ବିରାଟ କୋହଲିଙ୍କୁ ଟପିବେ ଏହି କ୍ରିକେଟର : ୪ ମ୍ୟାଚରେ ଲଗାଇଛନ୍ତି ୩ ଶତକ

ରାଜକୋଟ: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ୟୁଥ୍ ଟେଷ୍ଟରେ ଭାରତୀୟ ଯୁବ ଦଳ ଦୃଢ଼ ସ୍ଥିତିରେ ପହଞ୍ଚିଛି। ରାଜକୋଟରେ ଚାଲିଥିବା ଏହି ମ୍ୟାଚ୍‌ରେ ଯୁବ ବ୍ୟାଟର ଲକ୍ଷ୍ୟ ରାୟଚନ୍ଦାନୀଙ୍କ ଦମଦାର ଶତକ ଭାରତକୁ ବଡ଼ ଅଗ୍ରଣୀ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି।

ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୨୧୭ ରନ୍‌ରେ ଅଲଆଉଟ୍ ହୋଇଥିଲା। ଏହାର ଜବାବରେ ଭାରତୀୟ ଦଳ ବ୍ୟାଟିଂ କରି ଦୃଢ଼ ସ୍ଥିତି ହାସଲ କରିଛି। ଭାରତ ପକ୍ଷରୁ ଲକ୍ଷ୍ୟ ରାୟଚନ୍ଦାନୀ ଆକର୍ଷଣୀୟ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି।

ଲକ୍ଷ୍ୟ ୧୪୧ଟି ବଲ୍‌ରେ ନିଜ ଶତକ ପୂରଣ କରିଥିଲେ। ଏହି ଇନିଂସରେ ସେ ୧୨ଟି ଚୌକା ଓ ୨ଟି ଛକା ମାରିଥିଲେ। ଅଣ୍ଡର-୧୯ ଟେଷ୍ଟ କ୍ୟାରିୟରରେ ଏହା ଲକ୍ଷ୍ୟଙ୍କ ତୃତୀୟ ଶତକ। ତାଙ୍କ ତିନୋଟି ଶତକ ମଧ୍ୟରୁ ଗୋଟିଏ ଦ୍ୱିଶତକ ମଧ୍ୟ ରହିଛି।

ବିଶେଷ କଥା ହେଉଛି, ଭାରତୀୟ ମାଟିରେ ଅଣ୍ଡର-୧୯ ଟେଷ୍ଟରେ ଲକ୍ଷ୍ୟଙ୍କ ଏହା ପ୍ରଥମ ଶତକ। ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଶତକ ପୂର୍ବରୁ ଶ୍ରୀଲଙ୍କା ଗସ୍ତରେ ମଧ୍ୟ ସେ ଦୁଇଟି ଶତକ ହାସଲ କରିଥିଲେ। ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ତିନିଟି ଇନିଂସରୁ ଦୁଇଟିରେ ସେ ଶତକ ମାରିଥିଲେ।

ରାଜକୋଟ୍‌ରେ ଚାଲିଥିବା ଏହି ୟୁଥ୍ ଟେଷ୍ଟ ସେପ୍ଟେମ୍ବର ୨୭ରୁ ଆରମ୍ଭ ହୋଇଛି। ମ୍ୟାଚ୍‌ଟି ଚାରି ଦିନ ଧରି ଚାଲିବ ଏବଂ ସେପ୍ଟେମ୍ବର ୩୦ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ଦ୍ୱିତୀୟ ଦିନର ଖେଳରେ ଲକ୍ଷ୍ୟଙ୍କ ଶତକ ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ଉପରେ ବଡ଼ ଅଗ୍ରଣୀ ନେବାର ସୁଯୋଗ ଦେଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ