28.2 C
Odisha
Thursday, April 16, 2026

ପୁଣି ଟିଭିରେ ଟେଲିକାଷ୍ଟ ହେବ ରାମାୟଣ

ଋାମାନନ୍ଦ ସାଗରଙ୍କ ଫେମସ ଟିଭି ସିରିଏଲ ରାମାୟଣ ଫ୍ୟାନ୍ସଙ୍କ ପାଇଁ ରହିଛି ଖୁସି ଖବର । କାରଣ ଏବେ ପୁଣି ଥରେ ଟିଭିକୁ ଫେରୁଚି ପ୍ରସିଦ୍ଧ ରାମାୟଣ । ଶେମାରୁ ଟିଭି ଘୋଷଣା କରିଛି କି, ଏହି ପୌରାଣିକ ସୋ ଜୁଲାଇ ୩ ୨୦୨୩ରୁ ଟେଲିକାଷ୍ଟ ହେବା ଆରମ୍ଭ ହେବ । ୮୦ ଦଶକର ଟିଭି ସୋ ରେ ଅରୁଣ ଗୋଭିଲ ଓ ଦୀପିକା ଚିଖଲିଆ ରାମ ଓ ସୀତା ଚରିତ୍ର ରେ ଜନତାଙ୍କ ହୃଦୟରେ ରାଜ୍ କରିଥିଲେ । ସେହିପରି ସୁନୀଲ ଲହରୀ ନିଭାଇଥିଲେ ଲକ୍ଷ୍‌ମଣ ଭୂମିକା ।
ତେବେ ଦର୍ଶକବନ୍ଧୁ କହିରଖିବୁ, ରାମାୟଣକୁ ପୁଣି ଥରେ ଟେଲିକାଷ୍ଟ କରିବାର ଘୋଷଣା ସେହି ସମୟରେ ହୋଇଛି, ଯେତେବେଳେ ରାମାନନ୍ଦ ସାଗରଙ୍କ ରାମାୟଣ ର ତୁଳନା ନୂଆ ଫିଲ୍ମ ଆଦିପୁରୁଷ ସହ କରାଯାଉଛି । ହିନ୍ଦୁ ମହାକାବ୍ୟ ରମାୟଣ ଉପରେ ଆଧାରିତ ବୋଲି କୁହାଯାଉଥିବା ଆଦିପୁରୁଷ କୁ ନେଇ ଜବରଦସ୍ତ ଭାବେ ବିରୋଧ ପ୍ରଦର୍ଶନ କରାଯାଉଛି । କୁହାଯାଉଛି କି, ଫିଲ୍ମରେ ରାମ, ସୀତା, ହନୁମାନ ଓ ରାବଣଙ୍କୁ ଭୁଲ ଭାବେ ଚିତ୍ରିତ କରାଯାଇଛି । ସନାତନ ଧର୍ମୀଙ୍କ ଭାବନାକୁ ଆଘାତ ପହଂଚାଉଛି ଫିଲ୍ମ ଆଦିପୁରୁଷ ।
ତେବେ ଜୁନ ୧୬ ତାରିଖରେ ବଡ ପରଦାରେ ରିଲିଜ ହୋଇଥିଲା ଏହି ଫିଲ୍ମ । ଏଥିରେ ପ୍ରଭାସ, କୃତି ସେନନ, ଦେବଦତ ନାଗେ ଓ ସୈଫ ଅଲୀ ଖାନ ମୁଖ୍ୟ ଚରିତ୍ରରେ ଅଛନ୍ତି । ଯାହାର ନିର୍ଦେଶନା ଦେଇଛନ୍ତି ଓମ ରାଉତ ।
ତେବେ ଟିଭି ସୋ ର ଏକ ଛୋଟ କ୍ଲିପ ସେୟାର କରାଯାଇ ଚ୍ୟାନେଲ ନିଜ ସୋସିଆଲ ମିଡିଆ ପେଜ ରେ ପୋଷ୍ଟ କରିଥିଲା କି, ବିଶ୍ୱ ପ୍ରସିଦ୍ଧ ପୌରାଣିକ ଧାରାବାହିକ ‘ରାମାୟଣ’, ସମସ୍ତ ଫ୍ୟାନ୍ସ ଓ ଦର୍ଶକଙ୍କ ପାଇଁ ପୁଣି ଫେରିଛି ।
ସେପଟେ କହିବାକୁ ଗଲେ ମହାମାରୀ କରୋନା ଭାଇରସର ପ୍ରଥମ ଲହର ମଧ୍ୟରେ ରାମାୟଣକୁ ପୁନଃ ଦୂରଦର୍ଶନରେ ଟେଲିକାଷ୍ଟ କରାଯାଇଥିଲା । ଯାହାଦ୍ୱାରା ଲୋକେ ଘରେ ରହି ମନୋରଂଜନ କରିପାରିବେ । ଆଉ ସିରିଏଲ ଟିକୁ ସେତିକି ଭଲ ପାଇବା ମିଲିଥିଲା, ଯେତିକି ମିଲିଥିଲା ୮୦ ଦଶକରେ ।
ତେବେ ଆଦିପୁରୁଷ କଥା ଯଦି କହିବା, ଆରମ୍ଭରୁ ହିଁ ଏହି ସିନେମାଟିକୁ ବିରୋଧର ସାମ୍ନା କରିବାକୁ ପଡୁଛି । ଯେତେବେଲେ ଏହାର ଟ୍ରେଲର ରିଲିଜ କରାଯାଇଥିଲା, ସେତେବେଳେ ଭିଏଫଏକ୍ସ ଓ ଚରିତ୍ରମାନଙ୍କର କଷ୍ଟ୍ୟୁମକୁ ନେଇ ଆପତି ଉଠା ଯାଇଥିଲା । ଏହାକୁ ବଦଳାଇବାକୁ ମେକର୍ସ ଘୋଷଣା କରିଥିଲେ । ପରେ ଘୁଂଚିଥିଲା ରିଲିଜ ଡେଟ୍ । ହେଲେ ରିଲିଜ ହେବା ପରେ ଏହାର ଡାଏଲଗକୁ ନେଇ ବି ବିରୋଧ କରିଥିଲେ ଦର୍ଶକେ । ବକ୍ସ ଅଫିସରେ ଫିଲ୍ମର ବ୍ୟବସାୟ ଏବେ କମି ଯାଇଛି । ସେତେ ମାତ୍ରାରେ ଆଉ ଫିଲ୍ମକୁ ରେସପନ୍ସ କରୁନାହାନ୍ତି ସିନେପ୍ରାମୀ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ