ଭୟାନକ ଦୁର୍ଘଟଣା : କାରକୁ ଧକ୍କା ଦେଲା ଟ୍ରକ୍, ୫ ମୃତ

ନୂଆଦିଲ୍ଲୀ, ୧୨/୦୯: ଆସାମର ସୋନିତପୁର ଜିଲ୍ଲାରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। କାର୍‌ ଓ ଟ୍ରକ୍‌ ମଧ୍ୟରେ ଭୟଙ୍କର ଧକ୍କା ଯୋଗୁଁ ଏକାଥରକେ ପାଞ୍ଚ ଜଣଙ୍କ ଜୀବନ ଚାଲିଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ପୋଲିସର ସୂଚନା ଅନୁସାରେ, ଶନିବାର ରଙ୍ଗାପଡ଼ା ଥାନା ଅଧୀନ ବାଲିପଡ଼ା ଅଞ୍ଚଳର ଏକ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏକ କାର୍‌ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ସହ ତାହାର ମୁହାଁମୁହିଁ ଧକ୍କା ହୋଇଥିଲା।

ଧକ୍କା ଏତେ ତୀବ୍ର ଥିଲା ଯେ, କାର୍‌ରେ ଥିବା ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ସମସ୍ତେ ସୋନିତପୁର ଜିଲ୍ଲାର ଘୋରାମାରୀ ବାଟାବାଡ଼ି ଅଞ୍ଚଳର ବାସିନ୍ଦା ବୋଲି ପୋଲିସ ପକ୍ଷରୁ ଜଣାପଡ଼ିଛି।

ଘଟଣା ସମ୍ପର୍କରେ ସୂଚନା ପାଇ ରଙ୍ଗାପଡ଼ା ପୋଲିସ ଟିମ୍‌ ତୁରନ୍ତ ସେଠାରେ ପହଞ୍ଚିଥିଲା। ମୃତଦେହଗୁଡ଼ିକୁ ଉଦ୍ଧାର କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରାଯାଇଛି।

ଅନ୍ୟପଟେ ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ପୋଲିସ କହିଛି। ତାଙ୍କୁ ଚିହ୍ନଟ କରି ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ପାଞ୍ଚଟି ପରିବାରକୁ ଗଭୀର ଦୁଃଖ ଭିତରକୁ ଠେଲିଦେଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ