ଗିରଫ ହେବେ ମମତା ବାନାର୍ଜୀ : ପୋଲିସ ରୁଜୁ କଲା ମାମଲା !

କୋଲକାତା: ମମତାଙ୍କ ବିରୋଧରେ ପୋଲିସର ମାମଲା, କୋର୍ଟଙ୍କ ସର୍ତ୍ତ ଉଲ୍ଲଂଘନ ଅଭିଯୋଗ

କୋଲକାତା: ତୃଣମୂଳ ଛାତ୍ର ପରିଷଦ (TMCP)ର ପ୍ରତିଷ୍ଠା ଦିବସ ସମାବେଶକୁ ନେଇ ବଢ଼ିଲା ବିବାଦ। କୋଲକାତା ହାଇକୋର୍ଟଙ୍କ ପକ୍ଷରୁ ସମାବେଶ ଆୟୋଜନ ପାଇଁ ଧାର୍ଯ୍ୟ କରାଯାଇଥିବା ନିୟମ ଓ ସର୍ତ୍ତ ଉଲ୍ଲଂଘନ ଅଭିଯୋଗରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ କରିଛି କୋଲକାତା ପୋଲିସ।

ପୋଲିସ ସୂତ୍ର ଅନୁଯାୟୀ, ହେଷ୍ଟିଙ୍ଗସ ପୋଲିସ ଷ୍ଟେସନରେ ମମତା ବାନାର୍ଜୀଙ୍କ ସମେତ ସମାବେଶର ଆୟୋଜକମାନଙ୍କ ନାଁରେ ମାମଲା ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରାଯାଇଥିବା ଅଭିଯୋଗରେ ପୋଲିସ ନିଜଆଡ଼ୁ ଏହି ମାମଲା ରୁଜୁ କରିଛି। ତଦନ୍ତ ବେଳେ ସମାବେଶ ସହ ଜଡ଼ିତ ସମସ୍ତଙ୍କ ଭୂମିକା ଯାଞ୍ଚ କରାଯିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

ଶୁକ୍ରବାର ସେଣ୍ଟ୍ରାଲ କୋଲକାତାର କ୍ୟାଥେଡ୍ରାଲ ରୋଡରେ TMCP ପ୍ରତିଷ୍ଠା ଦିବସ ସମାବେଶ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ହାଇକୋର୍ଟ ଜାରି କରିଥିବା ବିଭିନ୍ନ ସର୍ତ୍ତ ପାଳନ ହୋଇଛି କି ନାହିଁ, ତାହାର ଯାଞ୍ଚ ପରେ ପୋଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ଅନ୍ୟପଟେ, ଅଗଷ୍ଟ ୨୪ରେ ଫେସବୁକ୍ ଲାଇଭ୍‌ରେ ଆସି ବିଜେପିକୁ ଟାର୍ଗେଟ କରିଥିଲେ ମମତା। ବିଜେପିକୁ ରାଜନୈତିକ ଭାବେ ପଛକୁ ନଠେଲିବା ପର୍ଯ୍ୟନ୍ତ ସେ ଚୁପ୍‌ ରହିବେ ନାହିଁ ବୋଲି ଦାବି କରିଥିଲେ।

ଲାଇଭ୍‌ ଭିଡିଓରେ ମମତା କହିଥିଲେ ଯେ, ରାଜ୍ୟରେ ସରକାର ପରିବର୍ତ୍ତନର ମାତ୍ର ୪ ମାସ ମଧ୍ୟରେ ଲୋକେ ବିଜେପିର ‘ଅସଲ ଚେହେରା’ ଦେଖିସାରିଲେଣି। ମହିଳାଙ୍କ ପାଇଁ ଆର୍ଥିକ ସହାୟତା ଯୋଜନାରେ ଟଙ୍କା ପ୍ରଦାନରେ ବିଳମ୍ବକୁ ନେଇ ମଧ୍ୟ ସେ ଶୁଭେନ୍ଦୁ ଅଧିକାରୀଙ୍କ ସରକାରକୁ ଘେରିଥିଲେ।

ମମତାଙ୍କ ଅଭିଯୋଗ ଅନୁସାରେ, ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଲକ୍ଷ୍ୟରେ ତୃଣମୂଳ ସରକାର ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନା ଆରମ୍ଭ କରିଥିଲା। କିନ୍ତୁ ବିଜେପି ସରକାର ଏହି ଯୋଜନାରେ ଧର୍ମ ଓ ଜାତି ଆଧାରରେ ଭେଦଭାବ କରୁଥିବା ଏବଂ ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁନଥିବା ସେ ଅଭିଯୋଗ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ