ଆଇସିସି, କ୍ରିକେଟ ବିଶ୍ୱକପ୍ ୨୦୨୩ର ସ୍କେଡ୍ୟୁଲ ଜାରି କରିଛି । ହେଲେ ସେମିଫାଇନାଲ ମ୍ୟାଚକୁ ନେଇ ପରିସ୍ଥିତି ସାମାନ୍ୟ କଷ୍ଟସାଧ୍ୟ ମନେ ହେଉଛି । ଆଇସିସି ଓ ବିସିସିଆଇ ମିଳିତ ଭାବେ ନିଷ୍ପତି ନେଇଛନ୍ତି ସେମିଫାଇନାଲ କେଉଁଠି ଖେଳାଯିବ । ତେବେ ଆପଣଙ୍କ ଅବଗତି ନିମନ୍ତେ ଜଣାଇ ଦେବୁ ଯେ, ମ୍ୟାଚ ମୁମ୍ବାଇରେ ଖେଳାଯିବ ଏବଂ ଆୟୋଜନ କରିବ କୋଲକାତା ।
ପ୍ରକୃତରେ ଆଇସିସି ସ୍କେଡ୍ୟୁଲ ଜାରି କରି କହିଛି କି, ଯଦି ସେମିଫାଇନାଲ ମ୍ୟାଚରେ ଭାରତ ପହଂଚୁଛି, ତେବେ ଭାରତୀୟ ଟିମ ମୁମ୍ବାଇର ଓାଙ୍ଖଡେ ଷ୍ଟାଡିୟମରେ ମୁକାବିଲା ଖେଳିବ । ଯେତେବେଲେ କି ପାକିସ୍ତାନ ଟିମ ଯଦି କ୍ୱାଲିଫାଏ କରେ, ତେବେ ତାର ଆୟୋଜନ କୋଲକାତା ଇଡେନ ଗାର୍ଡେନ ଷ୍ଟାଡିୟମରେ କରାଯିବ ।
ଯଦି ପାକିସ୍ତାନ ସେମିଫାଇନାଲ ପାଇଁ କ୍ୱାଲିଫାଏ କରୁଛି, ତେବେ ସେ କୋଲକାତାରେ ଖେଳିବ । ଆଉ ଯଦି ଭାରତ ସେମିଫାଇନାଲ ଟିକେଟ ପାଏ, ତେବେ ସେ ଖେଳିବ ମୁମ୍ବାଇରେ । ହେଲେ ଦୁହିଁଙ୍କ ମ୍ୟାଚ ଯଦି ସେମିଫାଇନାଲରେ ହୁଏ, ତାହେଲେ ମ୍ୟାଚ କୋଲାକାତା ରେ ହିଁ ଆୟୋଜିତ କରାଯିବ । ତେବେ ଦର୍ଶକବନ୍ଧୁ ଦେଖିବାକୁ ଗଲେ, ଇତିହାସରେ ଏମିତି ପ୍ରଥମଥର ହେଉଛି ଯେଉଁଠି ପୁରା ବିଶ୍ୱକପ ଭାରତରେ ଖେଳାଯିବ । ତେବେ ସେମିଫାଇନାଲ ଆୟୋଜନ ପାଇଁ ଦୌଡରେ ଚେନ୍ନାଇ ବି ଥିଲା । ହେଲେ ପ୍ରଥମ ହେଲା ଇଡେନ ଗାର୍ଡେନ । କାରଣ ନଭେମ୍ବର ମାସରେ ଚେନ୍ନାଇରେ ପାଣିପାଗ ଖରାପ ରହିପାରେ । ବର୍ଷାର ରହିଛି ଯଥେଷ୍ଟ ସମ୍ଭାବନା ।
ଆଇସିସି କହିଚି ଯେ, ଯଦି େଓଷ୍ଟ ଇଣ୍ଡିଜ ଟିମ କ୍ୱାଲିଫାଏ କରେ, ତାହେଲେ କ୍ୱାଲିଫାୟର ଯେଉଁଠି ବି ସମାପ୍ତ ହେଉ, ସେ ୧ ନମ୍ବର କ୍ୱାଲିଫାୟର ଟିମ ରହିବ । ଯଦି ଶ୍ରୀଲଙ୍କା କ୍ୱାଲିଫାଏ କରେ, ତାହେଲେ କ୍ୱାଲିଫାୟର ଯେଉଁଠି ବି ସମାପ୍ତ ହେଉ, ସେ ରହିବ ୨ ନମ୍ବର କ୍ୱାଲିଫାୟର ଟିମ । ଦୁଇ ଟିମ ବର୍ତମାନ ସମୟରେ ଜିମ୍ବାେଓ ରେ କ୍ୱାଲିଫାୟର୍ସ ମ୍ୟାଚ ଖେଳୁଛନ୍ତି । ଶ୍ରୀଲଙ୍କାର ସ୍ଥିତି ଭଲ ରହିଛି । ହେଲେ େଓଷ୍ଟ ଇଣ୍ଡିଜ ଦୁଇଟି ମ୍ୟାଚ ହାରି ସାରିଛି ।
କହିରଖିବୁ, ବିଶକପର ଆରମ୍ଭ ଅକ୍ଟୋବର ୫ ତାରିଖରୁ ଅହମ୍ମଦାବାଦରେ ହେବ । ଯେଉଁଠି ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟାନ ଇଂଲଣ୍ଡ ଓ ଗତ ଥରର ରନରଅପ ନ୍ୟୁଜିଲାଣ୍ଡ ।
ସେହିପରି ଭାରତ ନିଜର ପ୍ରଥମ ମୁକାବିଲା ଅକ୍ଟୋବର ୮ ତାରିଖରେ ଷ୍ଟ୍ରେଲିଆ ବିପକ୍ଷରେ ଚେନ୍ନାଇରେ ଖେଳିବ । ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ ୧୫ ଅକ୍ଟୋବରରେ ।
ଚଳିତ ଥର ବିଶ୍ୱକପରେ ୧୦ଟି ଦଳ ମଧ୍ୟରେ ୪୮ଟି ମ୍ୟାଚ ହେବାର ଅଛି । ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଓ ସାଉଥ ଆଫ୍ରିକା ପୂର୍ବରୁ ହିଁ ଏହି ଇଭେଣ୍ଟ ପାଇଁ କ୍ୱାଲିଫାଏ କରିସାରିଛନ୍ତି ।
୨୦୧୯ର ଓଡିଆଇ ବିଶ୍ୱକପ ଭଳି ଚଳିତ ଥର ବି ମୁକାବିଲା ରାଉଣ୍ଡ ରବିନରେ ଖେଳାଯିବ । ଯେଉଁଠି ପ୍ରତ୍ୟେକ ଟିମ ଅନ୍ୟ ବିପକ୍ଷରେ ଥରେ ଲେଖାଏଁ ଖେଳିବେ । ଅର୍ଥାତ ଗ୍ରୁପ ଷ୍ଟଜ ସରିବା ପରେ ସବୁ ଟିମ ୯ଟି ଲେଖାଏଁ ମୁକାବିଲା ଖେଳିସାରିଥିବେ । ପରେ ଗ୍ରୁପ ଷ୍ଟଜରେ ୪ଟି ଟପ ଟିମ ସେମିଫାଇନାଲ ମୁକାବିଲାରେ ହେବେ ଆମ୍ନାସାମ୍ନି ।

