ପୃଥ୍ବୀ ଶ’ଙ୍କ ଜୀବନରେ ଆସିଲା ବଡ ଝଡ଼ : ଫ୍ଲପ୍ ହେଲା ପରେ ଏବେ ଭାଙ୍ଗିବ ବାହାଘର, ଛାଡ଼ି ପଳେଇବେ ଭାବି ସ୍ତ୍ରୀ !

ନୂଆଦିଲ୍ଲୀ, ୧୭/୦୯: ଭାରତୀୟ କ୍ରିକେଟର ପୃଥ୍ୱୀ ଶ’ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ବଢ଼ିଛି। ତାଙ୍କ ଭାବୀ ପତ୍ନୀ ଆକୃତି ଅଗ୍ରୱାଲ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଦୁହେଁ ଅଲଗା ହେବା ନେଇ ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ଦୁହିଁଙ୍କ ଆପୋସ ସମ୍ମତିରେ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି।

ମାର୍ଚ୍ଚରେ ନିର୍ବନ୍ଧ, ୬ ମାସରେ ବଦଳିଗଲା ସମ୍ପର୍କ

ପୃଥ୍ୱୀ ଶ’ ଓ ଆକୃତି ଅଗ୍ରୱାଲ ଦୀର୍ଘ ସମୟ ଧରି ପରସ୍ପରଙ୍କୁ ଡେଟ୍ କରୁଥିଲେ। ଚଳିତ ବର୍ଷ ମାର୍ଚ୍ଚ ୮ରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା। ଏହାପରେ ଦୁହେଁ ଏକାଠି ଫଟୋ ମଧ୍ୟ ସେୟାର କରିଥିଲେ। ପ୍ରଶଂସକମାନେ ସେମାନଙ୍କ ବିବାହକୁ ଅପେକ୍ଷା କରିଥିଲେ। ତେବେ ନିର୍ବନ୍ଧର ପ୍ରାୟ ୬ ମାସ ପରେ ସମ୍ପର୍କ ଭାଙ୍ଗିବା ଖବର ସାମ୍ନାକୁ ଆସିଛି।

ଭିନ୍ନ ଭବିଷ୍ୟତ ଲକ୍ଷ୍ୟ ଓ ପରିସ୍ଥିତି

ଆକୃତି ତାଙ୍କ ପୋଷ୍ଟରେ କହିଛନ୍ତି ଯେ ଭବିଷ୍ୟତର ଲକ୍ଷ୍ୟ ଓ ବର୍ତ୍ତମାନର ପରିସ୍ଥିତିରେ ଥିବା ଭିନ୍ନତାକୁ ନେଇ ଦୁହେଁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି। ପରସ୍ପର ପ୍ରତି ଭଲପାଇବା ଥିଲେ ମଧ୍ୟ ସେମାନଙ୍କ ରାସ୍ତା ଏକାଠି ଆଗକୁ ବଢ଼ିପାରିବ ନାହିଁ ବୋଲି ସେ ଲେଖିଛନ୍ତି।

ଆକୃତି ଆହୁରି କହିଛନ୍ତି ଯେ ଦୁହିଁଙ୍କ ଦାୟିତ୍ୱ ଓ ବର୍ତ୍ତମାନର ପରିସ୍ଥିତିକୁ ବିଚାରକରି ଏହି ନିଷ୍ପତ୍ତି ନିଆଯାଇଛି। ସେ ପୃଥ୍ୱୀଙ୍କ ଆଗାମୀ ଜୀବନ ପାଇଁ ଶୁଭକାମନା, ଶାନ୍ତି ଓ ଖୁସି କାମନା କରିଛନ୍ତି।

ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁରୋଧ

ସମ୍ପର୍କ ଭାଙ୍ଗିବାର ପଛରେ ଅନ୍ୟ କୌଣସି କାରଣ ନେଇ ଅନୁମାନ ନକରିବାକୁ ଆକୃତି ଲୋକଙ୍କୁ ଅନୁରୋଧ କରିଛନ୍ତି। ଏହି କଠିନ ସମୟରେ ଦୁହିଁଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ କରିବା ସହ ନିଷ୍ପତ୍ତିର କାରଣ ନେଇ କୌଣସି ଆକଳନ ନକରିବାକୁ ସେ ଅନୁରୋଧ କରିଛନ୍ତି।

ଏହା ସହିତ ପୃଥ୍ୱୀ ଶ’ଙ୍କ ବିବାହକୁ ନେଇ ଚାଲିଥିବା ଚର୍ଚ୍ଚାରେ ଏବେ ଅନ୍ତ ଘଟିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ