20 C
Odisha
Sunday, March 8, 2026

ବିଚ୍ ରାସ୍ତାରେ ଶ୍ୱଶୂରକୁ ପିଟିଲା ବୋହୂ

ଦର୍ଶକବନ୍ଧୁ ଏମିତି କୌଣସି ପରିବାର ନଥିବ, ଯେଉଁଠି ଝଗଡା ହେଉନଥିବ । ବେଳେ ବେଲେ କିଛି ପ୍ରସଙ୍ଗକୁ ନେଇ ଘରମାନଙ୍କରେ ଝଗଡା ହେବା ସାଧାରଣ କଥା । ଆଉ ଏମିତି ଅନେକ ଘଟଣା ଆପଣ ଶୁଣିଥିବେ ଓ ଦେଖିଥିବେ ମଧ୍ୟ । ଅନେକ ସମୟରେ ଝଗଡାର ସମାଧାନ ହେଉଥିବା ବେଲେ ଆଉ ବେଳେ ବେଳେ ଏହା ନେଇଥାଏ ଉଗ୍ରରୂପ । ଯାହାର ପରିଣାମ ଭୟଙ୍କର ହୁଏ । ବେଳେ ବେଲେ ଜୀବନ ବି ଚାଲିଯାଏ । କ୍ରୋଧରେ ଆସି ସମସ୍ତେ ସଂପର୍କ ଭୁଲିଯାଆନ୍ତି । ମାନି ନଥାନ୍ତି ବଡସାନ । ଏହି ପରିପ୍ରେକ୍ଷୀରେ ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଠି ବିଚ ରାସ୍ତାରେ ଶ୍ୱଶୂରକୁ ପିଟୁଛି ବୋହୂ । ଭୁଲିଯାଇଛନ୍ତି ସବୁ ମାନ ମର୍ଯ୍ୟାଦା । ତେବେ ଛୋଟ ପ୍ରସଙ୍ଗ ହେଉ କି ବଡ , ସମୟ ସହ ପରିସ୍ଥିତି ଏତେ ଖରାପ ହେଇଯାଏ ଯେ, ପରବର୍ତୀ ସମୟରେ ଏହା ନେଇଥାଏ ଝଗଡାର ରୂପ । କଥା କଟାକଟି ହୋଇ ମାରପିଟ ର ରୂପ ନେଇ ଘରୋଇ କଳହ । ତେବେ ଅନେକ ସମୟରେ ଆପଣ ଘରୋଇ ହିଂସା ସହ ଜଡିତ ଖବର ଶୁଣିଥିବେ । ପ୍ରାୟ ଟାଇମରେ ଏହି ଖବର ଗଣମାଧ୍ୟମରେ ବେଶ ଚର୍ଚ୍ଚାର ପ୍ରସଙ୍ଗ ପାଲଟି ଯାଏ । ଏମିତି ବହୁତ ଉଦାହରଣମାନ ରହିଛି । କେତେବେଲେ ଶାଶୁଘର ଲୋକେ ବୋହୂ ସହ ଦୁର୍ବବ୍ୟବହାର କରନ୍ତି, ନହେଲେ ମହିଳା ନିଜ ସାଶୁଘର ଲୋକଙ୍କ ବିପକ୍ଷରେ ଆଣିଥାନ୍ତି ଅଭିଯୋଗ ।
ଏବେ ନଜର ପକାନ୍ତୁ ଏହି ଭିଡିଓ ଉପରେ । ଏଠି ହଳଦିଆ ରଂଗର ଡ୍ରେସ ପିନ୍ଧିଥିବା ଜଣେ ମହିଳା ଜଣକ ହାତରେ ଲୁହା ପାଇପ ଧରିଛନ୍ତି । ଆଉ ତାଙ୍କ ହାବଭାବରୁ ଯାହା ଜଣାପଡୁଛି, ବୋଧହୁଏ ସେ ବହୁତ ରାଗିଛନ୍ତି ଏବଂ ଆକ୍ରମଣ କରିବାକୁ ବାହାରିଛନ୍ତି ପାଖରେ ଥିବା ଜଣେ ବୟସ୍କ ବ୍ୟକ୍ତିଙ୍କ ଉପରକୁ । ତେବେ କହିରଖିବୁ ଏମାନେ ସଂପର୍କରେ ଶ୍ୱଶୂର ବୋହୂ । ଅନ୍ୟପଟେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା ବି କରୁଛନ୍ତି । ପରେ ସଂପୃକ୍ତ ମହିଳା ଜଣକ ତାଙ୍କୁ ବାଡେଇବାକୁ ଚେଷ୍ଟା କରୁଥିବା ବେଳେ ମଝିରେ ଆଉ ଜଣେ ମହିଳା ବୟସ୍କ ବୃଦ୍ଧଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ରାଗକୁ ନିୟନ୍ତ୍ରଣ କରିପାରିନାହାନ୍ତି ମହିଳା । କ୍ରୋଧରେ ଥିବା ଏହି ମହିଳା ହରାଇବସିଛନ୍ତି ହିତାହିତ ଜ୍ଞାନ । ତେବେ ସେହି ସମୟରେ ଦୌଡିବାକୁ ଲାଗୁଛନ୍ତି ବୟସ୍କ ବ୍ୟକ୍ତି ଜଣକ । ମହିଳା ବି ତାଙ୍କର ପିଛା କରୁଛନ୍ତି ।
ବର୍ତମାନ ଭିଡିଓର ଶେଷରେ ଦେଖିବାକୁ ମିଲୁଛି ଯେ, ଆହତ ହୋଇ ଚେୟାର ଉପରେ ବସିଛନ୍ତି ସଂପୃକ୍ତ ବ୍ୟକ୍ତି । ଟ୍ୱିଟରରେ ଏହି ଭିଡିଓଟି ଭାଇରାଲେ ହେଉଥିବା ବେଳେ ଘଟଣାଟି ହରିୟାଣାର ବୋଲି କୁହାଯାଉଛି । ଏହାବାଦ ଘଟଣାରେ ବୋହୂ, ଶ୍ୱଶ୍ୱରଙ୍କୁ ପିଟିଥିବା ଦିଆଯାଇଛି କ୍ୟାପସନ । ଦର୍ଶକବନ୍ଧୁ ଏଭଳି ଭିଡିଓ ଉପରେ ଆପଣ କଣ କହିବେ । କେତେଦୂର ଠିକ ବୟସ୍କମାନଙ୍କ ସହ ଏଭଳି ବ୍ୟବହାର କରିବା । ନିଜ ମତାମତ ଆମ ସହ ନିଶ୍ଚୟ ସେୟାର କରନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ