ଟ୍ରମ୍ପଙ୍କ ଅଡ଼ୁଆ ବଢ଼ିଲା: ଦୁଷ୍କର୍ମ ଅଭିଯୋଗ ଆଣିଲେ ପୂର୍ବତନ ମିସ୍ ସ୍ବିଜରଲ୍ୟାଣ୍ଡ
ନୂଆଦିଲ୍ଲୀ, ୨୭।୧୦: ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ପୂର୍ବତନ ମିସ୍ ସ୍ବିଜରଲ୍ୟାଣ୍ଡ ବିଟ୍ରିସ୍ କ୍ୟୁଲ୍ ଟ୍ରମ୍ପଙ୍କ ବିରୋଧରେ ଗୁରୁତର ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଡେମୋକ୍ରାଟ୍ମାନେ ଟ୍ରମ୍ପଙ୍କୁ ଘେରିଥିବାବେଳେ ରିପବ୍ଲିକାନ୍ମାନେ ଏହାକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଦାବି କରୁଛନ୍ତି।
କ୍ୟୁଲ୍ଙ୍କ ଅଭିଯୋଗ ଅନୁଯାୟୀ, ୧୯୯୩ ମସିହା ନଭେମ୍ବରରେ ନ୍ୟୁୟର୍କର ପ୍ଲାଜା ହୋଟେଲରେ ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ସମୟରେ ସେ ଟ୍ରମ୍ପଙ୍କୁ ଭେଟିଥିଲେ। ସେତେବେଳେ ତାଙ୍କୁ ୨୪ ବର୍ଷ ହୋଇଥିଲା। ଭିସା ଏବଂ ନ୍ୟୁୟର୍କ ୟୁନିଭର୍ସିଟିରେ ପାଠପଢ଼ା ପାଇଁ ସହାୟତାର ପ୍ରତିଶ୍ରୁତି ଦେଇ ତାଙ୍କୁ ହୋଟେଲର ଏକ କୋଠରିକୁ ଡକାଯାଇଥିଲା ବୋଲି ସେ କହିଛନ୍ତି। ସେଠାରେ ଟ୍ରମ୍ପ ତାଙ୍କ ସହ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି।
ଏହି ଘଟଣା ପରେ କୁଖ୍ୟାତ ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ୍ ତାଙ୍କୁ ଭେଟି ନିଜକୁ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁ ବୋଲି ପରିଚୟ ଦେଇଥିବା ମଧ୍ୟ କ୍ୟୁଲ୍ ଦାବି କରିଛନ୍ତି। ଏହାସହ ତାଙ୍କୁ ମାର୍-ଏ-ଲାଗୋରେ ଆୟୋଜିତ ଏକ ପାର୍ଟିକୁ ନିମନ୍ତ୍ରଣ ମିଳିଥିଲା।
ଅନ୍ୟପକ୍ଷରେ, ଏପଷ୍ଟିନ୍ଙ୍କ ସହ ସମ୍ପର୍କ ଏବଂ ସମ୍ପୃକ୍ତ ଦସ୍ତାବିଜକୁ ନେଇ ମଧ୍ୟ ଟ୍ରମ୍ପଙ୍କ ଉପରେ ପ୍ରଶ୍ନ ଉଠୁଛି। ଡେମୋକ୍ରାଟ୍ମାନେ ଏହି ଘଟଣାର ତଦନ୍ତ ଦାବି କରୁଥିବାବେଳେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି କହିଆସୁଛନ୍ତି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ସ୍ୱାଧୀନ ଭାବେ ଯାଞ୍ଚ

