ଟ୍ରମ୍ପଙ୍କ ନୂଆ ପ୍ଲାନ୍ : ଏବେ ଏକାଠି ହେବେ ଭାରତ ଚାଇନା ରୁଷିଆ, ଆମେରିକା ଉପରେ ହେବ ଆକ୍ରମଣ

ନୂଆଦିଲ୍ଲୀ, ୧୭/୦୯: ରୁଷରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ବଡ଼ ଟାରିଫ୍‌ ଲାଗୁ କରିବା ନେଇ ଆମେରିକାରେ ପ୍ରକ୍ରିୟା ଆଗକୁ ବଢ଼ିଛି। ଏହାର ପ୍ରଭାବ ଭାରତ ଓ ଚୀନ ଉପରେ ପଡ଼ିବାର ଆଶଙ୍କା ରହିଛି। ରୁଷ ଏବଂ ଇରାନ ବିରୋଧୀ ପ୍ରସ୍ତାବିତ ଆଇନ ଅନୁସାରେ, ରୁଷ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କୁ କ୍ଷମତା ଦେବାର ବ୍ୟବସ୍ଥା ରହିଛି।

‘ଲିଣ୍ଡସେ ଆଣ୍ଡ୍‌ ଗ୍ରାହାମ ସାଙ୍କସନିଂ ରୁଷ ଆଣ୍ଡ୍‌ ଇରାନ ଆକ୍ଟ-୨୦୨୬’ ନାମକ ବିଲ୍‌ ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ୨୧୪-୨୧୧ ଭୋଟରେ ଆଗକୁ ବଢ଼ିଛି। ଏହା ପୂର୍ବରୁ ଅଗଷ୍ଟ ୭ରେ ସିନେଟ୍‌ରେ ବିଲ୍‌ଟି ୮୬-୧୧ ଭୋଟରେ ମଞ୍ଜୁରି ପାଇଥିବା ଦାବି କରାଯାଇଛି। ହାଉସ୍‌ର ଚୂଡ଼ାନ୍ତ ଭୋଟ୍‌ ପରେ ବିଲ୍‌ଟି ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯିବ।

ଏହି ବିଲ୍‌ରେ ରୁଷର ନେତୃତ୍ୱ, ତୈଳ ଓ ଗ୍ୟାସ୍‌ କ୍ଷେତ୍ର ସହ ରୁଷ ତେଲ ପରିବହନରେ ବ୍ୟବହୃତ ଜାହାଜ ଉପରେ କଟକଣା ଲଗାଇବାର ବ୍ୟବସ୍ଥା ରହିଛି। ଏଥିସହ ରୁଷ ତେଲ କିଣୁଥିବା ପ୍ରମୁଖ ଦେଶଗୁଡ଼ିକ ଉପରେ ଭାରି ଟାରିଫ୍‌ ଲଗାଇବାର ବ୍ୟବସ୍ଥା ରହିଛି।

ଭାରତ ଓ ଚୀନ ରୁଷ ତେଲର ବଡ଼ କ୍ରେତା ହୋଇଥିବାରୁ ଏହାର ପ୍ରଭାବ ଦୁଇ ଦେଶ ଉପରେ ପଡ଼ିପାରେ। ଆମେରିକାକୁ ଭାରତର ଔଷଧ, ଇଞ୍ଜିନିୟରିଂ ସାମଗ୍ରୀ, କେମିକାଲ୍‌, ରତ୍ନପଥର, ଅଳଙ୍କାର ଓ ଇଲେକ୍ଟ୍ରୋନିକ୍ସ ରପ୍ତାନି ଉପରେ ମଧ୍ୟ ପ୍ରଭାବ ପଡ଼ିବା ଆଶଙ୍କା ରହିଛି।

ଅନ୍ୟପଟେ, ବିଲ୍‌ର କିଛି ବ୍ୟବସ୍ଥାକୁ ନେଇ ଆମେରିକୀୟ ସାଂସଦଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। ରାଷ୍ଟ୍ରପତିଙ୍କୁ ଅତ୍ୟଧିକ ଟାରିଫ୍‌ ଲଗାଇବାର କ୍ଷମତା ମିଳିଲେ ଆମେରିକାରେ ଦରଦାମ ବଢ଼ିପାରେ ଏବଂ ଭାରତ ଭଳି ପ୍ରମୁଖ ବାଣିଜ୍ୟିକ ଓ କୂଟନୈତିକ ସହଯୋଗୀଙ୍କ ସହ ସମ୍ପର୍କ ପ୍ରଭାବିତ ହୋଇପାରେ ବୋଲି କିଛି ସାଂସଦ ଯୁକ୍ତି ଦେଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ