22.9 C
Odisha
Wednesday, October 29, 2025

ଅଧା ଦାମରେ ଟମାଟୋ ଦେବ ପେଟିଏମ

ଟମାଟୋ ଦାମ ଆକାଶ ଛୁଆଁ ଥିବା ବେଳେ ଏବେ ଗ୍ରାହକଙ୍କ ପାଇଁ ରହିଛି ଖୁସି ଖବର । କାରଣ ପେଟିଏମ ଶସ୍ତାରେ ଟମାଟୋ ବିକ୍ରି କରିବା ପାଇଁ ଏକ ଉପାୟ ଖୋଜି ବାହାର କରିଛି । ଯେଉଁଥିରେ ଆପଣ ଟମାଟୋକୁ ଅଧା ଦାମ ଅର୍ଥାତ ୭୦ ଟଙ୍କା ପ୍ରତି କିଲୋଗ୍ରାମରେ କିଣିପାରିବେ । କହିବାକୁ ଗଲେ ଦେଶରେ ଅଚାନକ ଭାବେ ବଢି ଯାଇତିଲା ଟମାଟୋ ଦର । ବାଧ୍ୟ ହୋଇ ଲୋକ କିଲୋ ପିଛା ୧୫୦ରୁ ୨୦୦ ଟଙ୍କାରେ ଟମାଟୋ କିମିବାକୁ ବାଧ୍ୟ ହୋଇଥିଲେ ।
ଶସ୍ତାରେ ଟମାଟୋ ବିକ୍ରି କରିବା ପାଇଁ ଓପନ ଟେନଓାର୍କ ଫର ଡିଜିଟାଲ କମର୍ସ ଓ ଏନସିସିଏଫ ପାର୍ଟନରସିପ କରିଛନ୍ତି । ମଙ୍ଗଳବାର ପେଟିଏମ ଇକମର୍ସ ପ୍ରାଇଭେଟ ଲିମିଟେଡ , ଦିଲୀ ଏନସିଆରରେ ୭୦ ଟଙ୍କା କିଲୋ ପ୍ରତି ଟମାଟୋ ବିକ୍ରି କରିବା ପାଇଁ ପାର୍ଟନରସିପ କରିଥିବା କହିଛି । ଏ ହିସାବରେ ଉପଭୋକ୍ତା ଗୋଟିଏ ସପ୍ତାହରେ ଅତିବେଶିରେ ଦୁଇ କିଲୋଗ୍ରାମ ଟମାଟୋ କିଣିପାରିବେ । ଯାହାର ଦାମ ରହିବ ୧୪୦ ଟଙ୍କା । ଏହାସହ ଫ୍ରି ଡେଲିଭରୀ ସୁବିଧା ମଧ୍ୟ ମିଳିବ । ମୋଟାମୋଟି ଭାବେ କହିବାକୁ ଗଲେ, ପେଟିଏମର ଏହି ପଦକ୍ଷେପ ଦ୍ୱାରା ଅନେକ ଲୋକଙ୍କୁ ଫାଇଦା ମିଳିପାରିବ । ଖାସକରି ସେହିମାନଙ୍କୁ, ଯେଉଁମାନେ ଏବେ ବି କିଲୋ ପିଛା ୨୦୦ ଟଙ୍କାରେ ଟମାଟୋ କିଣୁଛନ୍ତି ।

ତେବେ ପେଟିଏମରୁ ଶସ୍ତାରେ ଟମାଟୋ ଅର୍ଡର କରିବା ପାଇଁ ଉପଭୋକ୍ତାଙ୍କୁ ପ୍ରଥମେ ପେଟିଏମ ଆପ୍ ଓପନ କରିବାକୁ ହେବ । ଏହାପରେ ଓଏନଡିସି ଫୁଡ୍ ପେଜ୍ ଓପନ ହେବ । ଯେଉଁଠି ଟମାଟୋଜ ଫ୍ରମ ଏନସିସିଏଫ ଉପରେ ଆପଣ କ୍ଲିକ କରିବେ । ଏହାପରେ ସିଲେକ୍ଟ କରିବେ କ୍ୱାଣ୍ଟିଟି । ପରେ ଦେବେ ଡେଲିଭରି ଆଡ୍ରେସ । ପେମେଣ୍ଟ କରିବାର ଅପ୍ସନ ବାଛିବା ପରେ କରିବେ ଅର୍ଡର କନଫର୍ମ ।
ତେବେ ଅର୍ଡର କରିବା ପୂର୍ବରୁ ଧ୍ୟାନରେ ରଖିବା ଉଚିତ କି, ଗୋଟିଏ ସପ୍ତାହରେ ଅତିବେଶିରେ ୧୪୦ ଟଙ୍କାର ଟମାଟୋ ଫ୍ରି ଡେଲିଭରି ହୋଇପାରିବ । କମ୍ପାନୀ ଏହା ବି କହିଛି ଯେ, ଟମାଟୋ ମୂଲ୍ୟରେ ପରିବର୍ତନ ବି ହୋଇପାରେ ।
ତେବେ ଜଣାଇ ରଖିବୁ ଯେ, ଟମାଟୋ ଦାମ ଉଚ୍ଚା ଥିବାରୁ ସରକାର ବି ପୂର୍ବରୁ ଶସ୍ତାରେ ଟମାଟୋ ବିକ୍ରି ପାଇଁ ଘୋଷଣା କରିଥିଲେ । ଯାହାର ଲୋକେ ଫାଇଦା ଉଠାଇଥିଲେ । ବର୍ତମାନ ବି ମାର୍କେଟରେ ଟମାଟୋ ୧୫୦ ଉପରେ ରହିଛି । ଆଉ କିଛି କିଛି ସ୍ଥାନରେ ୨୦୦ ଉପରେ ବି ରହିଛି ଏହି ନାଲି ପରିବାର ଦାମ । ଯାହାକୁ ନେଇ ଏବେ ଅନେକ ଲୋକଙ୍କ ଘରେ ଟମାଟୋ ବି ଆଉ ପଶୁନି ।
ତେବେ ଦର୍ଶକବନ୍ଧୁ ଟମାଟୋକୁ ନେଇ ପେଟିଏମ ନେଇଥିବା ପଦକ୍ଷେପ ଉପରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ