ପାରିବାରିକ ବିବାଦର କରୁଣ ପରିଣତି, ସ୍ତ୍ରୀଙ୍କ ସମେତ ଶ୍ୱଶୁର ଘରର ୭ ଜଣଙ୍କୁ ହତ୍ୟା ଅଭିଯୋଗ

ନୂଆଦିଲ୍ଲୀ, ୦୬/୧୧: ପାରିବାରିକ କଳହରୁ ଘଟିଛି ଲୋମଟାଙ୍କୁରା ହତ୍ୟାକାଣ୍ଡ। ନିଜ ସ୍ତ୍ରୀଙ୍କ ସମେତ ଶ୍ୱଶୁର ଘରର ୭ ଜଣଙ୍କୁ ହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। କର୍ଣ୍ଣାଟକର ବେଙ୍ଗାଲୁରୁରେ ଘଟିଥିବା ଏହି ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି କ୍ୟାବ୍ ଡ୍ରାଇଭର ଇନ୍ଦୁଶେଖର।

ପୋଲିସର ସୂଚନା ଅନୁସାରେ, ମୃତକଙ୍କ ମଧ୍ୟରେ ଅଭିଯୁକ୍ତଙ୍କ ସ୍ତ୍ରୀ ସୁନୀତା, ଶାଶୁ, ଦୁଇ ଶଳା, ଦୁଇ ଯାଆ ଏବଂ ଜଣେ ୭ ବର୍ଷର ଶିଶୁ ରହିଛନ୍ତି। ହତ୍ୟା ପରେ ଅଭିଯୁକ୍ତ ମୃତଦେହଗୁଡ଼ିକୁ ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ନନ୍ଦୀ ହିଲ୍ସ ନିକଟରୁ ପୋଲିସ ଜଣେ ୭ ବର୍ଷର ଶିଶୁ ପୁନିତଙ୍କ ମୃତଦେହ ଉଦ୍ଧାର କରିଛି। ଅନ୍ୟ ୬ ଜଣଙ୍କ ମୃତଦେହ ଖୋଜିବା ପାଇଁ ତଦନ୍ତ ଜାରି ରହିଛି।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ପ୍ରଥମେ ନିଜ ସ୍ତ୍ରୀ ସୁନୀତାଙ୍କୁ ହତ୍ୟା କରିଥିଲେ। ଏହାପରେ ଶ୍ୱଶୁର ଘରର ସଦସ୍ୟମାନଙ୍କୁ ଭୋଜି ଖାଇବା ବାହାନାରେ ନିଜ ଘରକୁ ଡାକିଥିଲେ। ସେଠାରେ ଦୁଇ ଶଳା ଏବଂ ସେମାନଙ୍କ ପରିବାର ପହଞ୍ଚିବା ପରେ ସମସ୍ତଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ତଦନ୍ତକାରୀ ଅଧିକାରୀଙ୍କ ଅନୁମାନ ଅନୁଯାୟୀ, ଅଭିଯୁକ୍ତ ଏକ ଶିଳପୁଆରେ ଆକ୍ରମଣ କରି ଏହି ହତ୍ୟାକାଣ୍ଡ ଘଟାଇଥିଲେ। ପରେ ନିଜ କାର୍‌ରେ ମୃତଦେହଗୁଡ଼ିକୁ ବିଭିନ୍ନ ସ୍ଥାନକୁ ନେଇ ଫିଙ୍ଗିଥିଲେ। ଏଥିସହ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ରାସାୟନିକ ପଦାର୍ଥ ବ୍ୟବହାର କରିଥିବା ନେଇ ମଧ୍ୟ ସନ୍ଦେହ କରୁଛି ପୋଲିସ।

ତେବେ ଏତେ ବଡ଼ ହତ୍ୟାକାଣ୍ଡ ପଛର କାରଣ କ’ଣ? ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ସ୍ତ୍ରୀ ସୁନୀତା ନିଜ ବାପଘର ଲୋକଙ୍କ ସହ ନିୟମିତ ଯୋଗାଯୋଗରେ ରହୁଥିବାକୁ ନେଇ ଇନ୍ଦୁଶେଖର ଅସନ୍ତୁଷ୍ଟ ଥିଲେ। ଏହି କାରଣରୁ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା। ଶେଷରେ ଏହି ବିବାଦ ଏତେ ଭୟଙ୍କର ରୂପ ନେଇଥିବା ପୋଲିସ ସନ୍ଦେହ କରୁଛି।

ଅନ୍ୟପକ୍ଷରେ, ଶ୍ରୀରାମପୁରା ଥାନାରେ ନିଖୋଜ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପଚରାଉଚରା ସମୟରେ ଇନ୍ଦୁଶେଖରଙ୍କ ବୟାନରେ ଅସଙ୍ଗତି ଦେଖାଦେବାରୁ ପୋଲିସର ସନ୍ଦେହ ବଢ଼ିଥିଲା। ପରେ ଜେରା ସମୟରେ ସେ ୭ ଜଣଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

ପ୍ରାୟ ୪ ଘଣ୍ଟାର ଖୋଜାଖୋଜି ପରେ ନନ୍ଦୀ ହିଲ୍ସ ନିକଟରୁ ଶିଶୁ ପୁନିତଙ୍କ ମୃତଦେହ ମିଳିଥିଲା। ଏବେ ଅନ୍ୟ ୬ ଜଣଙ୍କ ମୃତଦେହ ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚାଲିଛି। ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ