ବାତ୍ୟା ଅର୍ଣ୍ଣବର ପ୍ରଭାବ, କଟକ ଭୁବନେଶ୍ବରରେ ତାଣ୍ଡବ ଆରମ୍ଭ

ଭୁବନେଶ୍ୱର, ୨୭।୧୦: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଏବେ ଓଡ଼ିଶାରେ ଅନୁଭୂତ ହେବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱରରେ ବିଜୁଳି ଓ ଘଡ଼ଘଡ଼ି ସହ ଲଗାତାର ବର୍ଷା ଜାରି ରହିଛି। ଲିଙ୍ଗରାଜ, ପଟିଆ, ତମାଣ୍ଡୋ, ନନ୍ଦନକାନନ ଓ ପାହାଳ ଭଳି ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚିନ୍ତା ବଢ଼ିଛି।

ଦକ୍ଷିଣ ଓଡ଼ିଶାରେ ଭୂସ୍ଖଳନ ଆଶଙ୍କା

ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଭୂସ୍ଖଳନ ଆଶଙ୍କା ରହିଛି। ଏଥିସହ ଋଷିକୁଲ୍ୟା ନଦୀ ଓ ଏହାର ଆଖପାଖରେ ଥିବା ଛୋଟ ନଦୀଗୁଡ଼ିକରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ଆକଳନ କରାଯାଇଛି।

ଓଡ଼ିଶାରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ନଥିଲେ ମଧ୍ୟ ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବିଶେଷକରି ଦକ୍ଷିଣ ଓଡ଼ିଶା ସହ ଗଞ୍ଜାମରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରକୋପ ବଢ଼ିବା ଆଶଙ୍କା ରହିଛି।

ବାତ୍ୟାର ଗତିପଥରେ ପରିବର୍ତ୍ତନ ସମ୍ଭାବନା

ବାତ୍ୟା ‘ଅର୍ଣ୍ଣବ’ ସ୍ଥଳଭାଗ ଛୁଇଁବା ପୂର୍ବରୁ ଉତ୍ତର ଦିଗକୁ ଗତିପଥ ବଦଳାଇପାରେ। ପୂର୍ବ ଆକଳନ ଅନୁଯାୟୀ ଆସନ୍ତାକାଲି ସକାଳେ ଏହା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଥିଲା। ତେବେ ବର୍ତ୍ତମାନ ପାଣିପାଗ ପ୍ରଣାଳୀର ଗତିରେ କିଛି ବିଳମ୍ବ ଦେଖାଦେଇଥିବା ସୂଚନା ମିଳିଛି।

ଏନେଇ ସୋଆ ସିଇସିର ନିର୍ଦ୍ଦେଶକ ଡ. ଶରତ ସାହୁ ସୂଚନା ଦେଇଛନ୍ତି। ବାତ୍ୟାର ଗତିପଥ ଓ ଏହାର ପ୍ରଭାବ ସମ୍ପର୍କରେ ପରବର୍ତ୍ତୀ ପାଣିପାଗ ଆକଳନ ଉପରେ ନଜର ରହିଛି। ସମ୍ଭାବ୍ୟ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଉଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ