19.7 C
Odisha
Friday, January 16, 2026

ଆଉ ଜଣେ କ୍ରିକେଟରଙ୍କୁ କ୍ୟାନ୍ସର୍

ବିଶ୍ୱର ସବୁଠୁ ଭୟଙ୍କର ରୋଗ ହେଲା କ୍ୟାନ୍ସର । ଏଥିରେ ପଡିଲେ ମୃତ୍ୟୁ ସୁନିଶ୍ଚିତ । କିଛି ବଛା ବଛା ବ୍ୟକ୍ତି ହିଁ କ୍ୟାନ୍ସରକୁ ଦେଇ ପାରିଛନ୍ତି ମାତ୍ । କାରଣ ଏହାର ପ୍ରତିକାର ପାଇଁ ଖର୍ଚ୍ଚ ହୁଏ ପାଣି ଭଳି ଟଙ୍କା । କୋଟି କୋଟି ଟଙ୍କା ଖର୍ଚ୍ଚ କଲେ ହିଁ ଏଥିରୁ ମୁକ୍ତି ମିଳିଥାଏ । ଆପଣ ଜାଣିଥିବେ ଦିନେ କର୍କଟର ଫାଶରେ ପଡିଥିଲେ ଷ୍ଟାର୍ କ୍ରିକେଟର ଯୁବରାଜ ସିଂ । ତାଙ୍କୁ ହୋଇଥିଲା ବ୍ଲଡ୍ କ୍ୟାନ୍ସର୍ । ତେବେ ବହୁତ କଷ୍ଟରେ ସେ ଏଥିରୁ ସୁସ୍ଥ ହୋଇଥିଲେ । ହେଲେ କେବଳ ଯୁବରାଜ ସିଂ ନୁହେଁ, ଆଉ ଜଣେ କ୍ରିକେଟରଙ୍କୁ ନେଇ ଆସିଛି ବଡ କଥା ।

ଭାରତର ଜଣେ ଷ୍ଟାର୍ ଓପନର ଏବେ କ୍ୟାନ୍ସର ଜାଲରେ । ତାଙ୍କୁ କ୍ୟାନ୍ସର ହୋଇଥିବା ନେଇ ଆସିଛି ଖବର । ଯାହାକୁ ନେଇ ଚିନ୍ତାରେ ତାଙ୍କର ଫ୍ୟାନ୍ ଏବଂ ଫଲୋଅର୍ସ । ତେବେ ଏହି କ୍ରିକେଟର ହେଲେ ରଣଜୀ ପ୍ଲେୟାର କମଲ ସିଂ କାନିୟାଲ । ହେଲେ ତାଙ୍କୁ ଏବେ କ୍ୟାନ୍ସର ହୋଇନଥିଲା । ବରଂ ସେ 15 ବର୍ଷ।ର ହୋଇଥିଲା ବେଳେ କର୍କଟରେ ଆକ୍ରାନ୍ତ ହୋଇଥିଲେ ସେ । ବହୁତ ସଙ୍ଘର୍ଷ କରି ସେ ନୂଆ ଜୀବନ ଫେରିପାଇଥିଲେ ।

15 ବର୍ଷରେ ଥରେ କମଲଙ୍କ ଦେହ ଭୀଷଣ ଖରାପ ହୋଇଥିଲା । ସେ ବାପାଙ୍କ ସହ ବ୍ଲଡ୍ ଟେଷ୍ଟ୍ ପାଇଁ ଯାଇଥିଲେ । ଡାକ୍ତର ତାଙ୍କୁ ରକ୍ତର ପ୍ଲେଟଲେଟ୍ କମୁଥିବା କଥା କହିଥିଲେ । ତେଣୁ ସେ ନୋଏଡା ଚାଲିଯାଆନ୍ତୁ ବୋଲି ପରାମର୍ଶ ଦେଇଥିଲେ ଡାକ୍ତର । ସେଠାରେ କ୍ୟାନ୍ସର ହୋଇଥିବା କଥା ଜାଣିପାରିଥିଲେ କମଲ୍ । ଯାହା ଶୁଣିବା ପରପେ ସେ ପୁରା ଭାଙ୍ଗି ପଡିଥିଲେ । ହେଲେ ଆରମ୍ଭ ହୋଇଥିଲା ଚିକିତ୍ସା ।

କମଲଙ୍କ କହିବା କଥା ହେଲା, ତାଙ୍କର ପୁରା ଶରୀରରେ ବ୍ୟାପିଯାଇଥିଲା କ୍ୟାନ୍ସର ଭୁତାଣୁ । କର୍କଟର ଦ୍ୱିତୀୟ ଷ୍ଟେଜରେ ସେ ପହଁଚି ଯାଇଥିଲେ । ଶରୀରର 47 ପ୍ରତିଶତ ପ୍ରଭାବିତ ହୋଇଯାଇତିଲା । ତଥାପି ସେ ହାର୍ ମାନିନଥିଲେ । କିନ୍ତୁ କ୍ୟାନ୍ସର ପାଇଁ ଅଣ୍ଡ୍ର-16 ଟିମରେ ତାଙ୍କୁ ମିଳିନଥିଲା ଜାଗା । ଯାହା ତାଙ୍କୁ ନିରାଶ କରିଥିଲା ।

ଧିରେ ଧିରେ କ୍ୟାନ୍ସରକୁ ମାତ୍ ଦେଇଥିଲେ କମଲ୍ । ସୁସ୍ଥ ହେବା ଆମ୍ଭ କରିଥିଲେ ସେ । କେମୋଥେରାପିର ପଂଚମ ରାଉଣ୍ଡ ପରେ କ୍ୟାନ୍ସର ସଂକ୍ରମଣ କମିବାକୁ ଲାଗିଥିଲା । ଯାହା ଶୁଣିବା ପରେ ଖୁସି ହୋଇଯାଇଥିଲେ କମଲ୍ । ଏମିତି ପ୍ରାୟ 6 ମାସ ପରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିଲେ ଭାରତର ଏହି ଷ୍ଟାର୍ ଓପନର୍ । ଆଉ ସେ କିଛି ଦିନର ବିଶ୍ରାମ ନେଇ ପଡିଆକୁ ବ୍ୟାକ୍ କରିଥିଲେ । ଶେଷରେ ଉତ୍ତରାଖଣ୍ଡର ଅଣ୍ଡର୍-19 ଟିମରେ ତାଙ୍କୁ ଜାଗା ମିଳିଥିଲା । ପ୍ରଥମ ମ୍ୟାଚରେ ହିଁ ତାଙ୍କ ବ୍ୟାଟରୁ ବାହାରିଥିଲା ଡବଲ ସେଂଚୁରୀ । ଏହି ଟୁର୍ଣ୍ଣାମେଣ୍ଟରେ ସେ କରିଥିଲେ 800 ରନ୍ । ଯାହା ତାଙ୍କୁ ସାରା ରାଜ୍ୟରେ ପରିଚୟ ଦେଇଥିଲା । ପରେ ରଣଜୀ ଟିମରେ ମଧ୍ୟ କମଲଙ୍କୁ ଚାନ୍ସ ମିଳିଥିଲା । ତେବେ ଦର୍ଶକବନ୍ଧୁ, କ୍ୟାନ୍ସର ଭଳି ଏକ ମାରାତ୍ମକ ରୋଗକୁ ହରାଇଥିଲେ କମଲ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ