31.9 C
Odisha
Thursday, April 16, 2026

ଜୁଲାଇରୁ ବଦଳିଯିବ ଏ ସବୁ ନିୟମ

ସରିଗଲା ଜୁନ ମାସ । ଆରମ୍ଭ ହେବାକୁ ଯାଉଛି ଜୁଲାଇ । ତେବେ ମାସ ଆରମ୍ଭ ହେବା ସହ ଅନେକ ବଡ ପରିବର୍ତନ ମଧ୍ୟ ହେବ । ଯାହାର ସିଧା ପ୍ରଭାବ ପଡିବ ଆପଣଙ୍କ ପକେଟ ଉପରେ । ଘରର ରୋଷେଇ, ଜୋତା ଚପଲ କିଣିବା ଠାରୁ ଆରମ୍ଭ କରି ବ୍ୟାଙ୍କ ସହ ଜଡିତ ପରିବର୍ତନ ଆପଣଙ୍କୁ ପ୍ରଭାବିତ କରିପାରେ । ଯାହା ବିଷୟରେ ଆପଣ ଜାଣିବା ନିହାତି ଜରୁରୀ । ତାହେଲେ ଚାଲନ୍ତୁ ଜାଣିବା କେଉଁଥିରେ କି ପରିବର୍ତନ

ତୈଳ ଓ ଗ୍ୟାସ ବିତରଣ କମ୍ପାନୀ ସବୁ ମାସର ପ୍ରଥମ ତାରିଖରେ ରୋଷେଇ ଗ୍ୟାସ ମୂଲ୍ୟରେ ପରିବର୍ତନ କରିଥାନ୍ତି । ଯାହାର ପ୍ରଭାବ ପୁରା ଦେଶ ଉପରେ ଦେଖିବାକୁ ମିଳେ । ଏଥର ବି ଏଲପିଜି ମୂଲ୍ୟରେ ଜୁଲାଇ ୧ରୁ ପରିବର୍ତନ ଦେଖିବାକୁ ମିଳିପାରେ । ଲଗାତର ଦୁଇ ମାସ ହେଲା କମ୍ପାନୀମାନେ ୧୯ କିଲୋ ବିସିଷ୍ଟ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ଦାମରେ ହ୍ରାସ କରି ଆଶ୍ୱସ୍ତି ଦେଇଛନ୍ତି । ଜୁନ ୧ ୨୦୨୩ରେ ସିଲିଣ୍ଡର ୮୩ ଟଙ୍କା ଶସ୍ତା ହୋଇଥିଲା । ଯେତେବେଲେ କି ମେ ୧ ୨୦୨୩ରେ କମର୍ସିଆଲ ସିଲିଣ୍ଡର ଦାମ ୧୭୨ ଟଙ୍କା ହୋଇଥିଲା ହ୍ରାସ । ଅବଶ୍ୟ ରୋଷେଇ ପାଇଁ ବ୍ୟବହାର ହେଉଥିବା ୧୪ କିଲୋ ଏଲପିଜି ସିଲିଣ୍ଡର ଦାମରେ କିଚି ବି ପରିବର୍ତନ ହୋଇନଥିଲା ।
ରୋଷେଇ ଗ୍ୟାସ ସମେତ ପ୍ରଥମ ତାରିଖରେ ସିଏନଜି ଓ ପିଏନଜି ମୂଲ୍ୟରେ ପରିବର୍ତନ ଦେଖିବାକୁ ମିଲିପାରେ । ଜେଟ୍ ଫୁଏଲ ଜାମ ଇଣ୍ଟରନ୍ୟାସନାଲ ବେଂଚମାର୍କ ଓ ଫରେନ ଏକ୍ସଚେଂଜ ରେଟ ଆଧାରରେ ପ୍ରତି ମାସରେ ନିଷ୍ପତି କରାଯାଏ । ଜୁନ ୧ ରେ ଜେଟ ଫୁଏଲ ଦାମରେ ହ୍ରାସ ଦେଖିବାକୁ ମିଲିଥିଲା ।
ତେବେ ଏହାବାଦ ବ୍ୟାଙ୍କିଂ ସେକ୍ଟରରେ ସବୁଠୁ ବଡ ପରିବର୍ତନ ହେବାକୁ ଯାଉଛି । ପ୍ରାଇବେଟ ସେକ୍ଟରର ସବୁଠୁ ବଡ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କ ସହ ଫାଇନାନ୍ସ କମ୍ପାନୀ ଏଚଡିଏଫସି ଲିମିଟେଡର ମର୍ଜର ହେବ । ପରେ ବ୍ୟାଙ୍କର ସମସ୍ତ ବ୍ରାଂଚରେ ଏଚଡିଏଫସି ଲିମିଟେଡ ସେବା ହେବ ଉପଲବ୍ଧ । ଅର୍ଥାତ ଏଚଡିଏଫସି ବ୍ୟାଙ୍କ ବ୍ରାଂଚରେ ଲୋନ୍‌, ବ୍ୟାଙ୍କିଙ୍ଗ ସମେତ ଅନ୍ୟ ସବୁ ସୁବିଧା ଉପଲବ୍ଧ ହେବ ଗ୍ରାହକଙ୍କ ପାଇଁ ।
ଏହାପରେ ଜୁଲାଇ ୧ରୁ ସାରା ଦେଶରେ ଖରାପ କ୍ୱାଲିଟିର ଜୋତା ଚପଲର ମ୍ୟାନୁଫାକଚରିଂ ଓ ତାର ବିକ୍ରି ଉପରେ ଲାଗିପାରେ ରୋକ୍ । କେନ୍ଦ୍ର ସରକାର କ୍ୱାଲିଟି କଣ୍ଟ୍ରୋଲ ଅର୍ଡରକୁ ସମଗ୍ର ଦେଶରେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାରଣ ପାଇଁ ସମସ୍ତ ଫୁଟଓିୟର କମ୍ପାନୀମାନଙ୍କ ପାଇଁ କ୍ୱାଲିଟି କଣ୍ଟ୍ରୋଲ ଅର୍ଡର ନିୟମ ପାଳନ କରିବା ବାଧ୍ୟତାମୂଳକ ହୋଇଯିବ ।
ଏହାବ୍ୟତୀତ ଭାରତୀୟ ରିଜର୍ଭ ବ୍ୟାଙ୍କ ଜୁଲାଇ ୨୦୨୩ରେ ପଡୁଥିବା ବ୍ୟାଙ୍କ ହଲିଡେ ଲିଷ୍ଟ ଜାରି କରିଛି । ଏହି ମାସରେ ସାରା ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ପ୍ରାୟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡିଛି ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ