ଆପଣ ମାଙ୍କଡ ଦେଖିଥିବେ । ଗଛରେ କିମ୍ବା ଘର ଛାତ ଉପରେ ସେମାନେ ଉତ୍ପାତ କରୁଥିବା ନିଶ୍ଚୟ ନଜର ଆସିଥିବ । ସାଧାରଣତଋ ଫଳ ଏବଂ ପତ୍ର ଖାଇ ବଂଚନ୍ତି ମାଙ୍କଡ । ବେଳେ ବେଳେ ଘରର ବାଡି ବଗିଚାରେ ଆସି ବିଭିନ୍ନ ଫଳକୁ ନଷ୍ଟ କରିଦିଅନ୍ତି । ହେଲେ ଆମେ କହିବୁ ଏମିତି ଏଖ ଘଟଣା ଯାହା ଆଫଣଙ୍କୁ ଚକିତ କରିଦେବ । କାରଣ ଏଇଠି ମାଙ୍କଡ କିଛି ଦୁଷ୍ଟାମି ନୁହେଁ, ବରଂ କରିଛି ହତ୍ୟା । ଏକ ନିର୍ବୋଧ ଶିଶୁକୁ ମାଆ କୋଳରୁ ନେଇ ମାରିଦେଇଛି ମାଙ୍କଡ ।
ମଙ୍ଗଳବାର ଘଟିଥିଲା ଏକ ଭୟଙ୍କର ଘଟଣା । ଦିନ ତିନିଟା ପାଖାପାଖି ହେବ । ମାଆ ଏବଂ ଶିଶୁ ଘର ଦୂଆରେ ବସିଥାନ୍ତି । ଶିଶୁର ବୟସ ମାତ୍ର ଏଖ ବର୍ଷରୁ କମ୍ ହେବ । ଶିଶୁଟିକୁ ମାଆ କୋଳରେ ବସାଇ ବୋତଲ ସାହାଯ୍ୟରେ କ୍ଷୀର ପିଆଉଥିଲା । ଏତିକି ବେଳେ ଆସିଥିଲେ କିଛି ମାଙ୍କଡ । ସବୁଦିନ ପରି ସେମାନେ ଘର ଆକପାଖରେ ବୁଲିଥିଲେ । ଡାଳପତ୍ର ଭଙ୍ଗା ଭଙ୍ଗି କରିବା ସହ କିଛି ଫଳ ମଧ୍ୟ ଖାଇତିଲେ । ଏକଥାକୁ ନଜର ରଖିଥାନ୍ତି ମାଆ ଜଣଙ୍କ ।
ହେଲେ ମାଙ୍କଡଙ୍କ ପାଦ୍ରୁଭାବ ବଢିଚାଲିଲା । ସେମାନେ ଅଧିକରୁ ଅଧିକ ଉତ୍ପାତ କରିଚାଲିଲେ । ଦେଖୁଦେଖୁ ଗୋଟିଏ ବଡ ମାଙ୍କଡ ମାଆ ପାଖକୁ ଚାଲିଆସିଲା । ଏବଂ ମାଆକୁ ଧକ୍କା ମାରି କୋଳରୁ ଶିଶୁ ପୁତ୍ରକୁ ଉଠାଇନେଲା । ମହିଳା ଜଣଙ୍କ ଏହା ଦେଖି ଜୋରରେ ପାଟି କରିଥିଲେ । ହେଲେ ପାଖ ଆଖରେ କେହି ନଥିଲେ । ଏମିତିକି ଘରେ ମଧ୍ୟ ସେ ଏକା ଥିଲେ । ସାଙ୍କେ ସାଙ୍ଗେ ମାଙ୍କଡମାନେ ଶିଶୁକୁ ଗଛ ଉପରକୁ ନେଇ ଯାଇଥିଲେ ।
ଏସବୁ ଦେଖି ସହିପାରିନଥିଲା ମାଆ । ସେମାନଙ୍କୁ ତଡିବା ାପଇଁ ଫିଙ୍ଗିଥିଲା ପଥର । ହେଲେ ଖାତିର କରିନଥିଲେ ମାଙ୍କଡ । ବରଂ ଶିଶୁକୁ ଜୋରରେ ଉପରକୁ ଫିଙ୍ଗି ପକାଇଥିଲେ । ଶିଶୁଟିର କାନ୍ଦ କେବଳ ଶୁଭୁଥିଲା । ଏମିତି ପ୍ରାୟ ଅଧଘଣ୍ଟା ଧରି ଚାଲିଲା । ସବୁ କିଛି ମହିଳା ଜଣଙ୍କ ଦେଖୁଥିଲେ ମଧ୍ୟ ସେ ନାଚାର ଥିଲେ । କିଛି ଉପାୟ ନଥିଲା ତାଙ୍କ ପାଖରେ । କେବଳ ମାଙ୍କଡଙ୍କୁ ପଥର ମାରି ଚାଲିଥିଲେ । ହେଲେ ପଥର ଶିଶୁ ଦେହରେ ବାଜିବାର ମଧ୍ୟ ଭୟ ରହିଲା ।
କିଛି ସମୟ ପରେ ସେଠାରେ ପହଁଚିଥିଲେ ମହିଳାଙ୍କ ସ୍ୱାମୀ । ସେ ଶିଶୁକୁ ମାଙ୍କଡଙ୍କ ପାଖରୁ ରକ୍ଷା କରିବାକୁ ଉଦ୍ୟମ କରିଥିଲେ । ହେଲେ ଏହା ଦେଖିବା ପରେ ମାଙ୍କଡମାନେ ରାଗି ଯାଇଥିଲେ । ଶିଶୁଟିକୁ ଗଛରୁ ଫିଙ୍ଗି ଦେଇଥିଲେ । ଆଉ ଶିଶୁଟି ଚିତକାର କରି ତଳେ ପଡିଥିଲା । ଗଛ ଡାଳରୁ ପଡିବା ପରେ ଶିଶୁଟି ତୁକନ୍ତି ଆଖିବୁଜିଥିଲା । ମହିଳା ଏବଂ ସ୍ୱାମୀ ଶିଶୁଟିକୁ ମେଡିକାଲ ନେଇଥିଲେ ବି ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣା ଘଟିଛି ତାଂଜାନିଆରେ । ଏତେ ବଡ ଦୁର୍ଘଟଣାକୁ ଆକି ଆଗରେ ଦେଖିଥିବା ମହିଳା ହେଲେ ସାୟିମା । ଯେ କି ତାଂଜାନିଆରା ମାମଗାଙ୍ଗୋ ଗ୍ରାମରେ ରୁହନ୍ତି । ଏନେଇ ସେମାନେ ପୋଲିସରେ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ପୋଲିସ ବି ମାଙ୍କଡଙ୍କର କଣ କରିପାରିଥାନ୍ତା ।

