25.9 C
Odisha
Wednesday, October 29, 2025

ହୀରାକୁଦରେ ବୁଲୁଛି ଆନାକୋଣ୍ଡା

ଦର୍ଶକବନ୍ଧୁ, ପ୍ରଥମେ ଦେଖନ୍ତୁ ଏହି ଭିଡିଓ । ଆପଣ ଭାବୁ ଥିବେ ଏହା ତ ବନ୍ୟା ପାଣି । କେଉଁ ଅଂଚଳକୁ ଭାସି ଆସିଛି । ଏଥିରେ ବଡ କଥା କଣ । କିନ୍ତୁ ଭଲରେ ଦେଖିଲେ ବୁଝି ପାରିବେ ପ୍ରକୃତ ଘଟଣା । ଭିଡିଓରେ କିଛି ଗୋଟେ ଭାସୁ ଥିବା ଆପଣ ଦେଖିପାରୁଥିବେ । ଯାହା ହେଉଛି ବିଶ୍ୱର ସବୁଠୁ ଭୟଙ୍କର ଏବଂ ବଡ ସାପ ଆନାକୋଣ୍ଡା । ହଁ ଦର୍ଶକବନ୍ଧୁ, ବନ୍ୟା ଜଳରେ ଭାସି ଆସିଛି ଏହି ଆନାକୋଣ୍ଡା । ସବୁଠାରୁ ବଡ କଥା ହେଲା ଯେ, ଏହା ହୀରାକୁଦରୁ ହିଁ ଭାସି ଆସିଛି ।

ଓଡିଶାରେ ଆନାକୋଣ୍ଡା । ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ହେଲେ ପ୍ରକୃତରେ କିଛି ଏମିତି ଘଟିଛି । ହୀରାକୁଦ ନଦୀ ବନ୍ଧରୁ ବନ୍ୟା ଜଳ ଛଡା ଯିବା ପରେ ଭାସି ଆସିଛି ଏହି ବିଶାଳ ସରୀସୃପ । ଆଉ ଗାଁ ଦାଣ୍ଡରେ ଘୁରି ବୁଲୁଛି । ପାଣିରେ ପହଁଚୁଛି । ମୁଣ୍ଡ ମଧ୍ୟ କାଢୁଛି । ଲାଗୁଛି ସତେ କି ଭୋକିଲା ଅଛି ଆନାକାଣ୍ଡୋ । ଆଉ ତାକୁ ଦରକାର କିଛି ଖାଦ୍ୟ ।

ଏବେ ଚାଲିଛି ବର୍ଷା ଦିନ । ବର୍ଷା ଦିନ ପାଇଁ ରାଜ୍ୟର ପ୍ରାୟ ସବୁ ନଦୀରେ ଜଳ ସ୍ତର ଉପରେ ରହିଛି । କିଛି କିଛି ଜାଗାରେ ବିପଦ ସଙ୍କେତ ଉପରେ ପ୍ରବାଦିତ ହେଉଛି ପାଣି । ଆଉ ଏହି ଉଚ୍ଛୁଳା ନଇର ପାଣି ବିଭିନ୍ନ ଗାଁ ଗଣ୍ଡା ମଧ୍ୟରୁ ପ୍ରବେଶ କରିଛି ଯେଉଁ ଗାଁ ଦାଣ୍ଡରେ ଆଗରୁ ପିଲା ଖେଳୁଥିଲେ, ଏବେ ତାହା ନଦୀର ଭ୍ରମ ସୃଷ୍ଟି କରିଛି । ଲାଗୁଛି ଯେମିତି ନଦୀର ଆଁ ମଧ୍ୟରୁ ଚାଲିଯାଇଚି ଗାଁ । ହୀରାକୁଦ ନଦୀ ବନ୍ଧର 20ରୁ ଅଧିକ ଗେଟ୍ ଖୋଲିବା ପରେ ଘଟିଛି ଏମିତି ଅବସ୍ଥା । ମହନଦୀ ସମେତ ଅନ୍ୟ ଶାଖା ନଦୀରେ ଆସି ଯାଇଛି ବନ୍ୟା ।

ଖାଲି ବନ୍ୟା ପାଣି ନୁହେଁ, ଲୋକଙ୍କ ନିଦ ହଜାଇଛନ୍ତି ବିଭିନ୍ନ ସରୀସୃପ । ମମାଛଠୁ ଆରମ୍ଭ କରି ଭୟଙ୍କର ଜୀବଜନ୍ତୁ ବନ୍ୟା ପାଣିରେ ଭାସି ଆଶିଛନ୍ତି । ଯେଉଁମାନଙ୍କୁ ଗାଁ ଦାଣ୍ଡରେ ଦେଖିବାକୁ ମିଳୁଛି । ଖାଲି ସାପ କି କୁମ୍ବୀର ନୁହେଁ, ବନ୍ୟା ପାଣିରେ ଭାସି ଆସିଛି ଆନାକୋଣ୍ଡା । ଯାହା ଛତିଶଗଡରୁ ହୀରାକୁଦ ଗେଟ୍ ଖୋଲିଲା ପରେ ଭାସି ଆସିଥିବା ସନ୍ଦେହ କରାଯାଉଛି । କେହି କେହି ଏହାକୁ ଆନାକୋଣ୍ଡା କହୁଥିବା ବେଲେ ଆଉ କେହି ଭାଇରାଲ ଭିଡିଓକୁ ଫେକ୍ କହୁଛନ୍ତି । ଆମେ ମଧ୍ୟ କହୁନୁ ଏହା ଆନାକୋଣ୍ଡା ବୋଲି । ଯାହା ଭାଇରାଲ ହେଉଛି ସେହି ଆଧାରରେ ଆପଣଙ୍କୁ ଦେଖାଉଛୁ ଏହି ଭିଡିଓ ।

ସତ ହେଲା ଯେ, ଆନାକୋଣ୍ଡା ଏକ ବିଷହୀନ ବିରାଟ ସାପ । ଯାହା ଆମାଜନ ନଦୀରେ ବାସ କରେ । ବ୍ରାଜିଲ ଭଳି ଦେଶରେ ଏହା ଅଧିକ ମାତ୍ରାରେ ଦେଖାଯାଆନ୍ତି । ସନ୍ତସନ୍ତିଆ ଅଂଚଳ, ନଦୀରେ ଆପଣ ଏହି ବିଶାଳ ସର୍ପକୁ ଦେଖିବାକୁ ପାଇବେ । ତେବେ ଏହି ସାପ ବଡ ବଡ ଯନ୍ତୁଙ୍କୁ ଶିକାର କରିପାରେ । ସହଜରେ ସେମାନଙ୍କୁ ଗିଳି ହଜମ ମଧ୍ୟ କରିପାରେ । କିଛି କିଛି ଆନାକୋଣ୍ଡା ହାତୀକୁ ମଧ୍ୟ ଗିଳି ଦିଅନ୍ତି । ତେବେ ଆପଣ ଭାବୁଥିବେ କେମିତି ଓଡିଶାରେ ଆନାକୋଣ୍ଡା ଦେଖାଯାଉଛି । ଆମେ ମଧ୍ୟ ଠିକ୍ ସେ କଥା କହୁଛୁ । ହେଲେ ଭାଇରାଲ ଭିଡିଓକୁ ଦେଖିଲେ ଓଡିଶାରେ ଏହି ସାପ ଥିବା ସ୍ପଷ୍ଟ ହେଉଛି । ହୀରାକୁଦ ହେଉଛି ଓଡିଶାର ଏକ ପ୍ରାଚୀନ ହ୍ରଦ । 1948 ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଜୋର ସୋରରେ ଆରମ୍ଭ ହୋଇଥିଲା । ମହାନଦୀର ବେସିନରେ ଏହା ତିଆରି ହୋଇଥିବାରୁ ଅନେକ ଅଜଣା ଜୀବଜନ୍ତୁଙ୍କ ଗନ୍ତାଘର ହେଉଛି ଏହି ନଦୀ । ବେଲେ ବେଳେ ଏଠାରେ 50 କେଜିର ମାଛ, ଜଳପରୀ ଆଦି ଦେଖିବାକୁ ମିଳିଛନ୍ତି । ଏବେ ହାରୀକୁଦ ପାଣିରେ ଆନାକୋଣ୍ଡା ଭାସି ଆସିବା କିଛି ବଡ କଥା ନୁହେଁ । କିନ୍ତୁ ଓଡିଶାରେ ଯେ ଏତେ ବଡ ସାପ ଅଛନ୍ତି ତଚାହା ଭାବିଲା ବେଳକୁ ଆମକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ