ପୁଣି ଓଡିଆଙ୍କ ମନ ଜିଣିଲେ କିଲି ପଲ୍ । ଉତ୍କଳ ଦିବସରେ ଜଣାଇଲେ ଶୁଭେଚ୍ଛା । ଓଡିଶାର ନାଁ ଲେଖି ଭିଡିଓ ପୋଷ୍ଟ୍ ବି କଲେ । ଯାହା ଏବେ ସୋସିଆଲ ମିଡିଆରେ ହୋଇଛି ଭାଇରାଲ । ଆଉ ଖୁବ୍ ପ୍ରଶଂସା କରିଛନ୍ତି ଲକ୍ଷ ଲକ୍ଷ ଓଡିଆ ୟୁଜର ।
ଆଫ୍ରିକାର ଏକ ଛୋଟ ଦେଶ ତାଞ୍ଜାନିଆ । ଏବେ ଏହି ଦେଶ ସାରା ବିଶ୍ୱରେ ଚର୍ଚ୍ଚିତ । କାରଣ ହେଉଛନ୍ତି ଏଠାରେ ରହୁଥିଲା କିଲି ପଲ୍ ଓ ନିମା ପଲ୍ । ଏହି ଦୁଇ ଆଫ୍ରିକୀୟଙ୍କ ରିଲ୍ସ ଏବେ ସାରା ଦୁନିଆରେ ଭାଇରାଲ । ଇଣ୍ଟରନେଟରେ ସେନସେସନ୍ ପାଲଟିଛନ୍ତି ପଲ୍ ଯୋଡି । ସେମାନେ ଇନଷ୍ଟାଗ୍ରାମରେ ବିଭିନ୍ନ ଦେଶର ରିଲ୍ସ କରି ପୋଷ୍ଟ କରୁଛନ୍ତି ଭିଡିଓ । ଯାହାକୁ ଖୁବ୍ ପସନ୍ଦ କରୁଛନ୍ତି ଲୋକେ । ଆଉ କରୁଛନ୍ତି କମେଣ୍ଟ ବର୍ଷା ।
କିଛି ଦିନ ତଳେ ଓଡିଆ ଗୀତରେ ରିଲ୍ସ କରିଥିଲେ ପଲ୍ । ଭଲ ପାଏ ତତେ ମୁ ଶହେରୁ ଶହେ ଗୀତରେ ଭାଇରାଲ ହୋଇଥିଲା ସେମାନଙ୍କ ରିଲ୍ସ । ଓଡିଆ ଗୀତରେ ରିଲ୍ସ ହୋଇଥିବାରୁ ଢେର୍ ଭଲ ପାଇବା ଦେଇଥିଲେ ଓଡିଆ । ଓଢିଆଙ୍କ ଗଦା ଗଦା କମେଣ୍ଟରେ ଫୁଲ୍ ହୋଇଯାଇଥିଲା କମେଣ୍ଟ ବକ୍ସ । ତିନି ଲକ୍ଷରୁ ଅଧିକ ଲୋକେ ରିଲ୍ସକୁ ପସନ୍ଦ ମଧ୍ୟ କରିଥିଲେ । ତେବେ ଓଡିଆଙ୍କ ଭଲ ପାଇବା ଦେଖି ଆଉ ପାଦେ ଆଗେଇଛନ୍ତି କିଲି । ଏପ୍ରିଲ ଏକରେ ପୋଷ୍ଟ କରିଛନ୍ତି ବନ୍ଦେ ଉତ୍କଳ ଜନନୀ ଗୀତର ରିଲ୍ସ ।
ତେବେ କିଲିଙ୍କ ଏହି ପ୍ରୟାସ ଖୁବ୍ ଜୋରରେ ହୋଇଛି ଭାଇରାଲ । ଓଡିଶାର ସବୁଠୁ ବଡ ଦିନରେ ପଲଙ୍କ ଉଦ୍ୟମ ସମସ୍ତଙ୍କୁ ଆସିଛି ପସନ୍ଦ । ଓଡିଆ କଳାକାର ଓ ବଡ ବଡ ସିଙ୍ଗର ବି ଦେଇଛନ୍ତି କମେଣ୍ଟ । ଓଡିଆ ସଂସ୍କୃତି, ପରମ୍ପରା ଓ ଭାଷାକୁ ବିଶ୍ୱ ଦରବାରରେ ପହଁଚାଇଥିବାରୁ ଧନ୍ୟବାଦ ବି ଦେଇଛନ୍ତି । ଆଉ କେହିକେହି ପୋଷ୍ଟରେ ବନ୍ଦେ ଉତ୍କଳ ଜନନୀ ମଧ୍ୟ ଲେଖିଛନ୍ତି । ଆହୁରି ମଧ୍ୟ ଏହି ଭିଡିଓକୁ ଏବେସୁଦ୍ଧା ମିଳିଛି 65 ହଜାର ଲାଇକ୍ । ଯାହା ଆଗକୁ ଆହୁରି ମଧ୍ୟ ବଢିବା ଏକ ପ୍ରକାର ନିଶ୍ଚିତ । ତେବେ ଆମେ ଏଠାକୁ କହି ରଖୁଛୁ ଯେ, କିଲି ପଲ୍ ହେଉଛନ୍ତି ଜଣେ ପପୁଲାର କଣ୍ଟେଣ୍ଟ କ୍ରିଏଟର । ସେ ନିଜ ରିଲ୍ସ ପାଇଁ ସଦାବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଫଲୋଅର୍ସ ସଂଖ୍ୟା 50 ଲକ୍ଷରୁ ବେଶି । ଏପରିକି ଅନେକ ନାମିଦାମୀ ବଲିଉଡ୍ ସେଲିବ୍ରିଟି ମଧ୍ୟ କିଲିରୁ କରୁଛନ୍ତି ଫଲୋ ।

