ଦର୍ଶକ ବନ୍ଧୁ, ଗର୍ଭବତୀ ଙ୍କ ପାଇଁ ଆସିଚି ଏକ ଖୁସି ଖବର । ଏଣିକି କର୍ମଜୀବୀ ମହିଳା ଗର୍ଭବତୀ ଥିବା ସମୟରେ ତାଙ୍କୁ ମିଳିବ ମାତୃତ୍ଵ ଅବକାଶ । ମାତୃତ୍ୱ ଅବକାଶ ସମୟ ସୀମାରେ ହେବ ବୃଦ୍ଧି । ଆଉ ୬ ମାସ ନୁହଁ, ଏକ ବର୍ଷ ମିଳିବ ମାତୃତ୍ୱ ଅବକାଶ । ସରକାର କହିଛନ୍ତି ଯେ ଆମ ସରକାର ମହିଳାମାନଙ୍କୁ ୧୨ ମାସର ମାତୃତ୍ୱ ଛୁଟି ଏବଂ ଗୋଟିଏ ମାସର ପିତୃତ୍ୱ ଛୁଟି ଦେବେ । ଏ ନେଇ ଗର୍ଭବତୀ ମହିଳାଙ୍କ ସମ୍ପର୍କରେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଏହି ବଡ ଘୋଷଣା କରିଛନ୍ତି ।
ସିକ୍କିମ ରାଜ୍ୟ ସିଭିଲ ସର୍ଭିସ ଅଫିସର୍ସ ଆସୋସିଏସନର ବାର୍ଷିକ କାର୍ୟ୍ୟକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସୁବିଧାର ଲାଭ ଦେବା ନେଇ ସେବା ନିୟମରେ ସଂଶୋଧନ କରାଯିବ । ଏହି ସଂଶୋଧନ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର ପିଲା ଏବଂ ପରିବାରର ଭଲ ଯତ୍ନ ନେବାରେ ସାହାଯ୍ୟ କରିବ । ଏହି ବିଷୟରେ ଏକ ବିସ୍ତୃତ ବିଜ୍ଞପ୍ତି ଶୀଘ୍ର ଜାରି କରାଯିବ ।
ତେବେ, ମାତୃତ୍ୱ ଲାଭ ଅଧିନିୟମ ୧୯୬୧ ଅନୁଯାୟୀ, କାର୍ଯ୍ୟରତ ମହିଳାମାନେ ୬ ମାସ ଛୁଟି କିମ୍ବା ୨୬ ସପ୍ତାହ ଛୁଟି ପାଆନ୍ତି । ସିକ୍କିମ୍ ବିଷୟରେ କହିବାକୁ ଗଲେ ଏଠାରେ ଜନସଂଖ୍ୟା ମାତ୍ର ୬ ଲକ୍ଷ ୩୨ ହଜାର ।
ଏହି ଘୋଷଣା ଦ୍ଵାରା ରାଜ୍ୟରେ ମା ହେବାକୁ ଥିବା ମହିଳାମାନେ ୧୨ ମାସ ର ଛୁଟି ପାଇପାରିବେ ଏବଂ ଉପକୃତ ହୋଇପାରିବେ ହଜାର ହଜାର ମହିଳା ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଅଧିକାରୀମାନେ ରାଜ୍ୟ ପ୍ରଶାସନର ମେରୁଦଣ୍ଡ, ସେମାନେ ସିକ୍କିମ୍ ଏବଂ ଏହାର ଲୋକଙ୍କ ପ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ସିଭିଲ ସର୍ଭିସ ଅଫିସରମାନଙ୍କୁ ପଦୋନ୍ନତି ଦେବା ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହେଉଛି, ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ପଦୋନ୍ନତି ପାଇପାରିବେ ।
ତେବେ ଦର୍ଶକ ବନ୍ଧୁ ଏହି ଖବର ଉପରେ ଆପଣଙ୍କ ମତାମତ କଣ୍ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

