୧୦୦୦ ପାର୍ କଲା ଭୁବନେଶ୍ଵର AQI : କୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ଲୋକେ

ନୂଆଦିଲ୍ଲୀ, ୦୯।୧୧: କଟକଣାକୁ ମାନିଲେନି, କୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର କଲେନି। ଧାର୍ଯ୍ୟ ସମୟ ସୀମା ଅତିକ୍ରମ କରି ଦୀର୍ଘ ସମୟ ଧରି ଚାଲିଲା ବାଣ ଫୁଟା। ଫଳରେ ଦୀପାବଳି ପରେ ଦିଲ୍ଲୀଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଅନେକ ସହରରେ ବଢ଼ିଛି ବାୟୁ ଓ ଶବ୍ଦ ପ୍ରଦୂଷଣ।

ନିୟମ ଅନୁସାରେ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ରହିଥିଲା। ହେଲେ ଅନେକ ସ୍ଥାନରେ ସନ୍ଧ୍ୟା ହେବା ପୂର୍ବରୁ ହିଁ ଆରମ୍ଭ ହୋଇଯାଇଥିଲା ଆତସବାଜି। ଏପରିକି ମଧ୍ୟରାତ୍ରି ପର୍ଯ୍ୟନ୍ତ ବାଣ ଫୁଟା ଜାରି ରହିଥିଲା। ଫଳରେ ପରିବେଶରେ ଧୂଆଁର ଆସ୍ତରଣ ଜମିବା ସହ ବାୟୁର ମାନ ଖରାପ ହୋଇପଡ଼ିଛି।

ଦୀପାବଳି ରାତିରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ବିପଜ୍ଜନକ ସ୍ତରକୁ ଛୁଇଁଥିଲା। ସହରର ଅନେକ ଅଞ୍ଚଳରେ ଧୂଆଁ ଯୋଗୁଁ ଦୃଶ୍ୟମାନ କ୍ଷମତା ହ୍ରାସ ପାଇଥିଲା। ରାସ୍ତାରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ ଆଲୋକରେ ବାଣ ଧୂଆଁର ଘନ ଆସ୍ତରଣ ସ୍ପଷ୍ଟ ଦେଖିବାକୁ ମିଳିଥିଲା।

ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ପ୍ରାୟ ୩୫୦ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିବା ଦାବି କରିଥିଲେ। ତଥାପି ନିର୍ଦ୍ଧାରିତ ସମୟ ପରେ ବି ବାଣ ଫୁଟା ବନ୍ଦ ହୋଇନଥିଲା। ଏହାକୁ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ବାୟୁ ପ୍ରଦୂଷଣ ବଢ଼ିବା ଯୋଗୁଁ ଶ୍ୱାସରୋଗୀ, ହୃଦ୍‌ରୋଗୀ, ଶିଶୁ ଓ ବୟସ୍କଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି। ଧୂଆଁ ଯୋଗୁଁ ଅନେକ ଲୋକ ନିଶ୍ୱାସ ନେବାରେ କଷ୍ଟ ଓ ଆଖିରେ ପୋଡ଼ାଜଳା ଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଆଶଙ୍କା କରାଯାଉଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ