ଦର୍ଶକବନ୍ଧୁ ଆଜିକାଲି ସରକାରୀ ଚାକିରୀ କରିବାକୁ ସମସ୍ତେ ଚାହାଁନ୍ତି । ହେଲେ ସରକାରଙ୍କ ସଂସ୍ଥାରେ ଚାକିରୀ ପାଇବା କୋଉ ସହଜ କଥା । ଏଥିପାଇଁ କଠିନ ପରିଶ୍ରମ କରିବାକୁ ହୁଏ । କାରଣ ସରକାରୀ ଚାକିରୀ କରିବାକୁ ହେଲେ ଦେବାକୁ ପଡେ ଲିଖିତ ଓ ମୌଖିକ ପରୀକ୍ଷା । ଏଥିରେ ଯଦି ଆପଣ ଉତ୍ତୀର୍ଣ୍ଣ ହେଉଛନ୍ତି ତେବେ ଯାଇ ଆପଣ ସରକାରୀ ଚାକିରୀ ଖଣ୍ଡେ ପାଇପାରିବେ । ତେବେ ସରକାରୀ ଚାକିରୀ କରିବାକୁ ଇଚ୍ଛା ରଖୁଥିବା ପ୍ରାର୍ଥୀହ୍କ ପାଇଁ ରହିଚି ଖୁସି ଖବର । କାରଣ ୟୁନିଅନ ପବ୍ଲିକ ସର୍ଭିସ କମିଶନରେ ବିଭିନ୍ନ ପଦବୀ ପାଇଁ ଭାକାନ୍ସି ବାହାରିଛି ।
ୟୁପିଏସସିରେ ଅଫିସର ପଦବୀ ପାଇଁ ବାହାରିଚି ନିଯୁକ୍ତି । ବିଭାଗ ପକ୍ଷରୁ ୨୦୨୩ ନୋଟିଫିକେସନ ଜାରି ହୋଇଛି । ବିଜ୍ଞପ୍ତି ହିସାବରେ ପ୍ରାୟ ୨୬୧ଟି ପଦ ପାଇଁ ନିଯୁକ୍ତି କରାଯିବ । ତେବେ ଓର୍ଥନେସ ଅଫିସର, ଏୟାର ସେଫ୍ଟି ଅଧିକାରୀ, ଜୁନିଅର ଟ୍ରାନ୍ସଲେସନ ଅଫିସର, ଲିଭଷ୍ଟକ ଅଧିକାରୀ, ଜୁନିଅର ସାଇଣ୍ଟିଫିକ ଅଫିସର, ଆସିଷ୍ଟାଣ୍ଟ ଇଂଜିନିୟର, ସହାୟକ ସର୍ବେକ୍ଷଣ ଅଧିକାରୀ, ପ୍ରଧାନ ଅଧିକାରୀ, ସିନିୟର ଲେକଚରରର ପଦବୀ ପାଇଁ ଭାକାନ୍ସି ବାହାରିଛି ।
ତେବେ ଏସବୁ ପଦବୀଗୁଡି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଜୁନ ୨୪ ୨୦୨୩ରୁ । ଯାହାର ଶେଷ ତାରିଖ ରହିଛି ୧୩ ଜୁଲାଇ ୨୦୨୩ । ଯଦି ଇଚ୍ଛୁକ ଥିବା ପ୍ର୍ରାର୍ଥୀ ନିଜ ଯୋଗ୍ୟତା ହିସାବରେ ଆବେଦନ କରିବାକୁ ଚାହାଁନ୍ତି, ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆପ୍ଲାଏ କରିଦେବା ଦରକାର ଏବଂ ଏଥିପାଇଁ ନିଜକୁ ପ୍ରସ୍ତୁତି ମଧ୍ୟ କରିବା ଦରକାର । ନେହେଲେ ପରବର୍ତୀ ସମୟରେ ସମସ୍ୟାରେ ପଡିପାରନ୍ତି ।
ତେବେ ଜେନେରାଲ, ଓବିସି, ଓ ଇଡବ୍ଲୁଏସ ବର୍ଗ ପାଇଁ ଆବେଦନ ଶୁକ୍ଳ ରହିଚି ୨୫ ଟଙ୍କା । ଯେତେବେଲେ କି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପିଡବ୍ଲୁଡି ପାଇଁ କୌଣସି ଫି ରଖାଯାଇନି । ତେବେ ଆପଣ ଏହି ଫି ଅନଲାଇନ ମାଧ୍ୟମରେ ପେମେଣ୍ଟ କରିପାରିବେ ।
କହିରଖିବୁ, ଏସବୁ ପଦବୀ ପାଇଁ ବୟସ ସୀମା ୫୦ ବର୍ଷ ଯାଏଁ ରଖାଯାଇଛି । ଅବଶ୍ୟ ଓବିସି, ଇଡବ୍ଲୁଏସ, ଏସସି, ଏସଟିଙ୍କ ପାଇଁ ବୟସ ସୀମାରେ କୋହଳ କରିପାରନ୍ତି ସରକାର ।
ଜଣାଇ ରଖିବୁ ଯେ ଭିନ୍ନ ଭିନ୍ନ ପଦବୀ ପାଇଁ ଯୋଗ୍ୟତା ରହିଛି ଅଲଗା । ଏଥିପାଇଁ ଆବେଦନକାରୀ ୟୁପିଏସସି ର ଅଫିସିଆଲ େଓବସାଇଟକୁ ଯାଇ ସମସ୍ତ ତଥ୍ୟ ଡିେଟେଲ ରେ ଚେକ କରିନେବା ଆବଶ୍ୟକ ।
।

