ଦିନିକିଆ ବିଶ୍ୱକପ ୨୦୨୩ର ଆୟୋଜନ ଭାରତରେ ହେବାର ଅଛି । ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ସମସ୍ତେ ନିଜ ନିଜ ପ୍ରତିକ୍ରିୟା ରଖୁଛନ୍ତି । ଏହି କ୍ରମରେ େଓଷ୍ଟ ଇଣ୍ଡିଜ ର ଆକ୍ରମଣାତ୍ମକ ଓପନର କ୍ରିସ ଗେଲ କରିଛନ୍ତି ବଡ ଭବିଷ୍ୟବାଣୀ । ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଂଚିବାକୁ ଥିବା ୪ଟି ଟିମ ବିଷୟରେ କହିଛନ୍ତି । ଆହୁରି ମଦ୍ୟ କହିଛନ୍ତି କେଉଁ ଖେଳାଳୀ ସବୁଠୁ ଅଧିକ ରନ କରିବେ । ତେବେ ଦିନିକିଆ ବିଶ୍ୱକପ ଅକ୍ଟୋବର ୫ ତାରିଖରୁ ୧୯ ନଭେମ୍ବର ଯାଏଁ ଖେଳାଯିବ ।
େତେବେ ବାରତୀୟ ଟିମ ଶେଷ ଆଇସିସି ଟ୍ରଫି ୨୦୧୩ରେ ମହେନ୍ଦ୍ର ସିଂ ଧୋନୀଙ୍କ କପ୍ତାନୀରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ହେଲେ ଏକ ଦଶକ ଧରି ଭାରତ ଆଇସିସି ଟ୍ରଫି ଜିତିବାରୁ ବଂଚିତ ରହିଛି । ଗେଲ୍ କହିଛନ୍ତି, ଖାଲି ଭାରତ ନୁହେଁ, େଓଷ୍ଟ ଇଣ୍ଡିଜ ମଧ୍ୟ ୨୦୧୬ ପରଠୁ ଆଇସିସି ମୁକୁଟ ଜିତିନାହିଁ । ଭାରତ ପାଖରେ ଭଲ ଭଲ ଖେଳାଳୀ ଅଛନ୍ତି ଏବଂ ନିଜ ମାଟିରେ ଖେଲିବାର ଫାଇଦା ବି ସେମାନଙ୍କୁ ମିଳିବ । ହେଲେ ସେମାନଙ୍କ ଉପରେ ଟ୍ରଫି ଜିତିବା ନେଇ ଚାପ ମଧ୍ୟ ରହିବ । କାରଣ ଭାରତରେ ସମସ୍ତେ ଚାହାଁନ୍ତି ନିଜ ମାଟିରେ ଭାରତୀୟ ଟିମର ହିଁ ବିଜୟ ହେଉ । ଏମିତି କହିଛନ୍ତି ଗେଲ୍ ।
ଗେଲଙ୍କ ହିସାବରେ ବିଶ୍ୱକପରେ ସେମିଫାଇନାଲରେ ଭାରତ, ପାକିସ୍ତାନ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ରହିବେ ।
ପରେ ବିରାଟ କୋହଲୀଙ୍କୁ ମାନସିକ ଓ ଶାରୀରିକ ଭାବେ ମଜଭୂତ ଥିବା ଦର୍ଶାଇ ଗେଲ କହିତିଲେ, ଭାରତରେ ହେବାକୁ ଥିବା ବିସ୍ୱକପରେ କୋହଲୀଙ୍କ ଦବଦବା ରହିବ । ଆରସିବି ପାଇଁ ଆଇପିଏଲରେ କୋହଲୀଙ୍କ ସହ ଖେଳିସାରିଥିବା ଗେଲ ଆହୁରି ମଧ୍ୟ କହିଛନ୍ତି, ଆଇପିଏଲ ଜରିଆରେ ଖରାପ ସ୍ଥିତିକୁ ଅଲବିଦା କହିବା ପରେ ଭାରତର ପୂର୍ବ କପ୍ତାନ ବିସ୍ୱକପରେ ହେଭି ରହିବେ । କେବଳ ବିରାଟ ନୁହଁନ୍ତି, ବରଂ ପ୍ରତି ଖେଳାଳୀ ଖରାପ ପରିସ୍ଥିତି ଦେଇ ଗତି କରନ୍ତି । କଠିନ ସମୟ ଅଧିକ ସମୟ ଯାଏଁ ରୁହେନି । ହେଲେ ମଜଭୁତ ଖେଳାଳୀ ଲମ୍ବା ସମୟ ଯାଏଁ ଚାଲନ୍ତି । ଏମିତିରେ ବିରାଟ ମାନସିକ ଓ ଶାରୀରିକ ଭାବେ ବହୁତ ଦୃଢ । ବିଶ୍ୱକପରେ ବି ସେ ସେମିତି ଉଦେଶ୍ୟ ବଜାୟ ରଖିବେ ।
ତେବେ ବିଶ୍ୱକପରେ କ୍ରିସ ଗେଲଙ୍କ ଭବିଷ୍ୟବାଣୀ କେତେ ମାତ୍ରାରେ ସତ ହେଉଛି ତାହା ଉପରେ ତ ସମସ୍ତଙ୍କର ନଜର ରହିବ । ହେଲେ ଦର୍ଶକବନ୍ଧୁ, ଗେଲଙ୍କ ଭବିଷ୍ୟବାଣୀ ଉପରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

