ମାଡ଼ି ଆସୁଛି ଭୟଙ୍କର ବର୍ଷା ଓ ଝଡ଼ ! ଏହି ସବୁ ଜିଲ୍ଲାକୁ ବେଶି ବିପଦ

ଭୁବନେଶ୍ୱର: ଓଡ଼ିଶାରେ ଥମିବାର ନାଁ ନେଉନି ବର୍ଷା। ଦେଢ଼ ମାସ ଧରି ତୁହାକୁ ତୁହା ବର୍ଷା ପରେ ଏବେ ପୁଣି ଲଘୁଚାପର ଆଶଙ୍କା ବଢ଼ିଛି। ରାଜ୍ୟ ଉପରେ ଏକାଧିକ ଘୂର୍ଣ୍ଣିବଳୟ ସକ୍ରିୟ ଥିବାବେଳେ ଆସନ୍ତା ୪୮ ଘଣ୍ଟାରେ ଏଗୁଡ଼ିକ ମଧ୍ୟରୁ କିଛି ମିଶି ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି କରିପାରେ।ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ଗୋଟିଏ ଘୂର୍ଣ୍ଣିବଳୟ ରହିଛି। ଏହା ସହ କେନ୍ଦ୍ରୀୟ ମିଆଁମାର ଏବଂ ଉତ୍ତର ବଙ୍ଗୋପସାଗର-ସଂଲଗ୍ନ ବାଂଲାଦେଶ ଅଞ୍ଚଳରେ ମଧ୍ୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପୂର୍ବ ମଧ୍ୟପ୍ରଦେଶ ଉପରେ ମଧ୍ୟ ଏକ ଲଘୁଚାପ କ୍ଷେତ୍ର ରହିଛି।ପାଣିପାଗ ବିଜ୍ଞାନୀ ବିଶ୍ୱଜିତ ସାହୁଙ୍କ ଆକଳନ ଅନୁସାରେ, ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ଥିବା ଘୂର୍ଣ୍ଣିବଳୟର ପ୍ରଭାବ ବିଶେଷ ରହିବା ସମ୍ଭାବନା କମ୍।

ତେବେ ମିଆଁମାର ଏବଂ ବାଂଲାଦେଶ ନିକଟସ୍ଥ ଘୂର୍ଣ୍ଣିବଳୟ ପରସ୍ପର ସହ ମିଶି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଗଠନ କରିପାରେ। ସମ୍ଭାବନା ରହିଛି, ୨୩ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେଇପାରେ।୨୨ରୁ ବର୍ଷା, ୨୩ରୁ ବଢ଼ିବନୂଆ ଲଘୁଚାପର ପ୍ରଭାବରେ ୨୨ ତାରିଖ ରାତିରୁ ରାଜ୍ୟରେ ବର୍ଷା ବଢ଼ିବା ସମ୍ଭାବନା ରହିଛି। ୨୩ରୁ ୨୫ ତାରିଖ ମଧ୍ୟରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ବିଶେଷକରି ଉତ୍ତର ଓଡ଼ିଶା ଏବଂ ଉପକୂଳ ଅଞ୍ଚଳରେ ଭାରୀ ବର୍ଷା ହେବାର ଆଶଙ୍କା ରହିଛି।

ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ, ଶନିବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ। ପଶ୍ଚିମ ଓ ଉତ୍ତର ଉପକୂଳ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। କେନ୍ଦୁଝର, କଳାହାଣ୍ଡି, ମୟୂରଭଞ୍ଜ ଓ ନବରଙ୍ଗପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।୨୩ ତାରିଖରେ ମଧ୍ୟ ଅନେକ ଅଞ୍ଚଳରେ ବର୍ଷା ଜାରି ରହିବ। ତେବେ ୨୪ ଓ ୨୫ ତାରିଖରେ ବର୍ଷାର ପରିମାଣ ଆହୁରି ବଢ଼ିପାରେ। ଏହି ସମୟରେ ଉତ୍ତର ଓ ପଶ୍ଚିମ ଓଡ଼ିଶା ସହ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଭାରୀରୁ ଅତିଭାରୀ ବର୍ଷାର ଆଶଙ୍କା ରହିଛି।ସମ୍ଭାବ୍ୟ ଲଘୁଚାପ ଯୋଗୁଁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରକୋପ ଅଧିକ ରହିପାରେ। ଫଳରେ ପୁଣିଥରେ ଉତ୍ତର ଓଡ଼ିଶାରେ ବଡ଼ ବର୍ଷାର ଆଶଙ୍କା ସୃଷ୍ଟି ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ