25.9 C
Odisha
Saturday, March 7, 2026

ସରିଲା ବିିରାଟ-ଧୋନୀଙ୍କ ଯୁଗ

ଆଇପିଏଲ ଯେବେ ଆରମ୍ଭ ହୋଇଥିଲା, ସେତେବେଳେ ମହେନ୍ଦ୍ର ସିଂ ଧୋନୀ ଥିଲେ ସବୁଠୁ ମହଙ୍ଗା ଖେଳାଳୀ । ହେଲେ ଏବେ ସମୟ ବଦଳି ଯାଇଛି । ଦିନେ ବିରୋଟ କୋହଲୀ ବି ଲମ୍ବା ସମୟ ଧରି ଏକ୍ସପେନସିଭ ଖେଳାଳୀଙ୍କ ଲିଷ୍ଟରେ ଟପରେ ରହୁଥିଲେ । ମାତ୍ର ସମୟ ବଦଳିବା କାରଣରୁ ଏବେ ଏହି ୨ ଜଣ, ଆଇପିଏଲ ୨୦୨୩ର ମହଙ୍ଗା ପ୍ଲେୟାର ଲିଷ୍ଟରୁ ଆଉଟ ହୋଇଯାଇଛନ୍ତି । ଧୋନୀଙ୍କୁ ସିଏସକେ ଠାରୁ ୧୨ କୋଟି ମିଳିଥିବା ବେଳେ ବିରାଟଙ୍କୁ ଆରସିବି ଠାରୁ ମିଳିଛି ୧୫ କୋଟି । ତାହେଲେ ଚାଲନ୍ତୁ ନଜର ପକାଇବା ଏହି ଟପ୍ ୧୦ ଲିଷ୍ଟ ଉପରେ ।
ପ୍ରଥମେ ଜାଣିବା ଲିଷ୍ଟର ପ୍ରଥମରେ ଥିବା ଯୁବ ଖେଳାଳୀ ଇଶାନ କିଷନଙ୍କ ବିଷୟରେ । ମୁମ୍ବାଇର ଷ୍ଟାର ଖେଳାଳୀ ଇଶାନ କିଷନଙ୍କୁ ମିଳିବ ୧୫ କୋଟି ୨୫ ଲକ୍ଷ । ଯେଉଁଠି ବିରାଟ ପାଇଛନ୍ତି ମାତ୍ର ୧୫ କୋଟି । ୨ୟରେ ଆସିବେ ଋଷଭ ପନ୍ତ । ଅବଶ୍ୟ ସେ ଚଳିତ ଥର ଖେଳୁନାହାନ୍ତି । ମାତ୍ର ଦିଲୀ କ୍ୟାପିଟାଲସ ର ଏହି ନିୟମିତ କପ୍ତାନ ଜଣକ ବି ଏହି ଲିଷ୍ଟରେ ସାମିଲ ଅଛନ୍ତି । ୩ୟରେ ୱେଷ୍ଟିଇଣ୍ଡିଜର ୨ୟ କ୍ରିସ ଗେଲ କୁହାଯାଉଥିବା ନିକୋଲସ ପୁରନ ଙ୍କୁ ବି ୧୬ କୋଟି ମିଳିବ ଏବଂ ସେ ହେଉଛନ୍ତି ଲକ୍ଷନଉ ଟିମର ଭାଗୀଦାର । ସେହିପରି କୋଲକାତା ନାଇଟ ରାଇଡର୍ସର ଅଲରାଉଣ୍ଡର ଆନ୍ଦ୍ରେ ରୁସଲ ବି ଏହି ଲିଷ୍ଟରେ ଅଛନ୍ତି । ତାଙ୍କୁ ମଧ୍ୟ ରୋହିତ ଶର୍ମାଙ୍କ ବରାବର ୧୬ କୋଟି ମିଳିବ । ସେହିପରି ଯଦି ଆମେ କହିବା, ଇଂଲଣ୍ଡର ଟେଷ୍ଟ କପ୍ତାନ ବେନ ଷ୍ଟୋକସ ଙ୍କୁ ସିଏସକେ ଠାରୁ ମିଳିବ ୧୬ କୋଟି ୨୫ ଲକ୍ଷ । କ୍ୟାମେରୁନ ଗ୍ରୀନ ଙ୍କୁ ମୁମ୍ବାଇ ୧୭ କୋଟି ୫ ଲକ୍ଷ ଦେଇ କିଣିଛି । ଶେଷରେ ଏଲଏସଜି କପ୍ତାନ କେଏଲ ରାହୁଲଙ୍କୁ ମିଳିବ ୧୭ କୋଟି । ଯଦି ରିଟେନ ପ୍ଲେୟାରଙ୍କ ଲିଷ୍ଟ ଚେକ୍ କରିବା, ତେବେ ରାହୁଲ ହେଉଛନ୍ତି ସବୁଠୁ ମହଙ୍ଗା ଖେଳାଳୀ । ରିଟେନ ଏବଂ ଅକ୍ସନରେ କିଣାଯାଇଥିବା ପ୍ଲେୟାରଙ୍କ ଏହି ଲିଷ୍ଟରେ ସବୁଠୁ ମହଙ୍ଗା ଖେଳାଳୀ ସ୍ୟାମ କରନ ରହିଛନ୍ତି, ଯିଏ ଚଲିତଥର ପଂଜାବ କିଙ୍ଗସର ପ୍ଲେୟାର ରହିଛନ୍ତି । ଏଥିରୁ ଜଣାପଡୁଛି କି, ଧୋନୀ ଓ ବିରାଟଙ୍କ ଅପେକ୍ଷା ଏହି ଖେଳାଳୀମାନଙ୍କର କେତେ ଚାହିଦା ଅଛି ଏବଂ ଫ୍ରାଚାଂଇଜି କେତେ ମାତ୍ରାରେ ଅର୍ଥ ଏମାନଙ୍କ ଉପରେ ଲଗାଉଛନ୍ତି । ତେବେ ଦର୍ଶକବନ୍ଧୁ ବାସ୍ତବରେ କଣ ଧୋନୀ ଏବଂ ବିରାଟଙ୍କର ଆଉ ଚାହିଦା ନାହିଁ, ନା ଏହା ପଛରେ କିଛି ଅନ୍ୟ କାରଣ ଅଛି, ସେ ନେଇ ନିଶ୍ଚୟ ଆପଣଙ୍କ ମତାମତ ଆମ ସହ ସେୟାର କରନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ