୨୦୨୬ ଡିସେମ୍ବରରେ ରାହୁଙ୍କ ରାଶି ପରିବର୍ତ୍ତନକୁ ନେଇ ଜ୍ୟୋତିଷ ଶାସ୍ତ୍ରରେ ରହିଛି ବିଶେଷ ମହତ୍ତ୍ୱ । ଏହି ଗୋଚର ଯୋଗୁଁ କିଛି ରାଶିର ଜାତକଙ୍କ ଜୀବନରେ ଆର୍ଥିକ ଉନ୍ନତି, କ୍ୟାରିୟରରେ ସଫଳତା ଏବଂ ନୂଆ ସୁଯୋଗ ଆସିବାର ସମ୍ଭାବନା ରହିଛି । ବିଶେଷକରି ୪ଟି ରାଶି ପାଇଁ ଏହି ଗୋଚର ଶୁଭ ଫଳ ଦେଇପାରେ ବୋଲି ଜ୍ୟୋତିଷୀୟ ଆକଳନ କରାଯାଉଛି ।
ଜ୍ୟୋତିଷ ଗଣନା ଅନୁସାରେ, ଡିସେମ୍ବର ୫ ତାରିଖ ସନ୍ଧ୍ୟା ୭ଟା ୨୮ ମିନିଟ୍ରେ ରାହୁ କୁମ୍ଭ ରାଶି ଛାଡ଼ି ମକର ରାଶିରେ ପ୍ରବେଶ କରିବେ । ସାଧାରଣତଃ ରାହୁ ଗୋଟିଏ ରାଶିରେ ପ୍ରାୟ ୧୮ ମାସ ଅବସ୍ଥାନ କରିଥାନ୍ତି । ମକର ରାଶିର ଅଧିପତି ହେଉଛନ୍ତି ଶନି । ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ପରିଶ୍ରମ, କର୍ମ, ଶୃଙ୍ଖଳା ଓ ନ୍ୟାୟର ପ୍ରତୀକ ବୋଲି କୁହାଯାଏ । ସେହିପରି ରାହୁଙ୍କୁ ଆକାଂକ୍ଷା, ଅପ୍ରତ୍ୟାଶିତ ଘଟଣା ଓ ପରିବର୍ତ୍ତନର କାରକ ଭାବେ ଗ୍ରହଣ କରାଯାଏ । ତେଣୁ ଏହି ଗୋଚର କିଛି ରାଶିଙ୍କ ପାଇଁ ଭାଗ୍ୟୋଦୟର କାରଣ ହୋଇପାରେ ବୋଲି ବିଶ୍ୱାସ ରହିଛି ।
ଏହି ୪ ରାଶିଙ୍କ ପାଇଁ ଖୋଲିପାରେ ଭାଗ୍ୟର ଦ୍ୱାର
୧. ବୃଷ ରାଶି
ବୃଷ ରାଶିର ଜାତକଙ୍କ ପାଇଁ ରାହୁଙ୍କ ଗୋଚର ଅନେକ କ୍ଷେତ୍ରରେ ଲାଭଦାୟକ ହୋଇପାରେ । ଦୀର୍ଘଦିନ ଧରି ଅଧାରେ ଅଟକି ରହିଥିବା କାର୍ଯ୍ୟରେ ଗତି ଆସିପାରେ । ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି କିମ୍ବା ମନପସନ୍ଦ ସ୍ଥାନକୁ ବଦଳି ହେବାର ଖବର ମିଳିପାରେ । ନୂଆ ଚାକିରି ଖୋଜୁଥିବା ଲୋକଙ୍କୁ ମଧ୍ୟ ଭଲ ସୁଯୋଗ ମିଳିପାରେ । ବ୍ୟବସାୟୀଙ୍କ ପାଇଁ ଲାଭ ବୃଦ୍ଧିର ସମ୍ଭାବନା ରହିଛି ।
୨. ତୁଳା ରାଶି
ତୁଳା ରାଶିର ଜାତକଙ୍କ ପାଇଁ ରାହୁଙ୍କ ଏହି ଗୋଚର ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ଶୁଭ ଫଳ ଦେଇପାରେ । ଘର, ଜମି କିମ୍ବା ନୂଆ ଗାଡ଼ି କିଣିବାକୁ ଚାହୁଁଥିବା ଲୋକଙ୍କ ଯୋଜନା ସଫଳ ହୋଇପାରେ । କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବା ସହ ସାମାଜିକ ପ୍ରତିଷ୍ଠା ବଢ଼ିପାରେ । ପାରିବାରିକ ଜୀବନରେ ମଧ୍ୟ ଖୁସିର ମାହୋଲ ରହିବାର ସମ୍ଭାବନା ଅଛି ।
୩. ଧନୁ ରାଶି
ଧନୁ ରାଶି ପାଇଁ ଏହି ଗ୍ରହ ଚଳନ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ବହୁଦିନ ଧରି ଅଟକି ରହିଥିବା ଅର୍ଥ ଫେରି ମିଳିବାର ଆଶା ରହିଛି । ଏହାସହ ନୂଆ ବ୍ୟବସାୟିକ ସମ୍ପର୍କ ଗଢ଼ିଉଠିପାରେ । ଏହି ସମ୍ପର୍କ ଆଗାମୀ ଦିନରେ ଆର୍ଥିକ ଲାଭ ଓ ବ୍ୟବସାୟରେ ଉନ୍ନତି ପାଇଁ ସହାୟକ ହୋଇପାରେ ।
୪. ମୀନ ରାଶି
ମୀନ ରାଶିର ଜାତକଙ୍କ ପାଇଁ ରାହୁଙ୍କ ଗୋଚର ପ୍ରଗତିର ନୂଆ ସମ୍ଭାବନା ସୃଷ୍ଟି କରିପାରେ । ଦୀର୍ଘଦିନର ଅଧୁରା କାମ ପୂରଣ ହେବା ସହ ଚାକିରି ଓ ବ୍ୟବସାୟରେ ନୂଆ ରାସ୍ତା ଖୋଲିପାରେ । ବିଦେଶରେ ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇଁ ପ୍ରୟାସ କରୁଥିବା ଲୋକଙ୍କୁ ସକାରାତ୍ମକ ଖବର ମିଳିପାରେ । ଏହାସହ ଆୟର ନୂଆ ଉତ୍ସ ସୃଷ୍ଟି ହେବାର ଯୋଗ ରହିଛି ।

