୨୫ରେ ଓଡ଼ିଶା ଆସିବେ ମୋଦୀ, ଖୋର୍ଦ୍ଧାରେ ଡାଟା ସେଣ୍ଟର ଉଦ୍‌ଘାଟନ

ଭୁବନେଶ୍ୱର, ୨୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୫ ତାରିଖ ରବିବାର ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ସେ ପ୍ରାୟ ୨ ଘଣ୍ଟା ୨୫ ମିନିଟ୍‌ ରାଜ୍ୟରେ ରହିବେ। ଏହି ଅବସରରେ ଖୋର୍ଦ୍ଧାରେ ଆର୍‌ବିଆଇର ଗ୍ରୀନ୍‌ଫିଲ୍ଡ ଡାଟା ସେଣ୍ଟର ଉଦ୍‌ଘାଟନ କରିବା ସହ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି।

ଅପରାହ୍ନ ୪ଟା ୧୦ରେ ପହଞ୍ଚିବେ ଭୁବନେଶ୍ୱର

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ମୋଦୀ ରବିବାର ଅପରାହ୍ନ ୪ଟା ୧୦ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ହଜାର ହଜାର ଦଳୀୟ କାର୍ଯ୍ୟକର୍ତ୍ତା ସ୍ୱାଗତ କରିବେ। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କରାଯାଉଛି।

ହେଲିକପ୍ଟରରେ ଯିବେ ଖୋର୍ଦ୍ଧା

ଭୁବନେଶ୍ୱର ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିବେ। ଅପରାହ୍ନ ୪ଟା ୩୫ ମିନିଟ୍‌ରେ ସେ ଖୋର୍ଦ୍ଧା ହେଲିପ୍ୟାଡ୍‌ରେ ପହଞ୍ଚିବେ। ଏହାପରେ ୪ଟା ୪୫ ମିନିଟ୍‌ରେ ଆର୍‌ବିଆଇର ଗ୍ରୀନ୍‌ଫିଲ୍ଡ ଡାଟା ସେଣ୍ଟର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ।

ଡାଟା ସେଣ୍ଟର ଉଦ୍‌ଘାଟନ ସହ ଦେବେ ଅଭିଭାଷଣ

ଖୋର୍ଦ୍ଧାରେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ପ୍ରାୟ ଏକ ଘଣ୍ଟା ସମୟ ଦେବେ। ଏହି ସମୟରେ ଡାଟା ସେଣ୍ଟରର ଉଦ୍‌ଘାଟନ କରିବା ସହ ଉପସ୍ଥିତ ଲୋକଙ୍କୁ ଉଦ୍‌ବୋଧନ ଦେବେ।

କାର୍ଯ୍ୟକ୍ରମ ଶେଷ ହେବା ପରେ ସନ୍ଧ୍ୟା ୫ଟା ୪୫ ମିନିଟ୍‌ରେ ସେ ଭୁବନେଶ୍ୱର ବିମାନବନ୍ଦରକୁ ଫେରିବେ। ଏହାପରେ ସନ୍ଧ୍ୟା ୬ଟା ୩୫ ମିନିଟ୍‌ରେ ବିମାନ ଯୋଗେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ