ଭାରତକୁ ଧମକ ଦେଲା ଆମେରିକା : କହିଲା କଥା ନ ମାନିଲେ କରିବ ଟାରିଫ୍ ଯୁଦ୍ଧ !

ନୂଆଦିଲ୍ଲୀ, ୦୩/୦୯: ଇରାନକୁ ନେଇ ଆମେରିକାର ଆଭିମୁଖ୍ୟ ଆହୁରି କଠୋର ହୋଇଛି। ଇରାନ ସହ ବାଣିଜ୍ୟିକ ସମ୍ପର୍କ ରଖୁଥିବା ଦେଶ ଓ ସଂସ୍ଥାଗୁଡ଼ିକୁ ଆମେରିକା ପକ୍ଷରୁ ସତର୍କ କରାଯାଇଛି। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିୟୋ କହିଛନ୍ତି, ଇରାନ ସହ ବାଣିଜ୍ୟ ଜାରି ରଖିଲେ ଆମେରିକାର ପ୍ରତିବନ୍ଧକର ପ୍ରଭାବରୁ କେହି ବର୍ତ୍ତିପାରିବେ ନାହିଁ।

ରୁବିୟୋଙ୍କ ଏହି ମନ୍ତବ୍ୟ ଏସସିଓ ସମ୍ମିଳନୀରେ ଭାରତ ଓ ଇରାନ ନେତୃତ୍ୱଙ୍କ ମଧ୍ୟରେ ଆଲୋଚନା ପରେ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇରାନ ରାଷ୍ଟ୍ରପତି ମସୁଦ ପେଜେସକିୟାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ପଶ୍ଚିମ ଏସିଆର ପରିସ୍ଥିତି ନେଇ ଆଲୋଚନା ହୋଇଥିବା କୁହାଯାଉଛି।

ତେବେ ଭାରତ ଓ ଇରାନ ମଧ୍ୟରେ ତୁରନ୍ତ କୌଣସି ନୂଆ ବାଣିଜ୍ୟିକ ଚୁକ୍ତି ହେଉଥିବା ଭଳି ସୂଚନା ନାହିଁ ବୋଲି ରୁବିୟୋ କହିଛନ୍ତି। ଇରାନର ପରମାଣୁ କାର୍ଯ୍ୟକ୍ରମ ଓ ଆତଙ୍କବାଦକୁ ସମର୍ଥନ ନେଇ ଆମେରିକାର ଆପତ୍ତି ରହିଛି। ତେଣୁ ଇରାନକୁ ସହଯୋଗ କରୁଥିବା ଦେଶ ଗୁରୁତର ପରିଣାମର ସାମ୍ନା କରିପାରନ୍ତି ବୋଲି ଆମେରିକା ସ୍ପଷ୍ଟ କରିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ