33.6 C
Odisha
Saturday, March 7, 2026

ଗୌତମ ଗମ୍ଭୀର ଚିଫ୍ ସିଲେକ୍ଟର, ଏହି ୩ ଖେଳାଳୀଙ୍କ ଛୁଟି

ଯେବେଠୁ ଚେତନ ଶର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି, ସେବେଠୁ ଭାରତୀୟ ଟିମର ଚୟନସମିତିରେ ଖାଲି ପଡିଛି ଗୋଟିଏ ପଦ । ସେବେଠୁ ଭାରତୀୟ ଟିମର ଏହି ଚୟନ ସମିତିରେ ୪ର୍ଥ ସିଲେକ୍ଟର ପାଇଁ ସନ୍ଧାନ ଜାରି ରହିଚି । ନର୍ଥ ଜୋନର ସିଲେକ୍ଟର ଥିବା ଚେତନ ଶର୍ମା ପଦରୁ ହଟିବା ପରେ ଏବେ ତାହା ପୂରଣ ହୋଇନି । କହିବାକୁ ଗଲେ ଭାରତୀୟ ଟିମର ମୁଖ୍ୟ ଚୟନକର୍ତା ଥିଲେ ଚେତନ ଶର୍ମା । ହେଲେ ଖେଳାଳୀଙ୍କ ସଂପ୍ରକରେ ଷ୍ଟିଙ୍ଗ ଅପରେସନ କରିବା ପରେ ନିଜ ପଦରୁ ଦେଇଥିଲେ ଇସ୍ତଫା । ହେଲେ ଏବେ ଏ ପ୍ରସଙ୍ଗକୁ ନେଇ ଆସିଛି ଏକ ତାଜା ଅପଡେଟ । ବିସିସିଆଇ ଏବେ ଯେ କୌଣସି ଜୋନରୁ ଆବେଦନ ମାଗିଛି । ଖବର ମିଳିଛି କି, ଗୌତମ ଗମ୍ଭୀରଙ୍କୁ ନୂଆ ଚୟନକର୍ତା ଭାବେ ନିଯୁକ୍ତ କରାଯାଇପାରେ । ଆଇପିଏଲରେ ବି ଲକ୍ଷନଉ ସୁପର ଜିଆଣ୍ଟସର ମେଣ୍ଟର ରହିଛନ୍ତି ଗମ୍ଭୀର । ଏବେ ବିସିସିଆଇ ସଚିବ ଜୟ ଶାହ ଗୋତମ ଗମ୍ଭୀରଙ୍କୁ ନର୍ଥ ଜୋନ ପକ୍ଷରୁ ଚୟନକର୍ତା ଭାବେ ବାଛିପାରେ ।
ବିସିସିଆଇର ଖବର ହିସାବରେ, ଦିଲୀ ସାଂସଦ ତଥା ପୂର୍ବ ଭାରତୀୟ କ୍ରିକେଟର ଗୌତମ ନର୍ଥ ଜୋନରୁ ଚୟନକର୍ତା ହୋଇପାରନ୍ତି । ଏମିତିରେ ଦେଖିବାକୁ ଗଲେ ସେ ବିଜେପିର ସାଂସଦ ରହିଛନ୍ତି ଏବଂ ଜୟ ଶାହ ହେଉଛନ୍ତି ବିଜେପିର ନେତା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ । ଏ ସବୁ କାରଣରୁ ଜୟ ଶାହ ତାଙ୍କୁ ଚୟନକର୍ତା ବାଛିପାରନ୍ତି । ଲକ୍ଷନଉର ମେଣ୍ଟର ଥିବା ବେଳେ ଗମ୍ଭୀର କେକେଆର ର କପ୍ତାନ ରହି ୨ ଥର ଆଇପିଏଲ ଟ୍ରଫି ବି ଜିତିସାରିଛନ୍ତି । କ୍ରିକେଟକୁ ନେଇ ଗମ୍ଭୀରଙ୍କ ପାଖରେ ରହିଚି ବହୁତ ଜ୍ଞାନ । ଅନେକଥର ଆଇପିଏଲେ ସେ ଯୁବ ଖେଳାଳୀଙ୍କୁ ବୁଝାଉଥିବା ନଜର ଆସିଛନ୍ତି । ଆଉ ଗମ୍ଭୀର ଚୟନକର୍ତା ହେବା ପରେ ଆଉ ୩ ଖେଳାଳୀଙ୍କୁ ବିଦା କରିପାରନ୍ତି ।
ଭାରତୀୟ ଟିମରେ ଲମ୍ବା ସମୟ ଧରି ଆଉଟ ଅଫ ଫର୍ମରେ ଚାଲୁଛନ୍ତି କେ ଏଲ ରାହୁଲ । ଏହାପରେ ବି ତାଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉଛି । ଆଇପିଏଲ ୨୦୨୩ରେ ବି ରାହୁଲ ଖରାପ ଫର୍ମରେ ରହିଥିଲେ । ବର୍ତମାନ ଆହତ କାରଣରୁ ସର୍ଜରୀ କରି ଫେରିଛନ୍ତି । ମାତ୍ର ଯଦି ଗମ୍ଭୀର ଚୟନକର୍ତା ହୁଅନ୍ତି, ତେବେ କେ ଏଲ ରାହୁଲଙ୍କ ଛୁଟି ପକା ବୋଲି କୁହାଯାଇପାରେ ।
ସେହିପରି ୨୪ ବର୍ଷୀୟ ଇଶାନ କିଷନଙ୍କୁ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟେଷ୍ଟ ଓ ଦିନିକିଆ ଟିମ ପାଇଁ ଚୟନ କରାଯାଇଛି । ଅବଶ୍ୟ ଟେଷ୍ଟରେ ଏବେ ଯାଏଁ ତାଙ୍କର ଡେବ୍ୟୁ ହୋଇନାହିଁ । ଫାଷ୍ଟ କ୍ଲାସରେ ବି ତାଙ୍କର ରେକର୍ଡ କିଛି ଖାସ ନାହିଁ । ହେଲେ ଏହାପରେ ବି ତାଙ୍କୁ ଟେଷ୍ଟ ଟିମରେ ସ୍ଥାନ ମିଳିଛି । ଯେତେବେଲେ କି ଭାରତର ଘରୋଇ ସର୍କିଟରେ ଏମିତି ଅନେକ ଅନୁଭବୀ ଖେଳାଳୀ ଅଛନ୍ତି, ଯିଏ ଟିମରେ ରହିବା ପାଇଁ ଉପଯୁକ୍ତ ।
ସମାନଭାବେ ସୌରଷ୍ଟ୍ର ରଣଜୀ ଟିମର କପ୍ତାନ ଜୟଦେବ ଉନାଦକଟଙ୍କୁ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳରେ ସ୍ଥାନ ଦିଆଯାଇଛି । ତେବେ ଆମେ ଯଦି ତାଙ୍କ ଲିଷ୍ଟ ଏ କ୍ୟରିଅର କଥା କହିବା, ତେବେ ତାଙ୍କ ପ୍ରଦର୍ଶନ ଏତେ ପ୍ରଭାବ ପକାଇନାହିଁ । ୨୦୧୩ରେ ସେ ଟିମ ଇଣ୍ଡିଆ ପାଇଁ ଜିନିକିଆ ଡେବ୍ୟୁ କରିଥିଲେ । ମୋଟ ୭ଟି ମୁକାବିଲାରେ ତାଙ୍କ ନାମରେ ରହିଛି ମାତ୍ର ୮ଟି ଓିକେଟ । ୧୦ ବର୍ଷ ଧରି ସେ କୌଣସି ଦିନିକିଆ ମୁକାବିଲା ଖେଳି ନାହାନ୍ତି । ଏହାପରେ ବି ସେ ଚୟନିତ ହୋଇଛନ୍ତି । ହେଲେ ଗମ୍ଭୀର ସଲେକ୍ଟର ବନିବା ପରେ ଜୟଦେବ ଙ୍କୁ ମଧ୍ୟ ବାହାରିବାକୁ ପଡିପାରେ । ଦୁଇ ଦିନ ପୂର୍ବରୁ କୁହାଯାଉଥିଲା ଯେ, ପୂର୍ବ କ୍ରିକେଟର ଭିରେନ୍ଦ୍ର ସେହବାଗ ନର୍ଥ ଜୋନରୁ ଚୟନକର୍ତା ହୋଇପାରନ୍ତି । ଦେଖାଯାଉ ଆଗକୁ କିଏ ହେଉଛନ୍ତି ବିସିସିଆଇର ଚୟନକର୍ତା । ମାତ୍ର ଆପଣଙ୍କୁ କଣ ଲାଗୁଛି, ଭିରେନ୍ଦ୍ର ସେହବାଗ ସିଲେକ୍ଟର ହେବା ଉଚିତ ନାଁ ଗୌତମ ଗମ୍ଭୀର, ଆପଣଙ୍କ ମତାମତ ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ