16.1 C
Odisha
Friday, January 16, 2026

ପ୍ରଥମେ ସନାତନ ନା ଇସଲାମ ?

ବିଶ୍ୱର ଏକ ମାତ୍ର ଗ୍ରହ ହେଲା ପୃଥିବୀ ।ଯେଉଁଠି ଜୀବସତ୍ତା ଥିବା ନେଇ ମିଳିଛି ପ୍ରମାଣ । ପୃଥିବୀ ପୃଷ୍ଠରେ ରହିଛନ୍ତି ଲକ୍ଷ ଲକ୍ଷ ପ୍ରଜାତିର ଜୀବ ଏବଂ ଜନ୍ତୁ । ହେଲେ ସବୁଠୁ ବୁଦ୍ଧିମାନ ପ୍ରାଣୀ ହେଲା ମଣିଷ । ଅନେକ ସମୟରେ ଦେଖିବାକୁ ମିଳେ ଯେ, ଧର୍ମ ନାଁରେ ହିଂସା କରିଥାଏ ବୃଦ୍ଧିମାନ ପ୍ରାଣୀ ମଣିଷ । ଯାହା ଦଙ୍ଗାର ରୂପ ନେଇଥାଏ । ଯାହାକୁ ସମ୍ଭାଳିବା ଖୁବ କଷ୍ଟକର । ତେବେ ଅନେକ ସମୟରେ ବିଭିନ୍ନ ଧର୍ମ ଏବଂ ସମ୍ପ୍ରଦାୟ ମଧ୍ୟରେ ଚାଲିଥାଏ ବିତର୍କ । କେଉଁ ଧର୍ମ ଆଗ ଆସିଛି, ତାକୁ ନେଇ ହୁଏ ଆଲୋଚନା । କେହି କେହି କୁହନ୍ତି ସବୁଠୁ ପୁରାତନ ଧର୍ମ ହେଲା ସନାତନ ବା ହିନ୍ଦୁ । ଆଉ କେହି କେହି ଇସଲାମକୁ କୁହନ୍ତି ସର୍ବପୁରାତନ ।

ଏବେ ନଜର ପକାଇବା ହିନ୍ଦୁ ଧର୍ମ ଉପରେ । କୁହାଯାଏଁ ସବୁଠୁ ଆଗରେ ଆରମ୍ଭ ହୋଇଥିଲା ବୈଦିକ ଧର୍ମ । ଯାହା 20 ହଜାର ବର୍ଷ ପୁରୁଣା । ଅନେକ ପ୍ରମାଣ ମଧ୍ୟ ଏନେଇ ରହିଛି । ପୁରାଣର ରଚନା ପରେ ଏଇଠୁ ହିଁ ଆରମ୍ଭ ହୋଇଥିଲା ପୌରାଣିକ କଥା । ଅର୍ଥାତ ହିନ୍ଦୁ, ସନାତନ ଏବଂ ବୈଦିକ ଧର୍ମ ପ୍ରାୟତଃ ସମାନ । ହିନ୍ଦୁ ରୀତି ନୀତିରେ ମଧ୍ୟ ବୈଦିକ ଧର୍ମର ପରମ୍ପରା ରହିଛି ।

ଜୈନ ଧର୍ମ ମଧ୍ୟ ହିନ୍ଦୁ ଧର୍ମ ପରି ଖୁବ୍ ପୁରୁଣା । ରାମାୟଣ କାଳରେ ରାଜା ଜନକ ଥିଲେ ଜୈନ ଧର୍ମବଲମ୍ବୀ । ମହାଭାରତ ସମୟରେ ନେମିନାଥ ଜୈନ ଧର୍ମର 22ତମ ତୀର୍ଥଙ୍କର ଥିଲେ । 24 ତୀର୍ଥଙ୍କର ପରମ୍ପରା ଥିବା ଏହା ହେଉଛି ଭାରତର ଏକ ପୁରୁଣା ଧର୍ମ । ସେହିପରି ବୌଦ୍ଧ ଧର୍ମ ମଧ୍ୟ ଖୁବ୍ ପୁରୁଣା । ଏହାକୁ ପ୍ରଚଳନ କରିଥିଲେ ଭଦବାନ ବୁଦ୍ଧ । ଯିଏ କି ନେପାଳର ଲୁମ୍ବିନୀ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲେ । ସେ ବୌଦ୍ଧଗୟାରେ କ୍ଷାନ ପ୍ରାପ୍ତ କରିଥିବା ବେଳେ କୁଶିନଗରରେ ତ୍ୟାଗ କରିଥିଲେ ପ୍ରାଣ ।

ଧିରେ ଧିରେ ଭାରତରେ ପ୍ରବେଶ କରିଥିଲା ଇସଲାମ । ମଧ୍ୟ ଏସିଆରୁ ଆସିଥିବା ବଣିକ ଏବଂ କିଛି କ୍ରୁର ଶାସକଙ୍କ ଦ୍ୱାରା ଏହାର ପ୍ରଚଳନ କରାଯାଇଥିଲା । ଧିରେ ଧିରେ ଏହା ଭାରତରେ ମାଡି ଯାଇଥିଲା । ଆଫଣ ଜାଣିଥିବେ ସୁଲତାନଠୁ ମୋଗଲ ବଂଶ ୟାଏଁ, ସମସ୍ତେ ଥିଲେ ଇସଲାମ ଧର୍ମର । କେବେ ପ୍ରକୃତର ଇସଲାମ ଧର୍ମ ସେତେ ପୁରୁଣା ନୁହେଁ । ମହମ୍ମଦଙ୍କ ଜନ୍ମ ପରେ ଆରମ୍ଭ ହୋଇଥିଲା ଏହି ଧର୍ମ । ପରେ ସାରା ବିଶ୍ୱରେ ଏହା ବ୍ୟାପିଥିଲା । କିଛି କିଛି ଦେଶର ଜାତୀୟ ଧର୍ମ ମଧ୍ୟ ଇସଲାମ୍ । କୋରାନ ଅନୁସାରେ 571 ଖ୍ରୀଷ୍ଟପୂର୍ବରେ ଜନ୍ମ ଲାଭ କରିଥିଲେ ହଜରତ ମହମ୍ମଦ ଅଲ୍ଲୀ । ସେ ମକ୍କାରେ ପୀର୍ ଭାବେ ଦାୟିତ୍ୱ ନେଇଥିଲେ ଷ। ସେ ହିଁ ସ୍ଥାପନା କରିଥିଲେ ଇସଲାମ ଧର୍ମ । ପରେ ବିଭିନ୍ନ ଖଲିଫାମାନେ ଏହାକୁ ପ୍ରଚାର କରିଥିଲେ । ତେବେ ଏଥିରୁ ସ୍ପଷ୍ଟ ଯେ, ପ୍ରଥମେ ଆରମ୍ଭ ହୋଇଥିଲା ସନାତନ ଧର୍ମ । ତା ପରେ ହିଁ ଅନ୍ୟ ସବୁ ଧର୍ମର ସୃଷ୍ଟି । ଆପଣ ଯଦି ହିନ୍ଦୁ ଧର୍ମକୁ ମାନନ୍ତି ତାହାଲେ କମେଣ୍ଟ ବକ୍ସରେ ଜଯ ଶ୍ରୀରାମ ଲେଖନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ