32.3 C
Odisha
Saturday, March 7, 2026

ଚଳନ୍ତା ଟ୍ରେନ ଭିତରେ ଗୁପଚୁପ୍ ଷ୍ଟଲ

ଦର୍ଶକବନ୍ଧୁ ଗୁପଚୁପ ବା ଯାହାକୁ ଆମେ ପାନିପୁରୀ କିମ୍ବା ଗୋଲଗପ୍ପା କହିଥାଉ, ତାକୁ ଖାଇବାକୁ କାହାକୁ ଅବା ଭଲ ନ ଲାଗେ । ପ୍ରତିଟି ଭାରତୀୟଙ୍କ ଏହା ହେଉଚି ସବୁଠୁ ପ୍ରିୟ । ଖାସ କରି ଝିଅମାନେ ଗୁପଚୁପ ଖାଇବାକୁ ବେଶି ଭଲପାଆନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ମଜାଳିଆ ଭିଡିଓ ଆମେ ଦେଖିଛନ୍ତି । ହେଲେ ଏବେ ଯେଉଁ ଭିଡିଓଟି ସାମ୍ନାକୁ ଆସିଛି, ଆପଣ ହୁଏତ ତାକୁ ପୂର୍ବରୁ କେବେ ଦେଖିନଥିବେ ।
ନଜର ପକାନ୍ତୁ ଏହି ଭିଡିଓଟି ଉପରେ । ଟ୍ରେନ ଭିତରେ ଜଣେ ବ୍ୟକ୍ତି ଗୁପଚୁପ ବିକୁଛନ୍ତି ବୋଧେ । ଲୋକେ ବି ପୁରା ଆନନ୍ଦ ସହକାରେ ଖାଉଛନ୍ତି । ଏଠି ଗୁପଚୁପ ବେପାରୀ ଜଣକ ବାହାରେ ନୁହେଁ ବରଂ ଚଳନ୍ତା ଟ୍ରେନ ଭିତରେ ହିଁ ଗୁପଚୁପ ବିକୁଛନ୍ତି । ଲୋକେ ଚାରିପଟେ ଛିଡା ହୋଇ ଖାଉଛନ୍ତି ମଧ୍ୟ । ବ୍ୟକ୍ତି ଜଣକ ଏମିତି ଭାବରେ ଗୁପଚୁପ ଦେଉଛନ୍ତି, ଯେମିତି ପୂର୍ବରୁ ସେ ଅନେକ ଥର ଏମିତି କରିସାରିଛନ୍ତି ।
ସୋସିଆଲ ମିଡିଆରେ ଏହାକୁ ସେୟାର କରାଯାଇଛି । ଆଉ ଜଣାପଡିଛି କି, ଏହି ଭିଡିଓଟି ମୁମ୍ବାଇ ଲୋକାଲ ଟ୍ରେନର । ଗୁପଚୁପ ବିକୁଥିବା ବ୍ୟକ୍ତିଙ୍କ ପାଖରେ ସବୁ ଜିନିଷ ଯେମିତିକି, ମସଲା, ଖଟାପାଣି ସବୁ ଅଛି, ଯାହାକୁ ଗୁପସହ ଆମେ ଖାଇଥାଉ । ସେପଟେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ବି ଗୁପଚୁପ ବେପାରୀଙ୍କ ଏଭଲି କାରନାମା ଦେଖି ପୁରାପୁରି ତାଜୁବ ।
ଧ୍ୟାନ ଦେବାର କଥା ଏହା ଯେ, ଟ୍ରେନ ଦୃତ ଗତିରେ ଯାଉଛି । ହେଲେ ଗୁପଚୁପ ଦେଉଥିବା ବ୍ୟକ୍ତି ଜଣକ ଟିକିଏ ବି ଚିନ୍ତିତ ହୋଇପଡୁ ନାହାନ୍ତି । ସେ ଲୋକଙ୍କୁ ଗୁପଚୁପ ଖୁଆଇବାରେ ପୁରା ପୁରି ଯେମିତି ମଜି ଯାଇଛନ୍ତି । ତାଙ୍କୁ କିଛି ବି ଫରକ ପଡୁନି । ତେବେ ଏହି ଭିଡିଓଟି କେଉଁ ଦିନର ତାହା ତ ଜଣାପଡିନି, ହେଲେ ମୁମ୍ବାଇ ଲୋକାଲ ଟ୍ରେନର ବୋଲି କୁହାଯାଉଛି । ଲୋକେ ଏହି ମଜାଳିଆ ଭିଡିଓଟିକୁ ସେୟା କରୁଛନ୍ତି । ଏହାସହ ବିଭିନ୍ନ ପ୍ରକାର କମେଣ୍ଟରେ କମେଣ୍ଟ ବକ୍ସ ବି ଭର୍ତି ହୋଇଯାଇଛି । ଆଉ କିଛି ଲୋକେ ଏହି ବ୍ୟକ୍ତିଙକ୍ର ବିଜନେସ ମାଇଣ୍ଡକୁ ତାରିଫ କରିଛନ୍ତି । ଆଉ ଏହା ନୂଆ ଇନୋଭେସନ ବୋଲି କହୁଛନ୍ତି । ଏହାବାଦ ସେଠାରେ ଉପସ୍ଥିତ ଥିବା ଲୋକେ ଏହି ବ୍ୟକ୍ତିଙ୍କର ଭିଡିଓ ବି କରିଥିଲେ । ଆଉ କିଏ କିଏ କହିଥିଲେ, ଏମିତି କାମ ମୁମ୍ବାଇ ଲୋକାଲ ଟ୍ରେନରେ ହୋଇନଥିବ । ଏହି ବ୍ୟକ୍ତିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଅନ୍ୟପଟେ ଆଉ କିଛି ଲୋକେ କହିଛନ୍ତି, ଏହି ବ୍ୟକ୍ତି ଜଣକ କିଛି ଭୁଲ କରିନାହାନ୍ତି । କାରଣ ଏହା ଏକ ଅସ୍ଥାୟୀ ଦୋକାନ ।
ଏମିତିରେ ଦେଖିବାକୁ ଗଲେ ଗୁପଚୁପ ଷ୍ଟଲ ତ ସବୁଠି ପଡିପାରିବ । ଗାଁ ଗହଳି ଠାରୁ ଆରମ୍ଭ କରି ସହର ସବୁଠୁ ଲୋକଙ୍କ ପସନ୍ଦ ଗୁପଚୁପ । ଏଥିପାିଁ କିଚି ସ୍ଥାୟୀ ଦୋକାନର ଆବଶ୍ୟକତା ନାହିଁ । ମାତ୍ର ଏହି ବ୍ୟକ୍ତି ଜଣକ ଚଳନ୍ତା ଟ୍ରେନରେ ଗୁପଚୁପ ଷ୍ଟଲ ପକାଇ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ।
ତେବେ ଦର୍ଶକବନ୍ଧୁ ଏମିତି ଚଳନ୍ତା ଟ୍ରେନ ଭିତରେ ଗୁପଚୁପ ଷ୍ଟଲ ପକାଇବା କେତେଦୂର ଠିକ, ନିଜ ମତାମତ ଆମ ସହ ନିଶ୍ଚୟ ସେୟାର କରନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ