ଆଜି ରାତିରେ ମାଡ଼ି ଆସିବ ବାତ୍ୟା ମୁରାସୁ ! ସବୁ କିଛି କରିବ ବରବାଦ

୨ ନଭେମ୍ବର, ଭୁବନେଶ୍ୱର: ଆହୁରି ଶକ୍ତିଶାଳୀ ହେଉଛି ବାତ୍ୟା ‘ମୁରାସୁ’। ସମୁଦ୍ର ଭିତରେ କ୍ରମାଗତ ଭାବେ ବଳ ଗୋଟାଉଥିବା ଏହି ବାତ୍ୟା ସୋମବାର ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ। ସୋମବାର ବିଳମ୍ବିତ ରାତି କିମ୍ବା ମଙ୍ଗଳବାର ଭୋର୍ ସମୟରେ ଦକ୍ଷିଣ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି। ତେବେ ବାତ୍ୟାର ପ୍ରଭାବରେ ଓଡ଼ିଶାରେ ପବନର ବେଗ ଅଧିକ ରହିବାର ସମ୍ଭାବନା ନଥିଲେ ମଧ୍ୟ ପ୍ରବଳ ବର୍ଷା ନୂଆ ସମସ୍ୟା ସୃଷ୍ଟି କରିପାରେ। ବିଶେଷକରି ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ବର୍ଷା ବନ୍ୟା ପରିସ୍ଥିତିକୁ ଅଧିକ ଗମ୍ଭୀର କରିବା ଆଶଙ୍କା ରହିଛି।
ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁସାରେ, ଆନ୍ଧ୍ରପ୍ରଦେଶର ନେଲ୍ଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ‘ମୁରାସୁ’ ସ୍ଥଳଭାଗ ଅତିକ୍ରମ କରିପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବା ସହ ଝଟକା ପବନ ୧୨୦ କିଲୋମିଟର ଛୁଇଁପାରେ। ଲ୍ୟାଣ୍ଡଫଲ୍ ପରେ ବାତ୍ୟାର ତୀବ୍ରତା ଧୀରେ ଧୀରେ କମିବା ସମ୍ଭାବନା ରହିଛି।
ବାତ୍ୟାର ବାହ୍ୟବଳୟ ମାଲକାନଗିରି ଓ କୋରାପୁଟ ଅଞ୍ଚଳ ଦେଇ ଗତି କରିପାରେ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳର କିଛି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ପୂର୍ବରୁ ବନ୍ୟା ସ୍ଥିତିକୁ ନେଇ ଚିନ୍ତାରେ ଥିବା ଲୋକଙ୍କ ପାଇଁ ଏହି ବର୍ଷା ଆଉ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ।
ଆଇଏମଡିର ଆକଳନ ଅନୁଯାୟୀ, ସୋମବାର ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହାସହ ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ଅନୁଭୂତ ହୋଇପାରେ।
ଅନ୍ୟପଟେ ମଙ୍ଗଳବାର (୩ ତାରିଖ) ଓ ବୁଧବାର (୪ ତାରିଖ) ଦକ୍ଷିଣ ଓଡ଼ିଶାର ପାଞ୍ଚଟି ଜିଲ୍ଲା ଯଥା ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମରେ ଭୀଷଣ ବର୍ଷା ହୋଇପାରେ। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ଏହି ସମୟରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୭୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଲଗାଣ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ସ୍ଥିତି ସୃଷ୍ଟି ହେବା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି।
ସେପଟେ ଆମେରିକାର ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର (JTWC)ର ଆକଳନ ଆହୁରି ଚିନ୍ତା ବଢ଼ାଇଛି। ଏହି ସଂସ୍ଥାର ପୂର୍ବାନୁମାନ ଅନୁସାରେ, ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟାର ପବନ ବେଗ ଘଣ୍ଟାପ୍ରତି ୧୩୦ କିଲୋମିଟର ରହିପାରେ। ଏପରିକି ଝଟକା ପବନର ବେଗ ୧୪୮ କିଲୋମିଟର ଛୁଇଁବାର ଆଶଙ୍କା ମଧ୍ୟ ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ