39.5 C
Odisha
Sunday, April 19, 2026

ଭୁଲରେ ବି ଏମିତି ଝିଅକୁ ବାହା ହୁଅନ୍ତୁନି

ଦର୍ଶକବନ୍ଧୁ ବିବାହ କାର୍ଯ୍ୟ ଏକ ଛୋଟିଆ କାମ ନୁହେଁ । କି ବର ପାଇଁ କନ୍ୟା ବିମ୍ବା କନ୍ୟା ପାଇଁ ବର ମିଳିବା ବି ଏତେ ସହଜ କଥା ନୁହେଁ । ଆଜିର ସମୟରେ ଅଧିକାଂଶ ପୁଅ, ଝିଅଙ୍କ ସୁନ୍ଦରତା ଦେଖି ବାହା ହେଉଛନ୍ତି । ଜଲଦି ବାହା ହେବାକୁ ରାଜି ବି ହୋଇ ଯାଉଛନ୍ତି । ହେଲେ କିଛି ସମୟ ପରେ ସେମାନେ ଜାଣିବାକୁ ପାଆନ୍ତି ଯେ, ବାହା ହୋଇ କେତେ ବଡ ଭୁଲ କରିଦେଲେ । ତେବେ ଏଥିରେ ଖାଲି ପୁଅର ଭୁଲ ନଥାଏ ବରଂ ଘରଲୋକେ ବି ଯୌତୁକ ଲୋଭରେ କିଛି ଚିନ୍ତା ନ କରି ଆଗପଛ ନ ଭାବି ପୁଅର ବିବାହ କରାଇଦିଅନ୍ତି । ଆଉ ପରେ ଘରେ ସବୁବେଳେ ଲାଗିରହିଥାଏ କଳି ଝଗଡା । ଛାଡପତ୍ର ଯାଏଁ ବି କଥା ପହଂଚେ ।
ହେଲେ ଆପଣ ଯଦି ନିଜ ପରିବାରରେ ଜଣେ ଏଭଳି ଝିଅକୁ ବୋହୂ କରିବାରୁ ରକ୍ଷା ପାଇବାକୁ ଚାହାଁନ୍ତି, ତେବେ ବିବାହ ପାଇଁ ଝିଅ ବାଛିବା ବେଳେ ଚାଣକ୍ୟ ନୀତିରେ କୁହାଯାଇଥିବା କିଛି କଥାକୁ ନିହାତି ଧ୍ୟାନରେ ରଖନ୍ତୁ । ତେବେ ଯାଇ ଆପଣ ଏ ସମସ୍ୟାରୁ ମୁକ୍ତି ପାଇପାରିବେ ।
ପ୍ରଥମେ ଜାଣିବା ଚାଣକ୍ୟ ନୀତି ବିଷୟରେ । ଚାଣକ୍ୟନୀତି, ଭାରତର ମହାନ ଅର୍ଥଶାସ୍ତ୍ରୀ ଓ ଦାର୍ଶନିକ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ଲେଖାଯାଇଛି । ଆଜିଠାରୁ ହଜାର ହଜାର ବର୍ଷ ପୂର୍ବରୁ ଲେଖା ଯାଇଥିବା କଥା ଆଜିର ଯୁଗରେ ବି କେଉଁଠି ନା କେଉଁଠି ସଠିକ ବୋଲି ପ୍ରମାଣିତ ହେଉଛି । ଏହା ସାହାଯ୍ୟରେ ଜଣେ ବ୍ୟକ୍ତି ନିଜ ଜୀବନରେ ସୁଧାର ଆଣିପାରେ ଏବଂ ସମସ୍ତ ଚିନ୍ତାରୁ ପାଇପାରେ ମୁକ୍ତି ।
ତେବେ ବିବାହକୁ ନେଇ କଣ କହୁଛି ଚାଣକ୍ୟ ନୀତି । ଏହି ନୀତିରେ ଏମିତି ଝିଅକୁ ବିବାହ ନ କରିବାକୁ ପରାମର୍ଶ ଦିଆଯାଇଛି, ଯିଏ ସମାନ କୂଳର ହୋଇନଥିବ ଏବ ନୀଚ ଜାତିର ଥିବ । କାରଣ ଏମିତି ଯୁବତୀ ସଂସ୍କାର ମାମଲାରେ ସେତିକି କମ୍ ଥାଆନ୍ତି । ସେମାନଙ୍କର ଆଚାର ବ୍ୟବହାର ଚାଲି ଚଳନ, କଥା କହିବା ଶୈଳୀରୁ ସ୍ପଷ୍ଟ ଭାବେ ଏ ସବୁ ବାରି ହୋଇପଡେ । ହେଲେ ଏସବୁକୁ ଯଦି ଏଡାଇ ଦେଇ ବିବାହ କରାଯାଏ, ତାହେଲେ ଘରେ କଳହ କ୍ଲେଶ ସମ୍ଭାବନା ଅଧିକ ବଢିଯାଏ ।
ସେହିପରି ଯେଉଁ ଯୁବତୀଙ୍କର ଧର୍ମ କର୍ମ ଉପରେ ବିଶ୍ୱାସ ଥାଏ, ସେମାନେ ଜୀବନସାଥୀ ବନିବା ପାଇଁ ଉପଯୁକ୍ତ ସାବ୍ୟସ୍ତ ହୋଇଥାନ୍ତି । ହେଲେ ଯେଉଁମାନଙ୍କ ନିକଟରେ ଧର୍ମ କର୍ମକୁ ନେଇ ଜ୍ଞାନ ନଥାଏ, ସେଭଳି ଯୁବତୀ ସବୁବେଳେ ଘର ଭାଙ୍ଗିବା କାମ କରିଥାନ୍ତି । ଏମାନେ ନିଜ ପରିବାର ଅପେକ୍ଷା ସେହି ଲୋକଙ୍କର ପ୍ରିୟ ହୋଇଥାନ୍ତି, ଯେଉଁମାନେ ସେମାନଙ୍କୁ ଖୁସି କରିବା ପାଇଁ ମିଛ ପ୍ରଂଶସାରେ ପୋତି ପକାନ୍ତି ।
ଆଚାର୍ଯ୍ୟ ଚାଣକ୍ୟ ବିବାହ ପାଇଁ ଏମିତି ଝିଅ ବାଛିବାକୁ ପରାମର୍ଶ ଦିଅନ୍ତି, ଯିଏ ଶାନ୍ତ ସ୍ୱଭାବର ହୋଇଥିବେ, ଯାହାଙ୍କୁ କଥା କଥାକରେ ରାଗ ଆସୁନଥିବ । କାରଣ କ୍ରୋଧଥିବା ପ୍ରକୃତିର ଝିଅଙ୍କ ନିକଟରେ ନିଜ କହିବା ଉପରେ କେବେ ବି ନିୟନ୍ତ୍ରଣ ନଥାଏ । ଯେଉଁ କାରଣ ପାଇଁ ଘରେ ଖରାପ ହୋଇଥାଏ ସଂପର୍କ । ସେମାନଙ୍କର ଏମିତି ପ୍ରକୃତି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥାଏ ।
ଏହାବାଦ ଏମିତି ଯୁବତୀଙ୍କୁ କେବେ ବି ନିଜ ସାଥୀ ବନେଇବା ଉଚିତ ନୁହେଁ, ଯିଏ ବିବାହ ପାଇଁ ନିଜେ ପ୍ରସ୍ତୁତ ନଥିବେ । ବପା ମା ଙ୍କ ଚାପରେ ବିବାହ କରୁଥିବେ । ସେଭଳି ଝିଅଙ୍କ ଉପରେ କେବେ ବି ଭରଷା କରି ହୁଏନି । କାରଣ କେତେବେଲେ କିଛି ବି ସେମାନେ କରିବସନ୍ତି । ସେମାନଙ୍କ ଠାରୁ ଘର ଓ ସଂପର୍କ ସମ୍ଭାଳିବାର ଆଶା ରଖିବା ଭୁଲ । ଏମିତିରେ ସେମାନେ କାହାର କେବେ ବି ସମ୍ମାନ କରନ୍ତି ନାହିଁ ।
ତେବେ ଦର୍ଶକବନ୍ଧୁ ଚାଣକ୍ୟନୀତିରେ ଉଲ୍ଲେଖ ଥିବା ଏହି ସବୁ କଥାଗୁଡିକ ବାସ୍ତବରେ ଠିକ, ନା ଆଉ କିଛି କାରଣ ରହିଚି ଉପଯୁକ୍ତ ସାଥୀ ବାଛିବା ନେଇ ନିଜ ମତାମତ ଆମକୁ କମଣ୍ଟ କରି ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ