ଏବେ ଛାଡ଼ିବନି ବର୍ଷା, ପୁଣି ଆସୁଛି ଲଘୁଚାପ : ଏହି ତାରିଖରୁ ଭିଜିବ ୮ ଜିଲ୍ଲା

ଭୁବନେଶ୍ୱର: କମିଥିଲେ ବି ପୁରା ଛାଡ଼ିବନି ବର୍ଷା । ଗୋଟିଏ କିମ୍ବା ଦୁଇ ଦିନ ପରେ ପୁଣି ବର୍ଷା ଆରମ୍ଭ ହେବ । ଏପରିକି ରାଜ୍ୟରେ ଆଗାମୀ ୭ ଦିନ ଧରି ବର୍ଷାର ପ୍ରଭାବ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହୋଇପାରେ । ଏପରିକି ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ବହିପାରେ। ଆଉ ଚାରି ଦିନ ପରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହା ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ ।

ଅନ୍ୟ ଦିଗରେ ପାଣିପାଗ ବିଭାଗ ଲୋକଙ୍କୁ ବଜ୍ରପାତ ସମୟରେ ସତର୍କ ରହିବା ଓ ଆବଶ୍ୟକ ନଥିଲେ ବାହାରକୁ ନଯିବାକୁ ପରାମର୍ଶ ଦେଇଛି। ସେହିପରି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ଉପରେ ରୋକ ଲାଗିଛି ।

ତେବେ ଗତ କିଛି ଦିନ ତଳେ ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ବିଭିନ୍ନ ନଦୀର ଜଳସ୍ତର ବଢ଼ି ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ଏବେବି ତଳିଆ ଅଞ୍ଚଳ ପାଣି ଘେରରେ ରହିଛି । କିନ୍ତୁ ବର୍ଷା କମିବାରୁ ପାଣି ବି କମିଛି । ଧିରେ ଧିରେ ପାଣି ଘେରରେ ଥିବା ଅଞ୍ଚଳର ସ୍ଥିତିରେ ଉନ୍ନତି ଆସିବା ନେଇ ପାଣିପାଗ ବିଭାଗ କହିଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ