ଦର୍ଶକବନ୍ଧୁ ବଜାରରେ ଏବେ ମିଳୁଚି ଅନେକ ପ୍ରକାର ଚିପ୍ସ । ଲୁଣିଆ ସହ ଖଟା ମିଠା ଆଉ ରାଗୁଆ, ପାଟିକୁ ଲାଗେ ଭାରି ସୁଆଦିଆ । ନୂଆ ନୂଆ କମ୍ପାନୀର ନୂଆ ବ୍ରାଣ୍ଡର ଚିପ୍ସ ଏବେ ମାର୍କେଟୁ ଆସୁଛିି । ଯୁବପିଢୀ, ବିଶେଷ କରି ଛୋଟ ପିଲାଙ୍କୁ ଏସବୁ ଭାରି ପସନ୍ଦ । ଏହାବାଦ ଚାଖଣା ଭାବେ ଏହି ଚିପ୍ସର ଚାହିଦା ବେଶି । ତେବେ କିଛି ସମୟ ପୂର୍ବରୁ ମାର୍କେଟରେ କୁରକରି ଚିପ୍ସକୁ ନେଇ ବହୁତ ହଙ୍ଗାମା ହୋଇଥିଲା । ସମସ୍ତେ କହିବାକୁ ଲାଗିଲେ କି, ଚିପ୍ସରେ ମିଶାଯାଉଛି ପ୍ଲାଷ୍ଟିକ । ଯଦି ଏ ଚିପ୍ସକୁ ନିଆଁରେ ଜଳାଯାଏ, ତେବେ ଏହା ପ୍ଲାଷ୍ଟିକ ଭଳି ତରଳି ଯାଉଥବା ଭିଡିଓ ସେତେବେଲେ ବେଶ୍ ଭାଇରାଲ ହୋଇଥିଲା । ହେଲେ ଏ ସବୁ ହଇଚଇ ପରେ ସଫେଇ ଦେଇଥିଲା କମ୍ପାନୀ । କହିଥିଲା ଏହା ହେଉଛି କେବଳ ଏକ ଅପପ୍ରଚାର ମାତ୍ର । ବାସ୍ତବରେ ସେମିତି କିଛି ନାହିଁ ଚିପ୍ସ ପ୍ୟାକେଟରେ । ପରେ ସେୟା ହେଲା ଯାହା ଭାରତରେ ସବୁବେଳେ ହୁଏ । ହଁ ଆଜ୍ଞା, ଭାରତରେ ଯେତେବେଳେ କୌଣସି ଜିନିଷକୁ ନେଇ ଖରାପ କୁହାଯାଏ, ଲୋକେ ତାକୁ ସେତେବେଳେ କିଣିବା ବନ୍ଦ କରି ଦିଅନ୍ତି । ମାତ୍ର ହଙ୍ଗାମା କମିଯିବା ପରେ ପୁଣି ଥରେ ସେହି ଜିନିଷର ଚାହିଦା ପୂର୍ବଭଳିି ବଢିଯାଏ ।
କୁରକୁରୀ ସହ ବି କିଛି ଏମିତି ହୋଇଥିଲା । କିଛି ସମୟ ଯାଏଁ ଏହାର ସେଲ ରହିଥିଲା ଡାଉନ । ହେଲେ ଏହାପରେ ପୁଣି ଧମାଧମ ହୋଇଥିଲା ବିକ୍ରି । ଏହି ପରିପ୍ରେକ୍ଷୀରେ ବିଗତ ଦିନରେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଖାଦ୍ୟପେୟ ଜିନିଷକୁ ମାଇକ୍ରୋସ୍କୋପ ତଳେ ପକାଇ ଲୋକଙ୍କୁ ସକ୍ କରାଉଥିବା ଦେଖାଯାଉଛି । ଏଠି ବ୍ୟକ୍ତି ଜଣକ ଦେଖାଉଛନ୍ତି ଯେ, ଖାଦ୍ୟରେ ବାସ୍ତବରେ କଣ ମିଶାଯାଏ । ଅବଶ୍ୟ, କେବେ କେବେ ଲୋକଙ୍କୁ ଏଥିରେ ବ୍ୟାକ୍ଟେରିଆ ଦେଖାଯାଏ ତ ପୁଣି କେତେବେଳେ ଏଭଳି ଜିନିଷ ବିଷୟରେ ଜଣାନଥାଏ ଲୋକଙ୍କୁ । ଏବେ ସାମ୍ନାକୁ ଆସିଛି କୁରକୁରୀ ପ୍ୟାକେଟର ବାସ୍ତବତା ।
ନଜର ପକାନ୍ତୁ ଏହି ଭିଡିଓ ଉପରେ । ଏଠି ବ୍ୟକ୍ତି ଜଣକ ଏକ ୧୦ ଟଙ୍କିଆ କୁରକୁରୀ ପ୍ୟାକେଟ ନେଇ ମାଇକ୍ରୋସ୍କୋପ ତଳେ ରଖିଲେ । ପରେ ପ୍ୟାକେଟ ଖୋଲି ମାଇକ୍ରୋସ୍କୋପ ରେ କରୁଛନ୍ତି ଏକ୍ସପେରିମେଣ୍ଟ । ଏହାପରେ ଲୋକଙ୍କୁ ସେ ଦେଖାଉଛନ୍ତି କି, ଚିପ୍ସରେ ବାସ୍ତବରେ କଣ ମିଶିଛି । ଚିପ୍ସର ମସଲା ବ୍ୟତୀତ ଲୋକଙ୍କୁ ନଜର ଆସୁଚି ମାଇକ୍ରୋପ୍ଲାଷ୍ଟିକ । ଯାହା ସ୍ୱାସ୍ଥ୍ୟ ପାଇଁ ପ୍ରକୃତରେ କେତେ ହାନିକାରକ । ଏହାକୁ ଖାଇଲେ ଅନେକପ୍ରକାରର ରୋଗ ହେବାର ବି ରହିଛି ଯଥେଷ୍ଟ ସମ୍ଭାବନା । ତେବେ କୁରକୁରେ ପୂର୍ବରୁ ଏହି ବ୍ୟକ୍ତି ଜଣକ ଅନ୍ୟ ଜିନିଷ ଉପରେ ବି ଏକ୍ସପେରିମେଣ୍ଟ କରି ଲୋକଙ୍କୁ ଦେଖାଇସାରିଛନ୍ତି । ଗୁପଚୁପ ପାଣିରେ ପୋକ ଥିବା ଠାରୁ ଆରମ୍ଭ କରି ଫ୍ରିଜରେ ଥିବା ବାସୀ ଭାତର ବ୍ୟାକ୍ଟେରିଆ, ସବୁକିଛି ସେ ମାଇକ୍ରୋସ୍କୋପ ଜରିଆରେ ଦେଖାଇଛନ୍ତି ବ୍ୟବହାରକାରୀଙ୍କୁ । ଯାହାକୁ ଆମେ ଖାଲି ଆଖିରେ ଦେଖିପାରୁନେ । ମାତ୍ର ଏ ସବୁ ନଜର ଆସେ ମାଇକ୍ରୋସ୍କୋପ ରେ ।
ତେବେ ଏଭଳି ଦୃଶ୍ୟକୁ ୟୁଜର ଦେଖିବା ପରେ ବିଭିନ୍ନ ପ୍ରକାର କମେଣ୍ଟ କରିଛନ୍ତି । ଆଉ କେବେ ବି କୁରକୁରେ ଖାଇବେନି ବୋଲି କହିବା ସହ ଆଉ କିଛି, କମ୍ପାନୀ ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଛି ବୋଲି କରିଛନ୍ତି କମଣ୍ଟେ ।
ତେବେ ଦର୍ଶକବନ୍ଧୁ ଯଦି ଆପଣ କୁରକୁରୀ ଖାଇବାକୁ ପସନ୍ଦ କରନ୍ତି, ତେବେ ଏହି ଭିଡିଓ ଦେଖିବା ପରେ କଣ ରହିବ ଆପଣଙ୍କ ପ୍ରତିକ୍ରିୟା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

