ବଡ଼ ସୁଯୋଗ : ମାତ୍ର ୧୫ ଦିନରେ ସବୁ ସ୍କୁଲରେ ଶିକ୍ଷକ ଭର୍ତ୍ତି, ପୂରଣ ହେବ ପୋଷ୍ଟ

ଭୁବନେଶ୍ୱର: ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଥିବା ସରକାରୀ ସ୍କୁଲଗୁଡ଼ିକରେ ଖୁବଶୀଘ୍ର ଅଧିକ ଶିକ୍ଷକ ନିଯୁକ୍ତ ହେବେ। ଏଭଳି ସ୍କୁଲଗୁଡ଼ିକୁ ଚିହ୍ନଟ କରି ୧୫ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟର କେଉଁ କେଉଁ ସରକାରୀ ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ଅଛନ୍ତି, ସେସବୁ ସ୍କୁଲର ତାଲିକା ପ୍ରସ୍ତୁତ କରାଯିବ। ପ୍ରତ୍ୟେକ ଜିଲ୍ଲାରେ ଏଭଳି ବିଦ୍ୟାଳୟର ସ୍ଥିତି ସମୀକ୍ଷା କରି ଆବଶ୍ୟକତା ଅନୁସାରେ ଶିକ୍ଷକ ନିଯୁକ୍ତି କରିବାକୁ କୁହାଯାଇଛି। ଦୁଇ ମାସ ଧରି ଶିକ୍ଷକ ଅଭାବ ଥିବା ସ୍କୁଲ ସମ୍ପର୍କରେ ଖବର ପ୍ରସାରଣ ପରେ ସରକାର ଏ ଦିଗରେ ତତ୍ପର ହୋଇଥିବା ଜଣାପଡ଼ିଛି। ଶିକ୍ଷା ଅଧିକାର ଆଇନର ଧାରା ୧୯ ଓ ୨୫ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ସଂଖ୍ୟା ଓ ନିର୍ଦ୍ଧାରିତ ଶିକ୍ଷକ-ଛାତ୍ର ଅନୁପାତ ରହିବା ଆବଶ୍ୟକ ।କିନ୍ତୁ ରାଜ୍ୟର ଅନେକ ସରକାରୀ ପ୍ରାଥମିକ ସ୍କୁଲ ଏବେ ମଧ୍ୟ ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଛି। ଏହା ଶିକ୍ଷାଦାନ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବାରୁ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି।

ଯେଉଁ ସ୍କୁଲରେ ଶିକ୍ଷକ ଅଭାବ ରହିଛି, ସେଠାରେ ଆବଶ୍ୟକତା ଅନୁସାରେ ଶିକ୍ଷକଙ୍କ ସମନ୍ୱୟ, ବଦଳି କିମ୍ବା ନିୟୋଜନ ମାଧ୍ୟମରେ ନ୍ୟୂନତମ ଶିକ୍ଷକ ସଂଖ୍ୟା ସୁନିଶ୍ଚିତ କରାଯିବ।
ସମଗ୍ର ପ୍ରକ୍ରିୟା ସମ୍ପର୍କରେ ୧୫ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ (ATR) ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଦାଖଲ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ