ଶୋଇଲେ ଆସେ ସ୍ୱପ୍ନ । ମନର ଭାବନାକୁ ନେଇ ନିଘୋଡ଼ ନିଦରେ ଭାସି ଆସେ ଚିତ୍ର ଆଉ ଚରିତ୍ର । ଆସନ୍ତି କେତେ ଚିହ୍ନା ଆଉ ଅଚିହ୍ନା ମୁହଁ । ବେଳେବେଳେ କେହି ଭୟଙ୍କର ସ୍ୱପ୍ନ ଦେଖନ୍ତି । କିଛି ବ୍ୟକ୍ତି ସ୍ୱପ୍ନରେ ଦେଖନ୍ତି ସାପ । ଏହି ବିଷାକ୍ତ ସରୀସୃପ ସ୍ୱପ୍ନରେ ଆସିଲେ ଦିଏ କିଛି ଖରାପ ସଂକେତ । ତେବେ ଆସନ୍ତୁ ଜାଣିବା କଣ ସୂଚନା ଦିଏ ଏପରି ସ୍ୱପ୍ନ ।
ଭିନ୍ନ ଭିନ୍ନ ପ୍ରକାରେ ସ୍ୱପ୍ନରେ ଆସେ ସାପ । କେତେବେଳେ ସାପ ଦଂଶୁଛି ତ କେତେବେଳେ ଗୋଡାଉଛି । ଆଉ ପୁଣି କେତେବେଳେ ଘରେ ପଶୁଛି ଏହି ସାରୀସୃପ । ତେବେ ଯଦି ଆପଣ ଏମିତି କିଛି ସ୍ୱପ୍ନ ଦେଖୁଛନ୍ତି ହେଇଯାଆନ୍ତୁ ସାବଧାନ । ଏହା ରିଅଲ୍ ଲାଇଫରେ ପକାଏ ଗୁରୁତର ପ୍ରଭାବ । କିଛି କିଛି ସ୍ୱପ୍ନ ବାସ୍ତବତାକୁ ଇଙ୍ଗିତ କରିଥାଏ ।
ସାପ ସ୍ୱପ୍ନ ଦେଖିଲେ ହୁଏ କିଛି ବଡ଼ ଅଘଟଣ । ଶାସ୍ତ୍ରରେ ମଧ୍ୟ ଏପରି ସ୍ୱପ୍ନକୁ କୁହାଯାଏ ଅଶୁଭ । ଯଦି ଆପଣ ଲଗାତର ସାପ ସ୍ୱପ୍ନ ଦେଖନ୍ତି ତେବେ ଜାଣନ୍ତୁ ଆପଣଙ୍କର କେହି କ୍ଷତି ଘଟାଇବାକୁ ଚାହୁଁଛି । ନିଜ ଲୋକ ଅନିଷ୍ଟ କରିବା ପୂର୍ବରୁ ଆସେ ସାପ ସ୍ୱପ୍ନ । ତା ପୁଣି ଅତି ନିଜର ଲୋକଙ୍କଠାରୁ ମିଳିଥାଏ ଧୋକା ।
ସ୍ୱପ୍ନରେ ସାପ ଚୋଟ ମାରିଲେ ମିଳେ ଦେହ ଖରାପର ସଂକେତ । ସାପ ଦଂଶନରୁ ରକ୍ତ ବାହାରିବା ମଧ୍ୟ ଦେଖନ୍ତି କେହି । ଏପରି ସ୍ୱପ୍ନ ଦେଖିବା ଅର୍ଥ ଆପଣ କିଛି ବଡ଼ କଥା ଭୁଲି ଯାଇଛନ୍ତି । ଯାହା ମନେ ପକେଇବାକୁ ଆସେ ଏମିତି ସ୍ୱପ୍ନ । ଭୁଲି ଯାଇଥିବା ନକଥା ନପଡିବା ଯାଏଁ ସାପ ଦଂଶିବା ସ୍ୱପ୍ନ ବାରମ୍ବାର ଆସିଥାଏ ।
ତେବେ ସାପ ସ୍ୱପ୍ନ ନ ଦେଖିବା ପାଇଁ ରହିଛି ଅନେକ ବାଟ । ପାଖରେ ସମ୍ବର ସିଙ୍ଗ ରଖିଲେ ଆସେନି ସାପ ସ୍ୱପ୍ନ । ଭଲ ନିଦ୍ରା ବି ହୁଏ । ଏହି ଜିନିଷ ପାଖରେ ଥିଲେ ସାପ ଉପରେ ଗୋଡ଼ ପଡିଲେବି କାମୁଡେନି ବିଷାକ୍ତ ସାପ । ଚୋଟ ନମାରି ସେ ତା ରାସ୍ତାରେ ଚାଲିଯାଇଥାଏ .।

