24.1 C
Odisha
Saturday, March 7, 2026

ମେଣ୍ଢାର ଦାମ କୋଟିଏ

ଜଣେ ମେଷ ପାଳକଙ୍କୁ ହଜାର କି ଲକ୍ଷେ, ନୁହେଁ ପ୍ରାୟ ୧ କୋଟି ଟଙ୍କା ଦିଆଗଲା ନିଜର ମେଣ୍ତାକୁ ବିକ୍ରି କରିବାକୁ । ହେଲେ ସେ ମନା କରିଦେଲେ । ଏହି ଖବର ଶୁଣି ଆପଣ ନିହାତି ଭାବେ ଆଶ୍ଚର୍ଯ୍ୟ ହେଉଥିବେ କି ମେଣ୍ଢାର ଦାମ ସତରେ କଣ କୋଟିଏ ଟଙ୍କା । ଆଉ ଯଦି ବି ଏତେ ଟଙ୍କା, ତାହେଲେ ମାଲିକ କାହିଁକି ମନା କଲେ ନିଜ ମେଣ୍ଢା ବିକ୍ରି କରିବାକୁ । ତେବେ ପ୍ରଥମେ କହିରଖିବୁ କି, ଏପରି ଏକ ଆର୍ଶ୍ଚଯ୍ୟଜନକ ଖବର ରାଜସ୍ଥାନ ଚୁରୁ ଜିଲ୍ଲାରୁ ସାମ୍ନାକୁ ଆସିଛି ।
କୁହାଯାଉଛି ଯେ, ଏହି ମେଣ୍ତାର ପେଟରେ ଇସଲାମର ପବିତ୍ର ସଂଖ୍ୟା କୁହାଯାଉଥିବା ୭୮୬ ଉର୍ଦ୍ଦୁରେ ଲେଖାଯାଇଛି । ଜଣାଇଦେବୁ ଯେ, ଭାରତରେ ମୁସଲମାନମାନେ ୭୮୬ ସଂଖ୍ୟାକୁ ପବିତ୍ର ବୋଲି ମାନିଥାଆନ୍ତି । ମେଷ ପାଳକ ରାଜୁ ସିଂ ପ୍ରଥମେ ଏହି ସଂଖ୍ୟାର ଅର୍ଥ ବୁଝିପାରିନଥିଲେ, କିନ୍ତୁ ଗାଁର ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ସହ କଥା ହେବା ପରେ ସେ ଜାଣିବାକୁ ପାଇଲେ ଯେ, ମେଣ୍ତାର ଶରୀରରେ ଉର୍ଦ୍ଦୁରେ ଲେଖାଥିବା \’୭୮୬ \’ ଇସଲାମରେ ଏକ ପବିତ୍ର ସଂଖ୍ୟା ଅଟେ । ଏହାର ବ୍ୟବହାର ଭଗବାନଙ୍କ ଆଶୀର୍ବାଦ ଭାବରେ କରାଯାଇଥାଏ ।
ଏନେଇ ମେଷ ପାଳକ ରାଜୁ ସିଂ କହିଛନ୍ତି ଯ, ଗତ ବର୍ଷ ଏହି ମେଣ୍ଢା ଜନ୍ମ ହୋଇଥିଲା । ଏହାକୁ ବିକ୍ରି କରିବା ପାଇଁ ତାଙ୍କ ନିକଟକୁ ୭୦ ଲକ୍ଷରୁ ୧ କୋଟି ଟଙ୍କା ଯାଏଁ ଅଫର ଆସିଥିଲା । କିନ୍ତୁ ସେ ଏହି ମେଣ୍ତାକୁ ବିକ୍ରି କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । କାରଣ ଏହା ତାଙ୍କର ସବୁଠୁ ପ୍ରିୟ । ଯେଉଁ ଦିନଠାରୁ ଏହି ମେଣ୍ତାକୁ ନେବା ଲାଗି ମୂଲଚାଲ ଆରମ୍ଭ ହୋଇଥିଲା ସେବେଠାରୁ ରାଜୁ ଏହି ମେଣ୍ତାକୁ ଅନ୍ୟ ମେଣ୍ତା ମାନଙ୍କଠାରୁ ଦୂରେଇ ରଖିଥିଲେ । ଖାଲି ଏତିକି ନୁହେଁ, ସେ ଏହି ଖାସ୍ ମେଣ୍ତାକୁ ଡାଳିମ୍ବ, ଭଣ୍ତା, ମିଲେଟ୍ ଏପରିକୁ ସବୁଜ ପନିପରିବା ଖାଇବାକୁ ଦେଉଥିବା କହିଛନ୍ତି ।
ତାହେଲେ ୭୮୬ର ପ୍ରକୃକ ଅର୍ଥ କ’ଣ
ମୁସଲମାନମାନେ ୭୮୬କୁ ଏକ ପବିତ୍ର ସଂଖ୍ୟା ଭାବେ ବିବେଚନା କରନ୍ତି । ଅନେକ ସମୟରେ ଆପଣ ନୋଟିସ କରିଥିବେ ମୁସଲମାନମାନେ ଏହି ସଂଖ୍ୟାକୁ ସେମାନେ ନିଜ ଘର ବାହାରେ ଓ ବ୍ୟବସାୟ ସ୍ଥଳୀରେ ଲେଖିଥାନ୍ତି ।
ତେବେ ମୁସଲମାନ ସଂପ୍ରଦାୟର ଲୋକେ କାହିଁକି ଏହି ସଂଖ୍ୟା ଲେଖନ୍ତି?
୭୮୬ର ଅର୍ଥ ‘ବିସ୍ମିମିଲ୍ଲା’ ବିଶେଷଜ୍ଞ ମତରେ, ଆରବୀରେ ‘୭୮୬’ ର ଅର୍ଥ – \”ବିସ୍ମମିଲ୍ଲା-ହିରହମା-ନିରହିମ୍\” । ଅର୍ଥାତ୍ \”ଆଲ୍ଲାଙ୍କ ନାମରୁ ଆରମ୍ଭ\” । ଯେତେବେଳେ ମୁସଲମାନମାନେ କୌଣସି କାର‌୍ୟ୍ୟ ଆରମ୍ଭ କରନ୍ତି, ସେମାନେ ଏହି ପବିତ୍ର ସଂଖ୍ୟାରୁ ପ୍ରଥମେ ପଢିଥାଆନ୍ତି ।
ଅନ୍ୟପଟେ ଆଉ କିଛି ଲୋକ ବିଶ୍ୱାସ କରନ୍ତି ଯେ, ‘୭୮୬’ ପରି ୭୮୭, ୭୮୫ ଓ ୭୮୩ ମଧ୍ୟ ପବିତ୍ର ଅଟେ । ଯେକୌଣସି ସଂଖ୍ୟାକୁ ଆପଣ ଶୁଭ ବୋଲି ବିବେଚନା କରିପାରିବେ । ଯଦିଓ ଭାରତର ଲୋକମାନେ ୭୮୬ କୁ \”ବିସ୍ମିମିଲ୍ଲା-ହିରହମା-ନିରହିମ\” ସହିତ ଯୋଡ଼ନ୍ତି, କିନ୍ତୁ ବିଶେଷଜ୍ଞ ମତରେ, ଇସଲାମ ଧର୍ମ ଆରମ୍ଭ ହୋଇଥିବା ସାଉଦି ଆରବର ଲୋକମାନେ ଏହି ସଂଖ୍ୟା ବିଷୟରେ ଜାଣନ୍ତି ନାହିଁ।
ତେବେ ଦର୍ଶକବନ୍ଧୁ ଇସଲାମରେ ଶୁଭ ବୋଲି କୁହାଯାଉଥିବା ଏହି ସଂଖ୍ୟା ଉପରେ ଆପଣଙ୍କ ମତାମତ କଣ ଆମ ସହ ସେୟାର କରନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ