ଭାସିବ ଓଡ଼ିଶା ! ଆସୁଛି ଡବଲ ଲଘୁଚାପ, ବୁଡ଼ିଯିବ ଏହି ଜିଲ୍ଲା

ଭୁବନେଶ୍ଵର : ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରେ ପୁଣି ଥରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ ହୋଇଛି। ସାଳନ୍ଦୀ ଓ ନାଳିଆ ନଦୀର ଜଳସ୍ତର ବଢ଼ିବାରୁ ଅନେକ ଗାଁରେ ବନ୍ୟାଜଳ ପଶିଛି। ତିହିଡ଼ି ବ୍ଲକ୍‌ର ବାରୋ ପଞ୍ଚାୟତର ୮ଟି ଗାଁ ସମେତ ବିଲଣା ଓ ତଳଗୋପବିନ୍ଧା ପଞ୍ଚାୟତର ୬ଟି ଗାଁ ପାଣି ଘେରରେ ରହିଛି।

ସେହିପରି ଭଦ୍ରକ ବ୍ଲକ୍‌ର ଅର୍ଣ୍ଣପାଳ, ବିଷ୍ଣୁପୁରବିନ୍ଧା ଓ ଖଣ୍ଡତଡ଼ା ପଞ୍ଚାୟତର ପ୍ରାୟ ୧୦ଟି ଗାଁର ଲୋକେ ବନ୍ୟାଜଳ ମଧ୍ୟରେ ଫସି ରହିଛନ୍ତି। ଗତ ପ୍ରାୟ ୧୦ ଦିନ ଧରି ଭଦ୍ରକ ଓ ତିହିଡ଼ି ବ୍ଲକ୍‌ର ବହୁ ଅଞ୍ଚଳ ବନ୍ୟା ପ୍ରଭାବିତ ଥିବାବେଳେ ଏବେ ପୁଣି ବର୍ଷା ଯୋଗୁଁ ସ୍ଥିତି ଜଟିଳ ହୋଇଛି।

ସାଳନ୍ଦୀ ନଦୀର ଲଞ୍ଜାତାରା ନିକଟରେ ପ୍ରାୟ ୩୦୦ ଫୁଟ୍‌ ଲମ୍ବର ଘାଈ ସୃଷ୍ଟି ହୋଇଥିବାବେଳେ ବାରୋଡିହ କୁଆମରା ନିକଟରେ ପ୍ରାୟ ୨୦୦ ଫୁଟ୍‌ ଲମ୍ବର ଘାଈ ହୋଇଛି। ଏହାଦ୍ୱାରା ଆଖପାଖ ଅଞ୍ଚଳକୁ ବନ୍ୟାଜଳ ପ୍ରବେଶ କରି ସ୍ଥିତି ଆହୁରି ସଙ୍ଗୀନ ହୋଇଛି।

ଆସନ୍ତା ୧୩ ତାରିଖ ବେଳକୁ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଏହାସହ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ୧୩ରୁ ୧୭ ତାରିଖ ମଧ୍ୟରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହୋଇପାରେ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ ପ୍ରବଳ ବର୍ଷା ହୋଇପାରେ। ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟ ଭାରୀ ବର୍ଷାର ସମ୍ଭାବନା ରହିଛି। ୧୦ ଓ ୧୧ ତାରିଖରେ ଉତ୍ତର, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିସହ ୧୨ରୁ ୧୪ ତାରିଖ ମଧ୍ୟରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ପ୍ରବଳ ବର୍ଷା ଆଶଙ୍କା ରହିଛି।

ବର୍ଷା ଓ ନଦୀଜଳସ୍ତର ବଢ଼ିବା ଜାରି ରହିଲେ ଭଦ୍ରକର ବନ୍ୟା ପରିସ୍ଥିତି ଆଗକୁ ଆହୁରି ଗମ୍ଭୀର ରୂପ ନେଇପାରେ। ଏନେଇ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ