35.4 C
Odisha
Saturday, March 7, 2026

କରନ୍ତୁ ସରକାରୀ ଚାକିରୀ, ଏମିତି ହୁଏ ଆବେଦନ

ଦର୍ଶକବନ୍ଧୁ, ଆପଣ ଜାଣନ୍ତି ସରକାରୀ ଚାକିରର ଚାହିଦା ବେଶୀ । ଆଜି କାଲି ସମସ୍ତେ ସରକାରୀ ଚାକିରୀ ଖଣ୍ଡେ ପାଇବାକୁ ଧାଉଁଛନ୍ତି । କାରଣ ଏଥିରେ ଥାଏ ମୋଟା ଅଙ୍କର ଦରମା । ଏହାସହ ଅନେକ ସୁବିଧା ସୁଯୋଗ ରହିଛି ଏହି ଚାକିରୀରେ । ସବୁଠାରୁ ବଡ କଥା ହେଲା, ସରକାରୀ ଚାକିରୀରେ ମିଳିଥାଏ ଭରପୁର ଛୁଟି । ନିଜ ପରିବାର ସହ ସମୟ ବିତାଇବାକୁ ମଧ୍ୟ ସୁଯୋଗ ମିଳିଥାଏ । ତେବେ ଆପଣ ଯଦି ସରକାରୀ ଚାକିରୀ କରିବାକୁ ଚାହାଁନ୍ତି ତାହାଲେ ବଡ ସୁଯୋଗ ଆଣିଛି ଏସଏସସି ବା ଷ୍ଟାପ୍ ସିଲେକ୍ସନ କମିଶନ । ଏହାସହ ବାହାର କରିଛି ଦଶ ହଜାରରୁ ଅଧିକ ପୋଷ୍ଟ୍ ।

ଏସଏସସି ବାହାର କରିଛି ଏମଟିଏସ 2023 ପାଇଁ ନୋଟିଫିକେନ୍ । ନନ୍ ଟେକନିକାଲ ଷ୍ଟାଫ୍ ପଦବୀ ଏବଂ ହାଭିଲଦାର ପାଇଁ ପ୍ରକାଶ କରିଛି ବିଜ୍ଞପ୍ତି । ବିଭିନ୍ନ ବିଭାଗର ଭାକାନ୍ସିକୁ ନଜରରେ ରଖି ଏହି ସବୁ ପଦବୀ ବାହାରିଛି । ଯାହାକୁ ଖୁବ୍ ଶୀଘ୍ର ପୂରଣ କରାଯିବ । ଏଥିପାଇଁ ଜୁନ 14ରୁ ବାହାରିଛି ରେଜିଷ୍ଟ୍ରେସନ୍ ପ୍ରୋସେ । ଯାହା ଜୁଲାଇ 14 ଯାଏଁ ଚାଲିବ । ଆପଣ ଏହା ପୂର୍ବରୁ ଶୀଘ୍ର ଆବେଦନ କରିଦିଅନ୍ତୁ । ଆଉ ଆବେଦନର ସଂମ୍ପୂର୍ଣ୍ଣ ବିବରଣୀ ପାଇଁ ଭିଡିଓକୁ ଶେଷ ଯାଏଁ ଦେଖନ୍ତୁ ।

ନୋଟିଫିକେସନ ଅନୁସାରେ, ବିଭିନ୍ନ ମନ୍ତ୍ରାଳୟରେ ଖାଲି ପଡିଛି ଦଶ ହଜାରରୁ ଅଧିକ ପୋଷ୍ଟ । ଆପଣ ଯଦି ଏଥିରେ ଆବେଦନ କରିବାକୁ ଚାହାଁନ୍ତି, ତାହାଲେ ଲଗ୍ ଅନ୍ କରନ୍ତୁ, ଏସଏସସିର ଓ୍ୱେବସାଇଟ୍ । ଏହି ସବୁ ପୋଷ୍ଟ ହେଉଛି ସ୍ଥାୟୀ । କେନ୍ଦ୍ର ସରକାରଙ୍କ ଅଧିନରେ ଆପଣଙ୍କୁ ଚାକିରୀ କରିବାକୁ ହେବ । ଅର୍ଥାତ ଆପଣଙ୍କୁ ଠିକା ଭାବେ ନିଯୁକ୍ତି ମିଳିବ ନାହିଁ । ଆଉ ନିଯୁକ୍ତି ମିଳିବା ପରେ ଦେଶର ଯେକୌଣସି ସ୍ଥାନରେ ଆପଣଙ୍କୁ ପୋଷ୍ଟି ଦେବେ ସରକାର ।

ଆମେ କହି ରଖୁଛୁ ଯେ, ଏମଟିଏସ୍ ବା ମଲ୍ଟି ଟାସ୍କିଂ ପୋଷ୍ଟରେ ଖାଲି ରହିଛି ପ୍ରାୟ12 ହଜାର ପୋଷ୍ଟ । ସେହିପରି ହାବିଲଦାରରେ 529ଟି ଭାକାନ୍ସି ରହିଛି । ଯାହାକୁ ପରୀକ୍ଷା ମାଧ୍ୟମରେ ପୂରଣ କରାଯିବ । ଆପଣ ଯଦି ଏହି ସବୁ ପୋଷ୍ଟ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତାହାଲେ ଦଶମ ପାସ୍ କରିଥିବା ଜରୁରୀ । ଦଶମରୁ ଅଧିକ ପାସ୍ କରିଥିଲେ ମଧ୍ୟ ଆପଣ ଆପ୍ଲାଏ କରିପାରିବେ । ଏହାସହ ଆପଣଙ୍କ ବୟସ 18ରୁ 25 ମଧ୍ୟରେ ହୋଇଥିବା ଆବଶ୍ୟକ । କିନ୍ତୁ ଏସଏସି ଏସଟି ବର୍ଗରେ ବୟସସୀମାକୁ କୋହଳ କରାଯିବ । ଫର୍ମ ପୂରଣ ବେଳେ ସମସ୍ତ ଶିକ୍ଷାଗତ ଦସ୍ତାବିଜ ଜରୁରୀ । ଶେଷରେ ଆବେଦନ ପରେ ଆଫଣଙ୍କୁ ଦେବାକୁ ପଡିବ ଲିଖିତ ପରୀକ୍ଷା । ଏଥିରେ ଗଣିତ, ରିଜନିଂ, ଜିକେ ଏବଂ ଇଂରାଜୀ ବିଷୟ ପଡିବ । ମୋଟ୍ 270 ମାର୍କର ପରୀକ୍ଷା କରିବ ଏସଏସସି । ଏଥିରେ ପାସ୍ କରିବା ପରେଆପଣଙ୍କୁ ସିଧା ନିଯୁକ୍ତି ମିଳିବ । ଯଦି ଆପଣ ଏହି ପୋଷ୍ଟ ପାଇଁ ଆବେଦନ କରିବାକୁ ଚାହାଁନ୍ତି ତାହାଲେ ଡେରି କରନ୍ତୁ ନାହିଁ । କାରଣ ଜୁଲାଇ 14 ହେଉଛି ଆବେଦନର ଶେଷ ତାରିଖ । ଆଉ ଏତେ ମାତ୍ରାରେ ପୋଷ୍ଟ ବାହାରିବା ସାଧାରଣ କଥା ନୁହେଁ । ଏମିତି ସୁଯୋଗ ଖୁବ୍ କମ୍ ଆସେ । ତେବେ ଆଫଣ ମିଳିଥିବା ଏହି ସୁଯୋଗର ଫାଇଦା ଉଠାଇବା ସହ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ