ବାତ୍ୟା ପାଇଁ ରେଡ୍ ଆଲର୍ଟ : ଏହି ସବୁ ଜିଲ୍ଲାରେ ସବୁ ସ୍କୁଲ କଲେଜ୍ ବନ୍ଦ

ଭୀଷଣ ରୂପ ନେଲା ବାତ୍ୟା ‘ଅର୍ଣ୍ଣବ’, ଦକ୍ଷିଣ ଓଡ଼ିଶା ପାଇଁ ରେଡ୍ ଆଲର୍ଟ

ଭୁବନେଶ୍ୱର: ଭୀଷଣ ରୂପ ନେଇଛି ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’। ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଆଗକୁ ବଢ଼ୁଥିବା ଏହି ବାତ୍ୟା ଆସନ୍ତା ମଙ୍ଗଳବାର ସୁଦ୍ଧା ଅତିଭୀଷଣ ରୂପ ନେଇପାରେ। ଅକ୍ଟୋବର ୨୮ ତାରିଖ ପୂର୍ବାହ୍ଣରେ ଏହା ସ୍ଥଳଭାଗ ଛୁଇଁବାର ଆଶଙ୍କା ରହିଛି। ବିଶାଖାପାଟଣା ନିକଟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଉଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ସମେତ ଦକ୍ଷିଣ ଓଡ଼ିଶା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି।

ଦକ୍ଷିଣ ଓଡ଼ିଶାରେ ସ୍କୁଲ୍, କଲେଜ ଛୁଟି

ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ନେଇ ଦକ୍ଷିଣ ଓଡ଼ିଶାରେ ପ୍ରଶାସନିକ ସତର୍କତା ବଢ଼ାଯାଇଛି। ପିଲାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ବିଭିନ୍ନ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ଅକ୍ଟୋବର ୨୭ ଓ ୨୮ ତାରିଖରେ ସ୍କୁଲ୍ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ସେହିପରି କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ରହିବ।

ବାତ୍ୟାର ଗତିପଥ ଉପରେ ନଜର

ବାତ୍ୟାର ଗତିପଥ, ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବ୍ୟ ସ୍ଥାନ ଏବଂ ଏହାର ପ୍ରଭାବକୁ ନେଇ ଏବେ ନଜର ରଖିଛନ୍ତି ପାଣିପାଗ ବିଶେଷଜ୍ଞ ଓ ପ୍ରଶାସନ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପବନକୁ ନେଇ ଚିନ୍ତା ବଢ଼ିଛି।

ଆଗାମୀ ପାଣିପାଗ ବୁଲେଟିନ୍‌ରୁ ବାତ୍ୟାର ଗତି ଓ ପ୍ରଭାବ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରେ। ତେଣୁ ଲୋକମାନେ ପାଣିପାଗ ବିଭାଗର ସତର୍କ ସୂଚନା ଉପରେ ନଜର ରଖିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବା ଆବଶ୍ୟକ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ