32.3 C
Odisha
Saturday, March 7, 2026

ବ୍ରେନ୍ ସହ ବିଉଟି ଥିବା ଆଇଏଏସ

ଅନେକ ଭିଡ ଭିତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହଜ କଥା ନୁହେଁ । ଏଥିପାଇଁ କରିବାକୁ ପଡେ ଅନେକ ପରିଶ୍ରମ ଏବଂ ଦରକାର ଧୈର୍ଯ୍ୟ । ତେବେ ୟୁପିଏସସି ସିଏସଇ ୨୦୨୨ ପରୀକ୍ଷାରେ ମୋଟ ସଫଳ ହୋଇଥିଲେ ୯୩୩ ଜଣ ପ୍ରାର୍ଥୀ । ଏ ସଫଳ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ହେଲେ ଆଶନା ଚୌଧୁରୀ । ଉତରପ୍ରଦେଶ ହାପୁଡ ଜିଲ୍ଲାରେ ରୁହନ୍ତି ଆଶନା । ତେବେ ସେ ହେଲେ ବ୍ୟୁଟି ଓିଥ୍ ବ୍ରେନ ।
ପିଏଚଡି ଫ୍ୟାମିଲିର ଜଣେ ସଦସ୍ୟ ନିଜକୁ କହିଥାନ୍ତି ଆଶନା । ଏହାର ଅର୍ଥ ଏହା ଯେ, ତାହ୍‌କ ଘରେ ଅଧିକାଂଶ ମେମ୍ବର ପିଏଚଡି ହାସଲ କରି ପ୍ରଫେସର ଅଛନ୍ତି । ଏଥିପାଇଁ ସେ ବି ନିଜକୁ ଏମିତି ଭାବେ ପ୍ରମାଣିତ କରିବାକୁ ଆଶନାଙ୍କ ଉପରେ ଚାପ ପଡୁଥିଲା । ତାଙ୍କ ବାପାଙ୍କ ଉପରେ ସରକାରୀ ଚାକିରୀ, ଖାସ କରି ସିଭିଲ ସର୍ଭିସ ର ପ୍ରଭାବ ବେଶି ଥିଲା । ଏହିସବୁ କାରଣ ପାଇଁ ଆଶନା ହି ୟୁପିଏସସି ସିଭିଲ ସର୍ଭିସ ଆଡକୁ ଆକର୍ଷିତ ହୋଇଥିଲେ ।
ଗାଜିଆବାଦସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ପାଠ ପଢିଛନ୍ତି ଆଶନା । ହ୍ୟୁମାନିଟିଜ୍ ବିଷୟ ସହ ଦ୍ୱାଦଶ ପରୀକ୍ଷା ଦେଇଥିଲେ । ପରେ ୨୦୧୯ରେ ଦିଲ୍ଲୀ ୟୁନିଭରସିଟିର ଲେଡି ଶ୍ରୀରାମ କଲେଜ ଇଂଲିଶ୍ ଲିଟରେଚର ରେ କରିଥିଲେ ଅନର୍ସ । ପରେ ନୂଆଦିଲ୍ଲୀସ୍ଥିତ ସାଉତ୍ ଏସିଆନ ୟୁନିଭର୍ସିଟିରୁ ଇଣ୍ଟରନ୍ୟାସନାଲ ରିଲେସନ୍ସ ରେ ମାଷ୍ଟର୍ସ କରିଥିଲେ । ତେବେ ଗ୍ରାଜୁଏସନ ପରେ ଗୋଟିଏ ବର୍ଷ ବ୍ରେକ ନେଇ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ଆଶନା ।
ୟୁପିଏସସି ପରୀକ୍ଷାରେ ସେ ଦେଇଥିଲେ ପ୍ରଥମ ଓ ଦ୍ୱିତୀୟ ଆଟେମ୍ପଟ । ହେଲେ ତାଙ୍କୁ ସଫଳତା ମିଳିନଥିଲା । ପ୍ରଥମ ଆଟେମ୍ପଟ ପାଇଁ ସେ ଗୋଟିଏ ବର୍ଷ ବ୍ରେକ ନେଲେ ଏବଂ ୫ ମାସ ଯାଏଁ ବାଜିରାମ ଆଣ୍ଡ ରବି ର ଅନଲାଇନ ପୋର୍ଟାଲରେ ନିଜକୁ କରିଥିଲେ ଏନରୋଲ । ସିଭିଲ ସର୍ଭିସ ପରୀକ୍ଷାର ପୂର୍ବ ବର୍ଷର ପ୍ରଶ୍ନପତ୍ର ଦେଖିବା ପରେ ବନାଇଥିଲେ ଷ୍ଟଡି ଷ୍ଟ୍ରାଟେଜୀ ।
ପରେ ୨୦୨୨ରେ ପୁନର୍ବାର ଦେଇଥିଲେ ପରୀକ୍ଷା । ଆଉ ୩ୟ ଆଟେମ୍ପଟରେ ତାଙ୍କୁ ମିଳିଯାଇଥିଲା ସଫଳତା ଓ ସେ ହାସଲ କରିପାରିଥିଲେ ୧୧୬ ରାଙ୍କ । ବାଜୀରାମ ଆଣ୍ଡ ରବି ପୋର୍ଟାଲ ବ୍ୟତୀତ ଅନଏକାଡେମୀର ଫ୍ରି ଟେଷ୍ଟ ସିରିଜ ବି ସେ ଦେଇଥିଲେ । ଯାହାଦ୍ୱାରା ତାଙ୍କୁ କରେଣ୍ଟ ଆଫାୟାର୍ସ ଓ ନୋଟ୍ସ ବନାଇବାରେ ସାହାଯ୍ୟ କରିଥିଲା । ତେବେ ଆଶନାଙ୍କ ମା ଭାବିଥିଲେ କି ଝିଅ ପ୍ରଥମ ପ୍ରୟାସରେ ବିଫଳ ହେବା ପରେ ସିଭିଲ ସର୍ଭିସ ପାଇଁ ପଢାପଢି ଛାଡି ଦେବ । ହେଲେ ଆଶନା କିନ୍ତୁ ଗିଭ୍ ଅପ୍ କରିନଥିଲେ ।
ମାଷ୍ଟର୍ସ କରିବା ସହ ପ୍ରତିଦିନ ୪ରୁ ୮ ଘଣ୍ଟା ପଢୁଥିଲେ ଆଶାନା । ତେବେ ସେ ସ୍ୱଭାବରେ ଖୁସ ମିଜାଜର ଥାଆନ୍ତି ଏବଂ ସବୁବେଲେ ନିଜକୁ ପଜିଟିଭ ରଖନ୍ତି । ଜୀବନରେ ଆସିଥିବା ସବୁ ଚାଲେଂଜକୁ ନିଜ ଉପରେ କେବେ ବି ଦାବି ଦେବାକୁ ସେ ଚାହିଁନାହାନ୍ତି । ଯେତେବେଳେ ସେ ଚିନ୍ତିତ ହୋଇ ଯାଆନ୍ତି କମେଡି ଭିଡିଓ ଦେଖି ମାଇଣ୍ଡ ଫ୍ରେଶ କରନ୍ତି । ତେବେ ଆଶାୟୀଙ୍କୁ ସବୁବେଳେ ପ୍ଲାନ ବି ପ୍ରସ୍ତୁତ କରି ରଖିବା ଉଚିତ ବୋଲି ପରାମର୍ଶ ଦିଅନ୍ତି ଆଶନା ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ