ପୁଣି ଏକ ଘୂର୍ଣ୍ଣିବଳୟ : ଏଥର ଅତି ପ୍ରବଳ ବର୍ଷା ସମ୍ଭାବନା, ୨୫ରୁ ଭସାଇବ

ଭୁବନେଶ୍ୱର, ୨୧/୦୮: ଓଡ଼ିଶାରେ ପୁଣି ଆସୁଛି ବର୍ଷାର ବଡ଼ ପ୍ରଭାବ। ଆସନ୍ତା ୨୫ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୭ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ଓଡ଼ିଶା ସମେତ ପୂର୍ବ ଓ ଉତ୍ତର-ପୂର୍ବ ଭାରତର ଅନେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗର ବିସ୍ତାରିତ ପାଣିପାଗ ଆକଳନରେ ଏଭଳି ସୂଚନା ଦିଆଯାଇଛି।

ଆସନ୍ତା ୨୭ ତାରିଖରୁ ସେପ୍ଟେମ୍ବର ୨ ତାରିଖ ମଧ୍ୟରେ ଦେଶର ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ। ତେବେ ଲଘୁଚାପର ପ୍ରଭାବରେ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି। ବର୍ତ୍ତମାନ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ ରହିଛି। ଏହା କ୍ରମେ ଦୁର୍ବଳ ହେବ ବୋଲି ଆକଳନ କରାଯାଇଛି।ପାଣିପାଗ ବିଭାଗର ସୂଚନା ଅନୁସାରେ, ୨୧ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଭାରି ବର୍ଷା ସମ୍ଭାବନା ରହିଛି।

ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ସହ ବର୍ଷା ହୋଇପାରେ।୨୨ ତାରିଖରେ ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ନେଇ ଆଶଙ୍କା ରହିଛି। ସେହିପରି ୨୩ ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୨୪ରୁ ୨୬ ତାରିଖ ଯାଏଁ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଜାରି ରହିପାରେ।ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ବାଲେଶ୍ୱରରେ ୧୦ ମିମି, ଖୋର୍ଦ୍ଧାରେ ୨୪ ମିମି, ଭଦ୍ରକରେ ୧୨.୪ ମିମି, ସୁନ୍ଦରଗଡ଼ରେ ୯.୪ ମିମି, କୋରାପୁଟରେ ୯.୬ ମିମି ଏବଂ ଢେଙ୍କାନାଳରେ ୭.୪ ମିମି ବର୍ଷା ରେକର୍ଡ ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ