ଧରା ପଡ଼ିଲେ ତସ୍କର ! ଏମାନେ ଓଡ଼ିଶାରେ ଲୁଚାଇଥିଲେ ଓରାଙ୍ଗ ଓଟାନ୍

ଭୁବନେଶ୍ୱର/ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ବିରଳ ଓରାଂଉଟାନ୍ ଉଦ୍ଧାର ଘଟଣାରେ ତଦନ୍ତ ଜୋରଦାର ହୋଇଛି। ଏହି ଘଟଣାରେ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣକାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି କ୍ରାଇମ୍‌ବ୍ରାଞ୍ଚ STF ତଦନ୍ତ ଚଳାଇଛି। ଏହି କ୍ରମରେ ଦୀଘାର ଏକ ହୋଟେଲରୁ ୩ ଜଣ ସନ୍ଦିଗ୍ଧଙ୍କୁ ଧରି ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

ତଦନ୍ତ ବେଳେ ବଡ଼ପାହି ଗାଁରୁ ଏକ ମାସ୍କ ମିଳିଥିବାବେଳେ ଦୀଘାରୁ ରଣକୋଠା ପର୍ଯ୍ୟନ୍ତ ଲାଗିଥିବା ବିଭିନ୍ନ CCTV କ୍ୟାମେରା ଫୁଟେଜ୍‌ ଯାଞ୍ଚ କରାଯାଇଛି। ଏଥିରେ ଏକ କଳାରଙ୍ଗର ଥାର୍‌ ଗାଡ଼ି ରଣକୋଠା ଅଞ୍ଚଳକୁ ଯାଇ ଫେରିଥିବା ଦୃଶ୍ୟ ମିଳିଛି। ଏହି ସୁରାକ୍‌କୁ ଆଧାର କରି STF ଏବେ ପଶ୍ଚିମବଙ୍ଗରେ ମଧ୍ୟ ତଦନ୍ତ ଜାରି ରଖିଛି। ଘଟଣା ସହ ପଶ୍ଚିମବଙ୍ଗର ଜଣେ ବଡ଼ ହୋଟେଲ ବ୍ୟବସାୟୀଙ୍କ ସମ୍ପୃକ୍ତି ନେଇ ମଧ୍ୟ ତଦନ୍ତକାରୀଙ୍କୁ ସୂଚନା ମିଳିଥିବା କୁହାଯାଉଛି।

ଓରାଂଉଟାନ୍‌ଙ୍କୁ ଫେରାଇବ ଇଣ୍ଡୋନେସିଆ?

ଅନ୍ୟପକ୍ଷରେ, ୫ଟି ଓରାଂଉଟାନ୍‌ଙ୍କୁ ନିଜ ଦେଶକୁ ଫେରାଇ ନେବାକୁ ଇଣ୍ଡୋନେସିଆ ସରକାର ଅନୁରୋଧ କରିଛନ୍ତି। ପ୍ରାଥମିକ ଯାଞ୍ଚରେ ଏମାନେ ସୁମାତ୍ରାର ଓରାଂଉଟାନ୍ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ପ୍ରଜାତି ଓ ଜେନେଟିକ୍ ଉତ୍ପତ୍ତି ନିଶ୍ଚିତ କରିବା ପାଇଁ DNA ପରୀକ୍ଷା ଆବଶ୍ୟକ।

ଓରାଂଉଟାନ୍ ଭାରତର ସ୍ୱଦେଶୀ ବନ୍ୟପ୍ରାଣୀ ନୁହନ୍ତି। ସେମାନଙ୍କ ପ୍ରାକୃତିକ ଆବାସ ଇଣ୍ଡୋନେସିଆ ଓ ମାଲେସିଆର କିଛି ଅଞ୍ଚଳ। ତେଣୁ ଏହି ଘଟଣା ପଛରେ ବେଆଇନ ବନ୍ୟଜନ୍ତୁ ବାଣିଜ୍ୟର ସମ୍ଭାବନାକୁ ନେଇ ତଦନ୍ତ ଚାଲିଛି।

ଓଡ଼ିଶା ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୫ଟି ଯାକ ଓରାଂଉଟାନ୍ ସୁସ୍ଥ ଅଛନ୍ତି। ସେମାନଙ୍କ ଭବିଷ୍ୟତ ନେଇ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ଓ ନ୍ୟାସନାଲ ୱାଇଲ୍ଡଲାଇଫ୍ ବୋର୍ଡ ସହ ଆଲୋଚନା କରାଯିବ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ତଦନ୍ତ ଆଗକୁ ବଢ଼ୁଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ