କଟକ : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ନରସିଂହପୁର ବ୍ଲକ ଅନ୍ତର୍ଗତ କମଳାଦେଇପୁର ନିକଟରେ ଘଟିଛି ଏହି ଦୁର୍ଘଟଣା। ତେବେ ଏଥିରେ ଦେବୀ ମିଶ୍ରଙ୍କର କିଛି ହୋଇନଥିବା ମଧ୍ୟ ଜଣା ପଡିଛି । ସ୍ଥାନୀୟ ଲୋକେ ତାଙ୍କ ପାଖରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଥିଲେ । ସେ ସୁସ୍ଥ ଥିବା ଦେଖିବାକୁ ମିଳିଛି । ତେବେ ଗାଡ଼ିଟି କେଉଁ କାରଣରୁ ଦୁର୍ଘଟଣାର ଶିକାର ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

