23.3 C
Odisha
Friday, March 6, 2026

ସାଉଥ୍‌ରେ ମୋ ସହ …


ହିନ୍ଦୀ ସହ ଇଂଲିଶ, ତେଲୁଗୁ ଓ କନ୍ନଡ ଫିଲ୍ମରେ କାମ କରିସାରିଥିବା ଆକ୍ଟ୍ରେସ ପାୟଲ ଘୋଷ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ଆକ୍ଟିଂ ଦୁନିଆରୁ ଅବଶ୍ୟ ସେ ଏବେ ଦୂରେଇ ଯାଇଛନ୍ତି, ହେଲେ ସୋସିଆଲ ମିଡିଆରେ କିନ୍ତୁ ବେଶ୍ ଆକ୍ଟିଭ । ଏବେ ପୁଣି କିଛି ଚକିତ କଲାଭଳି ପୋଷ୍ଟ କରି ଚର୍ଚ୍ଚାରେ ପାୟଲ । ଇନଷ୍ଟାଗ୍ରାମରେ ସେ ଏକ ପୋଷ୍ଟ କରିଛନ୍ତି, ଯାହା ଏବେ ଚର୍ଚାକୁ ଆସି ଯାଇଛି । ନିଜ ପୋଷ୍ଟରେ ସେ ସାଉଥ ଇଣ୍ଡଷ୍ଟ୍ରିକୁ ତାରିଫ କରିଛନ୍ତି ଏବଂ ନିଜକୁ ସାଉଥ ର ଫ୍ୟାନ୍ ବୋଲି କହିଛନ୍ତି ପାୟଲ । ସାଥ୍ ନିଭାନା ସାଥିଆ ଭଳି ସିରିୟଲ ଓ ପଟେଲ କି ପଂଜାବୀ ଶାଦି ଭଳି ଫିଲ୍ମରେ ନଜର ଆସିଥିବା ପାୟଲ ଘୋଷଙ୍କ କହିବା କଥା, ସାଉଥ ରେ ତାଙ୍କର ଦୁଷ୍କର୍ମ ହୋଇନାହିଁ ।
ପାୟଲ ଇନଷ୍ଟାରେ ଏକ ନୋଟ୍ ସେୟାର କରିଛନ୍ତି, ଯାହାପରେ ସେ ଏବେ ଚର୍ଚାରେ । କହିରଖିବୁ , ବଲିଉଡ ଡାଇରେକ୍ଟର ତଥା ଆକ୍ଟର ଅନୁରାଗ କଶ୍ୟପଙ୍କ ବିରୋଧରେ ଦୁଷ୍କର୍ମ ନେଇ ଆରୋପ ଲଗାଇଥିଲେ ପାୟଲ ଏବଂ ତାଙ୍କ ନାମରେ ମାମଲା ମଧ୍ୟ ଦାଏର କରିଥିଲେ ।
ତେବେ ପାୟଲଙ୍କ ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ମିକ୍ସ ରିଆକ୍ସନ ଦେଉଛନ୍ତି । କିଛି ଲୋକେ ପାୟଲଙ୍କୁ ଟ୍ରୋଲ କରୁଥିବା ବେଳେ ଆଉ କିଛି ବଲିଉଡ ଉପରେ ନିଶାନା ସାଧିଛନ୍ତି । ବଲିଉଡର ଏବେ ପୋଲ୍ ଖୋଲିଛି ବୋଲି ଆଉ କିଛି ଜଣ କରିଛନ୍ତି କମେଣ୍ଟ ।
୨୦୨୦ ମସିହାରେ ଅନୁରାଗଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ଏହି ଆକ୍ଟ୍ରେସ ଜଣକ । ୨୨ ସେପ୍ଟେମ୍ବର ମୁମ୍ବାଇରେ ସେ ଏହି ଅଭିଯୋଗ କରିଥିଲେ । ଅଭିନେତ୍ରୀଙ୍କ ଅଭିଯୋଗ ହେଲା ଯେ, ଅନୁରାଗ ୨୦୧୩ରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏମିତିକି ଅନୁରାଗଙ୍କ ବିରୋଧରେ ଦୁଷ୍କର୍ମ, ଦୁର୍ବ୍ୟବହାର, ଅସଦାଚରଣ, ଖରାପ ଉଦ୍ଦେଶ୍ୟ ଓ ମହିଳାଙ୍କୁ ଅପମାନ କରିବା ଧାରା ଅନୁସାରେ ମାମଲା ଦାଏର କରିଥିଲା ପୁଲିସ । ହେଲେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ କଶ୍ୟପ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ