହିଛି ତାଙ୍କର ପରବର୍ତୀ ୨ଟି ଫିଲ୍ମ ଉପରେ । ନାଗ ଅଶ୍ୱିନୀ ପ୍ରୋଜେକ୍ଟ କେ ସହ କଣ କରୁଛନ୍ତି ତାକୁ ନେଇ ଉତ୍କଣ୍ଠାପୂର୍ଣ୍ଣ ରହିଛି । ଏହାକୁ ନେଇ କିଛି ହିଣ୍ଟ ମିଳିଛି ।
ତେବେ କିଚି ଏମିତି ପ୍ରକାରେ ରହିଚି ପ୍ରୋଜେକ୍ଟ କେ କାହାଣୀ । ମାର୍ବଲ ଫିଲ୍ମ ଭଳି ସାଇନ୍ସ ଫିକ୍ସନ, ଫାଣ୍ଟାସି, ସୁପରନାଚୁରାଲ ଓ ଆକ୍ସନ ଫିଲ୍ମ । ଖରାପ ଉପରେ ଭଲର ବିଜୟର ଏକ ସାଧାସିଧା କାହାଣୀ । ମାତ୍ର ଏହାକୁ ଏକ ଭିନ୍ନ ମୋଡ ଦେବା ପାଇଁ ନାଗ ଅଶ୍ୱିନୀ କାହାଣୀ ଯୋଡିଛନ୍ତି ଫାଣ୍ଟାସି ।
ହିନ୍ଦୁ ପୌରାଣିକ କଥାଅନୁସାରେ, ଭଗବାନ ବିଷ୍ଣୁ ଦୁଷ୍ଟମାନଙ୍କ ସଂହାର କରିବା ପାଇଁ ଗୋଟିଏ ଯୁଗରେ ନିଅନ୍ତି ଗୋଟିଏ ଅବତାର । ପ୍ରଭାସ ଏହି ଯୁଗର ଭଗବାନ ବିଷ୍ଣୁ ଅବତାରରେ ଅଛନ୍ତି । ତେବେ ଏହି ଅବତାର ଏକ ମଡର୍ଣ୍ଣ ହିରୋ, ଯିଏ ମଡର୍ଣ୍ଣ ଅସ୍ତ୍ରଶସ୍ତ୍ର ସହ ଖଳନାୟକମାନଙ୍କର ମୁକାବିଲା କରୁଛି ।
ଆଧୁନିକ କାଳର ଏହା ବିଷ୍ଣୁ ଅବତାର । କାହାଣୀ ଏମିତି କି କେମିତି ସେ ଖଳନାୟକଙ୍କ ନିକଟରୁ ଦୁନିଆକୁ ରକ୍ଷା କରୁଛନ୍ତି । ତେବେ ଦେଖାଉ ଏହି ସିନେମାରେ କିଭଳି ଅବତାରରେ ଦର୍ଶକଙ୍କ ମନୋରଂଜନ କରାଉଛନ୍ତି ପ୍ରଭାସ । ନା ଆଦିପୁରୁଷ ଭଳି ସମାଲୋଚନାର ଶିକାର ହେଉଛନ୍ତି । ତେବେ ଦର୍ଶକବନ୍ଧଉ, ଏହି ଫିଲ୍ମକୁ ନେଇ ଆପଣଙ୍କ ମତାମତ କଣ, ଆମ ସହ ସେୟାର କରନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ