19 C
Odisha
Saturday, March 7, 2026

ଦେଶର ପ୍ରଥମ ମହିଳା ମସଜିଦ୍‌

ଝାଡ଼ଖଣ୍ଡ ର ମୁସଲିମ ମହିଳାଙ୍କ ପାଇଁ ରହିଛି ଏକ ଖୁଶି ଖବର । କାରଣ ଜାମସେଦପୁର ର ତାଜନଗର ରେ ନିର୍ମାଣ ହେବାକୁ ଯାଉଛି ଦେଶର ପ୍ରଥମ ମହିଳା ମସଜିଦ । ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ନିର୍ମାଣ କାର‌୍ୟ୍ୟ ସରିଯିବ ବୋଲି ସୂଚନା ମିଳିଛି । ତେବେ ଏହି ମସଜିଦ ର ଖାସ କଥା ହେଲା କି ଏଥିରେ କେବଳ ମହିଳାମାନେ ହିଁ ନମାଜ ପାଠ କରିପାରିବେ । ପୁରୁଷ ଙ୍କ ପ୍ରବେଶ ସମ୍ପୂର୍ଣ ରୂପେ ବାରଣ ।

ମୁସଲମାନ ମହିଳାମାନଙ୍କ ପାଇଁ ଭାରତର ପ୍ରଥମ ମସଜିଦ ଜାମସେଦପୁର ନିକଟରେ ଥିବା କାପାଲିର ତାଜ ନଗରରେ ନିର୍ମାଣ କରାଯାଉଛି । ଯେଉଁଠାରେ ମହିଳାମାନେ ମସଜିଦରେ ପ୍ରାର୍ଥନା କରିପାରିବେ । ତାଜ ନଗରର ଡକ୍ଟର ନୁର ଜାମା ଗତ ଅନେକ ବର୍ଷ ଧରି ମାଡ୍ରାସରେ ରହିଆସୁଥିଲେ। ସେ ଯେଉଁଠାରେ ରହୁଥିଲେ ଦେଖିବାରୁ ପାଇଥିଲେ ଯେ, ୨୫ ରୁ ଅଧିକ ମହିଳା ଧାର୍ମିକ ଏବଂ ସାଂସାରିକ ଶିକ୍ଷା ଗ୍ରହଣ କରୁଛନ୍ତି । ବର୍ତ୍ତମାନ ଦେଶର ପ୍ରଥମ ମସଜିଦ ନିର୍ମାଣ ହେଉଥିବା ଡକ୍ଟର ନୁର ଜାମାଙ୍କ ଦ୍ୱାରା ଏକ ନୂତନ ପଦକ୍ଷେପ ନିଆଯାଇଛି, ଏହି ମସଜିଦରେ ରକ୍ଷଣାବେକ୍ଷଣ ବୁଝାସୁଝା ମଧ୍ୟ ମହିଳାଙ୍କ ଦ୍ୱାରା କରାଯିବ ।

ଇସଲାମିକ ଧର୍ମ ଗୁରୁ ଙ୍କ ଏହାଉପରେ କହିବା କଥା ହେଲା କି ମହିଳା ମାନେ ଆଗକୁ ଛିଡା ହୋଇ ନମାଜ ପାଠ କରିପାରିବେ ନାହିଁ । ଏହିକରଣ ପାଇଁ ମସଜିଦ ନିର୍ମାଣ ହେବା ପୂର୍ବରୁ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇ ସାରିଲାଣି । ଜଣାଇ ରଖିବୁ ଯେ, ସମାଜସେବୀ ଡକ୍ଟର ନୁର ଜାମା ଖାନ ଏହି ମସଜିଦ କୁ ନିର୍ମାଣ କରୁଛନ୍ତି ।
କହିରଖିବୁ କି, ପ୍ରାୟ ୨୫ ବର୍ଷ ଧରି ନୁରଜାମା ଖାନ ଅଲ ଇମଦାଦ ଏଜୁକେସନ ୱେଲଫେୟାର ଆଣ୍ଡ ଚାରିଟେବଲ ସୋସାଇଟି କରି ଗରିବ ପିଲାଙ୍କ ପାଇଁ ହାଇସ୍କୁଲ ଚଲାଉଛନ୍ତି । ସେହି ସୋସାଇଟି ର ସେ ମହାସଚିବ ମଧ୍ୟ ଅଛନ୍ତି । ତାଙ୍କ କହିବା ହିସାବ ରେ ପୁରୁଷ ଙ୍କ ସହ ଯଦି ମହିଳା ହଜ କରିବାକୁ ଯାଇପାରନ୍ତି , ତେବେ ମସଜିଦ ଯିବାରେ ଏତେ ସମସ୍ୟା କାହିଁକି ।

ତେବେ ପ୍ରାୟ ଦେଢ଼ କୋଟି ବ୍ୟୟରେ ଦେଢ଼ ଏକର ଜମିରେ ନିର୍ମାଣ ହେଉଥିବା ଏହି ମସଜିଦ ରେ ଏକା ସଙ୍ଗେ ୫୦୦ ଶହ ମହିଳା ନମାଜ ପାଠ କରିପାରିବେ । ଏଠାରେ ନିୟୋଜିତ ହେବାକୁ ଥିବା ମହିଳା ସୁରକ୍ଷା କର୍ମୀଙ୍କୁ ମଧ୍ୟ ଏକ ବିଶେଷ ଧରଣର ଟ୍ରେନିଂ ଦିଆଯିବ । ଯାହାଦ୍ୱାରା ସେମାନେ ନିଜ ସୁରକ୍ଷା ସମେତ ସେଠାକୁ ଆସିବାକୁଥିବା ମହିଳାଙ୍କ ର ବି ସୁରକ୍ଷା କରିପାରିବେ । ତେବେ ମସଜିଦ ସହ ସ୍କୁଲ ରେ ଖେଳ ପଡିଆ , ହଷ୍ଟେଲ , କମ୍ପ୍ୟୁଟର ଲ୍ୟାବ ଓ ଡିଜିଟାଲ ଲାଇବ୍ରେରୀ ବି ରହିବ ବୋଲି ସୂଚନା ମିଳିଛି ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ