ବିଶ୍ୱକପ ଏକ ଏମିତି ଇଭେଣ୍ଟ, ଯାହାକୁ ପ୍ରତି ଖେଳାଳୀ ଖେଳିବାକୁ ଚାହାଁନ୍ତି । ବିସିସିଆଇ ଓ ଆଇସିସି ବିଶ୍ୱକପ ୨୦୨୩ ସେଡ୍ୟୁଲ ମଧ୍ୟ ଘୋଷଣା କରିସାରିଛନ୍ତି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଆହୁରି ବାକି ଅଛି ୧୦୦ ଦିନରୁ ବି କମ ସମୟ । ଯଦି ସବୁ ଖେଳାଳୀ ଫିଟ୍ ରୁହନ୍ତି, ତେବେ ଭାରତର ବିଶ୍ୱକପ ଟିମ ପ୍ରାୟତ ପକା । ଅବଶ୍ୟ କିଛି ଖେଳାଳୀ ଭଲ ପ୍ରଦର୍ଶନ କରିବା ପରେ ବି ସେମାନଙ୍କୁ ଟିମରେ ସ୍ଥାନ ମିଳିନାହିଁ । ହେଲେ ଏଥିରେ ନାଁ ଭୁଲ ଚୟନକର୍ତାଙ୍କର ନା ଭୁଲ ଖେଳାଳୀଙ୍କର । ମାତ୍ର ଟିମ କମ୍ବିନେସନ ପାଇଁ ଅନେକ ଖେଳାଳୀଙ୍କ ସ୍ୱପ୍ନ ହୁଏତ ଭାଙ୍ଗି ପାରେ ।
ଆଉ ଆମେ ଆପଣଙ୍କୁ ଏମିତି ୫ଟି ନାଁ ବିଷୟରେ କହିବାକୁ ଯାଉଛୁ ।
ପ୍ରଥମେ ଜାଣିବା ଉମରାନ ମଲିକଙ୍କ କଥା । ଭାରତୀୟ ଟିମରେ ସେ ହେଉଛନ୍ତି ଫାଷ୍ଟ ବୋଲର । ଲଗାତର ୧୫୦ କିମି ଘଣ୍ଟା ପ୍ରତି ବେଗରେ ବୋଲିଂ କରିବାର କ୍ଷମତା ରହିଚି ଏହି ପ୍ଲେୟାରଙ୍କ ନିକଟରେ । ହେଲେ ବିଶ୍ୱକପ ଖେଳିବା ତାଙ୍କ ପାଇଁ ମୁସ୍କିଲ । ଏମିତିରେ ଭାରତୀୟ ଟିମରେ ପୂର୍ବରୁ ୩-୪ ଜଣ ଫାଷ୍ଟ ବୋଲର ଅଛନ୍ତି, ଯିଏ ଲଗାତର ଭାବେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଜୟପ୍ରୀତ ବୁମରାହ ବି ସୁସ୍ଥ ହୋଇ ଫେରିବାର ଅଛି । ସେଥିପାଇଁ ଉମରାନ ମଲିକ ବାହାରେ ବସିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଇପାରେ ।
ପ୍ରସିଦ୍ଧ କୃଷ୍ଣାଙ୍କର ବି ଦିନିକିଆରେ ଭାରତ ପାଇଁ ରହିଚି ଦମଦାର ରେକର୍ଡ । ୧୪ଟି ମ୍ୟାଚରେ ସେ ୨୫ଟି ଓିକେଟ ନେଇସାରିଛନ୍ତି । ହେଲେ ଗତବର୍ଷରୁ ସେ ଆହତ ହୋଇଛନ୍ତି । ତାଙ୍କ ଅନୁପସ୍ଥିତିରେ ମୋହମ୍ମଦ ସିରାଜ ଟିମରେ ନିଜ ସ୍ଥାନ ପକ୍କା କରି ସାରିଛନ୍ତି । ଶମୀ, ବୁମରାହଙ୍କ ବ୍ୟତୀତ ଶାର୍ଦ୍ଦୁଳ ବ୍ୟାଟିଂ ବି କରିପାରିବେ । ଏସବୁ ପରେ ଯଦି ପ୍ରସିଦ୍ଧ ଫିଟ ବି ହୁଅନ୍ତି, କିନ୍ତୁ ବିଶ୍ୱକପ ଖେଳିବା ମୁସ୍କିଲ ।
ଏହାପରେ ଆସିବେ ସଂଜୁ ସାମସନ । ବ୍ୟାଟିଂ ହାର ୬୬ ଥାଇ ୧୧ଟି ଦିନିକିଆ ଖେଳିସାରିଛନ୍ତି ସଂଜୁ । ତଥାପି ଦଳରେ ତାଙ୍କ ସ୍ଥାନ ନିଶ୍ଚିତ ହୋଇପାରିନାହିଁ । କେଏଲ ରାହୁଲ ଆହତ ହେବା କାରଣରୁ ତାଙ୍କୁ େଓଷ୍ଟ ଇଣ୍ଡିଜ ଗସ୍ତ ପାଇଁ ମଉକା ମିଳିଛି । ଏଟି ସାମସନ ଭଲ ଖେଳିଲେ ବି, ରାହୁଲ ଫେରିବା ପରେ ତାଙ୍କୁ ପୁଣି ବାହାରିବାକୁ ପଡିପାରେ ।
ଏହି ସୂଚୀରେ ଆସିବେ ଓାଶିଂଟନ ସୁନ୍ଦର । ଦିନିକିଆ ଭାରତ ପାଇଁ ତାଙ୍କର ଦମଦାର ରେକର୍ଡ ରହିଚି । ୧୬ଟି ମୁକାବିଲାରେ ସେ କରିଛନ୍ତି ୨୩୩ ରନ । ବୋଲିଂ ବି ତାଙ୍କର ଦମଦାର । ବୋଲିଂ କରି ସେ ୧୬ଟି ଓିକେଟ ନେଇଛନ୍ତି । ଜାନୁୟାରୀ ଯାଏଁ ସେ ଲଗାତର ଭାବେ ଟିମର ସଦସ୍ୟ ଥିଲେ । ହେଲେ ରବିନ୍ଦ୍ର ଜାଡେଜା ଫେରିବା ପରେ ତାଙ୍କୁ ଦଳରୁ ବାହାର କରି ଦିଆଗଲା । ଏବେ ଜାଡେଜା ଓ ଅକ୍ଷର ପଟେଲ ଥିବା ବେଳେ ତାଙ୍କୁ ସୁଯୋଗ ମିଳିବା କଷ୍ଟକର କଥା ।
୍ଣଶଷରେ ଆସିବେ ଦୀପକ ଚହର । ଭାରତର ସବୁଠୁ ଭଲ ସ୍ୱିଂ କରୁଥିବା ଖେଳାଳୀଙ୍କ ମଧ୍ୟରେ ତାଙ୍କ ନାଁ ସାମିଲ ରହିଛି । ଏହାସହ ତାଙ୍କ ବ୍ୟାଟରୁ କମାଲ କଲା ଭଳି ଇନିଂସ ବି ବାହାରିଛି । ୧୩ଟି ଦିନିକିଆରେ ୨ଟି ଅର୍ଦ୍ଧଶତକ ସାହାଯ୍ୟରେ ସେ କରିଛନ୍ତି ୨୦୩ ରନ । ବୋଲିଂ ରେ ବି ସେ ନେଇଛନ୍ତି ୧୬ଟି ଓିକେଟ । ହେଲେ ଦୀପକଙ୍କ ସହ ରହିଚି ଫିଟନେସ ସମସ୍ୟା । ନିଜର ଶେଷ ଦିନିକିଆରେ ବି ସେ ସଂପୂର୍ଣ୍ଣ ଓଭର ଖେଳିପାରିନଥିଲେ । ସେଥିପାଇଁ ସେ ଦିନିକିଆ ଖେଳିବା ମୁସ୍କିଲ ହୋଇପାରେ ।

