19.7 C
Odisha
Friday, January 16, 2026

ରାହୁଲ ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ

ଭାରତର ସବୁଠୁ ପୁରୁଣା ଦଳ କଂଗ୍ରେସ । ଗତ 9 ବର୍ଷ ଧରି ଜାତୀୟ ରାଜନୀତିରେ ବ୍ୟାକ୍ ଫୁଟରେ ଅଛି ଟିମ୍ । 2014 ପରେ 2019ରେ ବି ହାରିଥିଲା ଦଳ । 100 ତଳକୁ ଖସିଥିଲା କଂଗ୍ରେସର ଏମପି ସଂଖ୍ୟା । ତେବେ ଆଉ ବର୍ଷେ ପରେ ହେବ ସାଧାରଣ ନିର୍ବାଚନ । ଯାହାକୁ ନେଇ ସମସ୍ତ ଦଳ ଆରମ୍ଭ କରି ଦେଲେଣି ଗୋଟି ତାଳନା । ଏହା ମଧ୍ୟରେ କିନ୍ତୁ ଆସିଛି ବିଭିନ୍ନ ସର୍ଭେର ରିପୋର୍ଟ । କିଛି କିଛି ସର୍ଭେରେ ରାହୁଲ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ପସନ୍ଦ ବୋଲି କହିଛନ୍ତି ଲୋକେ ।

ନିକଟରେ କଂଗ୍ରେସର ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶ ପାଇଥିଲା ଏକ ରିପୋର୍ଟ । ଯେଉଁଥିରେ ବିଭିନ୍ନ ଡିଜିଟାଲ ଏବଂ ଓ୍ୱେବ୍ ସର୍ଭେର ସ୍କିନ୍ ସଟ୍ ପ୍ରଦର୍ଶନ କରିଥିଲା ଦଳ । ଆଉ ଦେଖିବାକୁ ମିଳିଥିଲା ଯେ, ସବୁଠରେ ଆଗରେ ଅଛନ୍ତି ରାହୁଲ ଗାନ୍ଧୀ ।ନ୍ୟୁଜ୍ 24ରେ ଏକ ପୋଲ୍ ହୋଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ଭାବେ ଆପଣ କାହାକୁ ଦେଖିବାକୁ ଚାହାଁନ୍ତି ବୋଲି ପଚରା ଯାଇଥିଲା ପ୍ରଶ୍ନ । ଆଉ 68 ପ୍ରତିଶ ଲୋକେ ରାହୁଲଙ୍କୁ ବାଛି ଥିଲେ । ଅନ୍ୟ ଦିଗରେ ନୀତିଶ କୁମାରଙ୍କୁ 8 ପ୍ରତିଶତ ଲୋକେ ବାଛିଥିଲେ । ରେହିପରି ମମତା ବାନାର୍ଜୀଙ୍କୁ 4 ଓ ଅରବିନ୍ଦ୍ର କେଜ୍ରିଓ୍ୱାଲଙ୍କୁ ମିଳିଥିଲା 18 ପ୍ରତିଶତ ଭୋଟ୍ ।

ନ୍ୟୁଜ୍ ତକର ଓପିନିୟମ ପୋଲରେ ମଧ୍ୟ କିଛି ସମାନ କଥା ଦେଖିବାକୁ ମିଳିଥିଲା । ଏଥିରେ ମୋଦୀ ନା ରାହୁଲ, ଆପଣ କାହାକୁ ପ୍ରଧାନମନ୍ତ୍ରୀ ବାଛିବେ ବୋଲି ପ୍ରଶ୍ନ ପଚରା ଯାଇଥିଲା । ଯେଉଁଥିରେ 80 ପ୍ରତିଶତ ରାହୁଲଙ୍କୁ ବାଛିଥିଲେ । ମାତ୍ର 20 ପ୍ରତିଶଙ୍କ ପସନ୍ଦ ଥିଲେ ନରେନ୍ଦ୍ର ମୋଦୀ । ଅର୍ଥାତ ମୋଦୀଙ୍କଠୁ 4 ଗୁଣ ଆଗରେ ଥିଲେ ରାହୁଲ ଗାନ୍ଧୀ ।

ଏମିତି ବି ଗତ କିଛି ଦିନ ଧରି ଦେଶରେ ବଢିଛି ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା । ସେ ସାଂସଦ ପଦରୁ ଆଉଟ୍ ହେଲା ପରେ ଲଗାତାର ଭାବେ ଲୋକେ ତାଙ୍କୁ ପସନ୍ଦ କରୁଛନ୍ତି । ଯାହା କର୍ଣ୍ଣାଟକ ରାଜନୀତିରେ ଦେଖିବାକୁ ମିଳିଥିଲା । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଜିତଥିଲା କଂଗ୍ରେସ । ଏଠାରେ ସରକାରରେ ଥିବା ବିଜେପି ଏକ ପ୍ରକାର ଧୂଳି ଚାଟିଥିଲା । ବିଜେପିର ଗଡଚୁ ଭାଙ୍ଗି ଦେଇଥିଲେ ଭାରତୀୟ ଜାତୀୟ କଂଗ୍ରେସ ।

ଆଉ କେହି କେହି କହୁଛନ୍ତି ଯେ, ବିରୋଧୀ ଯୋଡିବାରେ ରାହୁଲଙ୍କ ଭୂମିକା ବହୁତ ଭଲ । ତାଙ୍କର ଭାରତ ଯୋଡୋ ଯାତ୍ରା କଂଗ୍ରେସକୁ ଦେଇଛି ଅଦ୍ଭୁତପୂର୍ଣ୍ଣ ଜନସମର୍ଥନ । ଯାହା ଭୋଟରେ ପ୍ରତିଫଳିତ ହେବ । ଅର୍ଥାତ ଲୋକେ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରାଇବେ । ଯଦି ଏମିତି ଅନୁମାନ ସତ ହୁଏ, ତାହାଲେ ବିଜେପି ପାଇଁ ସୃଷ୍ଟି ହୋଇପାରେ ଚ୍ୟାଲେଂଜ୍ । ଆଉ ମୋଦୀଙ୍କ ନେତୃତ୍ୱ ପ୍ରତି ଆଣିପାରେ ପ୍ରଶ୍ନ । ଅନ୍ୟ ଦିଗରେ କଂଗ୍ରେସ ଏବେ ପୂର୍ବ ଅପେକ୍ଷା ଅଧିକ ଶସକ୍ତ ହୋଇଯାଇଛି । ବିଜେପିର ପ୍ରତିଶୋଧମୂଳକ ରାଜନୀତିକୁ ଲୋକେ ବୁଝିବା ଆମ୍ଭ କଲେଣି । ଯାହା ଲୋକସଭା ନିର୍ବାଚନରକେ ଦେଖିବାକୁ ମିଳିପାରେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ